ଶିଳ୍ପାଙ୍କ ସମର୍ଥନରେ ସେଲେବ୍ରିଟି

ମୁମ୍ବାଇ: ଗତ କିଛି ଦିନ ହେବ ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ବିଜନେସମ୍ୟାନ ରାଜ କୁନ୍ଦ୍ରା ଗିରଫ ହୋଇଛନ୍ତି। ଏହାପରଠୁ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ସୋଶାଲ ମିଡିଆରେ ସ୍ୱାମୀଙ୍କ କଳା କାରବାର ଏବଂ ଗିରଫଦାରୀକୁ ନେଇ ଟ୍ରୋଲ କରାଯାଉଛି। ତାଙ୍କୁ ମଧ୍ୟ ଦୋଷୀ ବୋଲି କୁହାଯାଇଛି। ସୋଶାଲ ମିଡିଆରେ ଟ୍ରୋଲର୍‌ଙ୍କୁ ଜବବା ଦେବା ପାଇଁ ଶିଳ୍ପାଙ୍କ ସମର୍ଥନରେ ବାହରିଛନ୍ତି ବଲିଉଡ ସେଲେବ୍ରିଟି। ଫିଲ୍ମ ମେକର ହଂସଲ ମେହତାଙ୍କ ପରେ ଅଭିନେତ୍ରୀ ରୁଚା ଚଡ୍ଡା ଏବେ ତାଙ୍କ […]

Shilpa-Rucha

Madhupriya Mistry
  • Published: Sunday, 01 August 2021
  • , Updated: 01 August 2021, 06:26 PM IST

ମୁମ୍ବାଇ: ଗତ କିଛି ଦିନ ହେବ ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ବିଜନେସମ୍ୟାନ ରାଜ କୁନ୍ଦ୍ରା ଗିରଫ ହୋଇଛନ୍ତି। ଏହାପରଠୁ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ସୋଶାଲ ମିଡିଆରେ ସ୍ୱାମୀଙ୍କ କଳା କାରବାର ଏବଂ ଗିରଫଦାରୀକୁ ନେଇ ଟ୍ରୋଲ କରାଯାଉଛି। ତାଙ୍କୁ ମଧ୍ୟ ଦୋଷୀ ବୋଲି କୁହାଯାଇଛି। ସୋଶାଲ ମିଡିଆରେ ଟ୍ରୋଲର୍‌ଙ୍କୁ ଜବବା ଦେବା ପାଇଁ ଶିଳ୍ପାଙ୍କ ସମର୍ଥନରେ ବାହରିଛନ୍ତି ବଲିଉଡ ସେଲେବ୍ରିଟି।

ଫିଲ୍ମ ମେକର ହଂସଲ ମେହତାଙ୍କ ପରେ ଅଭିନେତ୍ରୀ ରୁଚା ଚଡ୍ଡା ଏବେ ତାଙ୍କ ସମର୍ଥନରେ ବାହାରିଛନ୍ତି। ରୁଚା ହଂସଲ ମେହତାଙ୍କ ଟ୍ୱିଟକୁ ରି-ଟ୍ୱିଟ କରି ଶିଳ୍ପାଙ୍କୁ ସପୋର୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ପୁରୁଷଙ୍କ ଭୁଲ ପାଇଁ ମହିଳାମାନଙ୍କୁ ଦୋଷ ଦେବା ଏକ ଜାତୀୟ ଖେଳ ହୋଇଗଲାଣି। ସେ ମକଦ୍ଦମା ଲଢ଼ୁଥିବା ଲାଗି ମୁଁ ବେଶ୍ ଖୁସି।’

ଏହାପୂର୍ବରୁ ହଂସଲ ମେହେତା ମଧ୍ୟ ଶିଳ୍ପାଙ୍କ ସମର୍ଥନରେ ଟ୍ୱିଟ୍ କରି ଲେଖିଥିଲେ, ‘ଯଦି ଆପଣ ତାଙ୍କ ସହ ଠିଆ ହୋଇପାରିବେ ନାହିଁ, ତେବେ ତାଙ୍କୁ ଛାଡି ଦିଅନ୍ତୁ। ଆଇନ୍‌କୁ ନିଷ୍ପତି ନେବାକୁ ଦିଅନ୍ତୁ। ତାଙ୍କୁ ଗୋପନୀୟତା ଏବଂ ସମ୍ମାନ ଦିଅ। ଏହା ଦୁର୍ଭାଗ୍ୟଜନକ ଯେ ସାଧାରଣ ଜୀବନରେ ନ୍ୟାୟ ହେବା ପୂର୍ବରୁ ଲୋକମାନେ ଅନ୍ୟଙ୍କୁ ଦୋଷୀ ବୋଲି ଭାବି ନିଅନ୍ତି।’

ସୂଚନା ମୁତାବକ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ମୁମ୍ବାଇ ପୁଲିସ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରେ ଗିରଫ କରିଥିଲା। ବର୍ତ୍ତମାନ ସେ ପୁଲିସ ହେପାଜତରେ ଅଛନ୍ତି। ସେ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ କିନ୍ତୁ ତାଙ୍କ ଆବଦେନକୁ କୋର୍ଟ ଖାରଜ କରିଦେଇଛନ୍ତି।

Related story