ଶେଷଥର ପାଇଁ ପୁଣି ସାମ୍ନାକୁ ଆସିବେ ଋଷି କପୁର

ମୁମ୍ବାଇ: ପୁଣି ସାମ୍ନାକୁ ଆସିବେ ଦିବଙ୍ଗତ ଅଭିନେତା ଋଷି କପୁର। ନିଜ ଅଭିନୟର ଜାଦୁରେ ଦର୍ଶକଙ୍କୁ କରିବେ ଆଟ୍ରାକ୍ଟ। ପରଦାକୁ ଫେରିବେ ବଲିଉଡର ଚିଣ୍ଟୁ। ରିଲିଜ ହେବାକୁ ଯାଉଛି ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ଶେଷ ଫିଲ୍ମ। ‘ଶର୍ମାଜୀ ନମକିନ୍‌’ ଜରିଆରେ ପୁଣିଥରେ ଋଷି କପୁରଙ୍କୁ ଦେଖିବାକୁ ମିଳିବ। ସ୍ୱର୍ଗୀୟ ଅଭିନେତା ଋଷି କପୁରଙ୍କୁ ସମ୍ମାନ ଜଣାଇ ଆମାଜନ ପ୍ରାଇମ ଆଜି ତାଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍‌’ର ଏକ ପୋଷ୍ଟର ଜାରି କରିଛି। ଏଥିସହ ଫିଲ୍ମକୁ […]

Rishi kapoor

Madhupriya Mistry
  • Published: Wednesday, 09 March 2022
  • , Updated: 09 March 2022, 02:10 PM IST

ମୁମ୍ବାଇ: ପୁଣି ସାମ୍ନାକୁ ଆସିବେ ଦିବଙ୍ଗତ ଅଭିନେତା ଋଷି କପୁର। ନିଜ ଅଭିନୟର ଜାଦୁରେ ଦର୍ଶକଙ୍କୁ କରିବେ ଆଟ୍ରାକ୍ଟ। ପରଦାକୁ ଫେରିବେ ବଲିଉଡର ଚିଣ୍ଟୁ। ରିଲିଜ ହେବାକୁ ଯାଉଛି ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ଶେଷ ଫିଲ୍ମ। 'ଶର୍ମାଜୀ ନମକିନ୍‌' ଜରିଆରେ ପୁଣିଥରେ ଋଷି କପୁରଙ୍କୁ ଦେଖିବାକୁ ମିଳିବ। ସ୍ୱର୍ଗୀୟ ଅଭିନେତା ଋଷି କପୁରଙ୍କୁ ସମ୍ମାନ ଜଣାଇ ଆମାଜନ ପ୍ରାଇମ ଆଜି ତାଙ୍କ ଶେଷ ଫିଲ୍ମ 'ଶର୍ମାଜୀ ନମକିନ୍‌'ର ଏକ ପୋଷ୍ଟର ଜାରି କରିଛି। ଏଥିସହ ଫିଲ୍ମକୁ ୱାଲ୍ଡ ୱାଇଡ୍‌ ରିଲିଜ କରିବାକୁ ଘୋଷଣା ମଧ୍ୟ କରିଛି।

ଶର୍ମାଜୀ ନମକିନ୍‌ ଏଭଳି ପ୍ରଥମ ହିନ୍ଦୀ ଫିଲ୍ମ ଯେଉଁଥିରେ ଦୁଇ ବରିଷ୍ଠ ଅଭିନେତା ଋଷି କପୁର ଓ ପରେଶ ରାୱାଲ ଏକା ସହ ଗୋଟିଏ ଚରିତ୍ରରେ ନଜର ଆସିବେ। ହିତେଶ ଭାଟିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନ୍‌ର ତଳେ ନିର୍ମିତ ଏହି ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ଜୁହି ଚାୱାଲ, ସୁହେଲ ନାୟର, ତାରୁକ ରେନା, ସତୀଶ କୌଶିକ, ଶିବା ଚଡ୍ଡା ଏବଂ ଇଶା ତଲୱାର ମଧ୍ୟ ଅଛନ୍ତି।

ସେଲ୍ଫ ରିୟଲାଇଜେସନ ଏବଂ ନିଜକୁ ଖୋଜିବାର ଇଚ୍ଛା ଏବଂ ହୃଦୟସ୍ପର୍ଶୀ କାହାଣୀ 'ଶର୍ମାଜୀ ନମକିନ୍‌' ନିକଟରେ ଅବସର ନେଇଥିବା ଜଣେ ବ୍ୟକ୍ତିଙ୍କ ଜୀବନୀ ଉପରେ ଆଧାରିତ।  ଆସନ୍ତା ମାର୍ଚ୍ଚ ୩୧ରେ ଏହି ଫିଲ୍ମଟି ରିଲିଜ ହେବ। ୨୪୦ଟି ଦେଶରେ ଏକାଥରକେ ଆମାଜନ ପ୍ରାଇମ ଭିଡିଓରେ ଏହି ଫିଲ୍ମଟି ରିଲଜ ହେବ।

https://twitter.com/PrimeVideoIN/status/1501414977369886722?s=20&t=0Zf8QYKmuKVOwiapa-jtXQ

Related story