ରୁଷ-ୟୁକ୍ରେନ ଯୁଦ୍ଧ; ଫିଲ୍ମ ଜଗତ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଚିନ୍ତିତ କରିଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ। ରୁଷ ୟୁକ୍ରେନ୍‌ର ବିମାନ ବନ୍ଦର ଉପରେ ଲଗାତର ରକେଟ୍‌ ମାଡ କରିଛି। ଏହାପରଠାରୁ ପୁରା ବିଶ୍ୱରେ ହଇଚଇ ସୃଷ୍ଟି  ହୋଇଛି। ସେନ୍‌ସେକ୍ସ ବେଶ୍‌ ଖରାପ ରୂପେ ପ୍ରଭାବିତ ହୋଇଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଭଳି ପରିସ୍ଥିତି ଉପୁଜିବା ଅଶଙ୍କା ରହିଛି। ଏଥିସହ ଫିଲ୍ମ ଜଗତ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ। କାରଣ ଫିଲ୍ମ ସୁଟିଂ ପାଇଁ ୟୁକ୍ରେନ୍‌ ହେଉଛି ସବୁଠୁ ଲୋକପ୍ରିୟ ଲୋକେସନ୍‌। ଗୀତ ହେଉ […]

films shot in Ukraine

Madhupriya Mistry
  • Published: Thursday, 24 February 2022
  • , Updated: 24 February 2022, 01:31 PM IST

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଚିନ୍ତିତ କରିଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ। ରୁଷ ୟୁକ୍ରେନ୍‌ର ବିମାନ ବନ୍ଦର ଉପରେ ଲଗାତର ରକେଟ୍‌ ମାଡ କରିଛି। ଏହାପରଠାରୁ ପୁରା ବିଶ୍ୱରେ ହଇଚଇ ସୃଷ୍ଟି  ହୋଇଛି। ସେନ୍‌ସେକ୍ସ ବେଶ୍‌ ଖରାପ ରୂପେ ପ୍ରଭାବିତ ହୋଇଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଭଳି ପରିସ୍ଥିତି ଉପୁଜିବା ଅଶଙ୍କା ରହିଛି। ଏଥିସହ ଫିଲ୍ମ ଜଗତ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ। କାରଣ ଫିଲ୍ମ ସୁଟିଂ ପାଇଁ ୟୁକ୍ରେନ୍‌ ହେଉଛି ସବୁଠୁ ଲୋକପ୍ରିୟ ଲୋକେସନ୍‌।

ଗୀତ ହେଉ ଅବା ଆକ୍ସନ ସିନ୍‌, ସବୁ ପାଇଁ ୟୁକ୍ରେନ୍‌ର ଲୋକେସନ୍‌ ପୂରାପୁରି ଫିଟ୍‌। ଅନେକ ସୁପରହିଟ୍‌ ଫିଲ୍ମର କିଛି ଦୃଶ୍ୟ ୟୁକ୍ରେନ୍‌ରେ ସୁଟିଂ ହୋଇସାରିଛି। ସେଥିମଧ୍ୟରୁ ଗୋଟିଏ ହେଉଛି 'ଆର୍‌ଆର୍‌ଆର୍‌'। ନିକଟରେ ବିଗ୍‌ବଜେଟ୍‌ ତଥା ରାମ ଚରଣ ଓ ଜୁନିଅର ଏନ୍‌ଟିଆର୍‌ଙ୍କ ବହୁପ୍ରତିକ୍ଷିତ ଫିଲ୍ମ 'ଆର୍‌ଆର୍‌ଆର୍‌'ର ଲାଷ୍ଟ ସିନ୍‌ର ସୁଟିଂ ମଧ୍ୟ ୟୁକ୍ରେନ୍‌ରେ ହୋଇଥିଲା। ଏଥିପାଇଁ ଗତବର୍ଷ ଅଗଷ୍ଟ ମାସରେ ୟୁକ୍ରେନ୍‌ ଯାଇଥିଲା ଫିଲ୍ମର ପୂରା ଟିମ୍‌।

ସେହିପରି '୯୯ ସଙ୍ଗସ୍‌' ଫିଲ୍ମର ଶୁଟିଂ ମଧ୍ୟ ୟୁକ୍ରେନ୍‌ରେ ହୋଇଥିଲା। ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର୍‌ ରେହମାନଙ୍କ ଫିଲ୍ମ '୯୯ ସଙ୍ଗସ୍‌'ର ଅଧାରୁ ଅଧିକ ଭାଗର ସୁଟିଂ ୟୁକ୍ରେନ୍‌ରେ ହିଁ କରାଯାଇଛି। ଏହି ଫିଲ୍ମରେ ସହ ଅଭିନେତା ଭାବେ ଆଦିତ୍ୟ ସିଲ୍‌, ଲିସା ରେ ଓ ମନିଷା କୋରାଇଲାଙ୍କ ସମେତ ନବାଗତା ଅଭିନେତା ଏହାନ ଭଟ୍‌ ଏବଂ ଏଡିଲ୍‌ସି ଭର୍ଗାସ ଲିଡ୍‌ ରୋଲ୍‌ରେ ଥିଲେ। ଫିଲ୍ମଟି ଜଣେ ସଙ୍ଘର୍ଷରତ ଗାୟକଙ୍କ ଜୀବନୀ ଉପରେ ଆଧାରିତ, ଯିଏକି ସଫଳ ଗାୟକ ହେବା ପାଇଁ ସଙ୍ଘର୍ଷ କରୁଛି।

ଅନ୍ୟପଟେ ସୁପରଷ୍ଟାର ରଜନୀକାନ୍ତ ଏବଂ ଏମି ଜ୍ୟାକସନ୍‌ଙ୍କ ଫିଲ୍ମ '2.o'ର ଏକ ଗୀତର ସୁଟିଂ ୟୁକ୍ରେନ୍‌ର 'ଟନଲ୍‌ ଅଫ୍‌ ଲଭ୍‌'ରେ ହୋଇଥିଲା। ଏହି ଗୀତକୁ ଏଆର୍‌ ରେହମାନ କମ୍ପୋଜ କରିଥିଲେ। କୁହାଯାଉଛି ଯେ, ୟୁକ୍ରେନ୍‌ର ଏହି ସ୍ଥାନଟି ପ୍ରକୃତରେ ବେଶ୍‌ ସୁନ୍ଦର।

୨୦୧୯ରେ ରିଲିଜ ହୋଇଥିବା ତାମିଲ ରୋମାଣ୍ଟିକ୍‌ ଆକ୍ସନ ଆଡଭେଞ୍ଚର ଫିଲ୍ମ 'ଦେବ'ର କିଛି ଅଂଶକୁ ମଧ୍ୟ ୟୁକ୍ରେନ୍‌ରେ ସୁଟିଂ କରାଯାଇଥିଲା। ଏହି ଫିଲ୍ମଟି ଷ୍ଟାର ଅଲ୍‌ରାଉଣ୍ଡର କ୍ରିକେଟର କପିଲ ଦେବଙ୍କ ଜୀବନୀଠାରୁ ପ୍ରେରିତ ଥିଲା। ଏହି ଫିଲ୍ମଟିକୁ ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଳୁରୁ, ମୁମ୍ବାଇ, ପୁନେ, କୁଲ୍ଲୁ, ମନାଲି, ହିମାଳୟ, ଗୁଲମର୍ଗ, ୟୁକ୍ରେନ ଏବଂ କାର୍ପୋଥିଆନ ପର୍ବତାଞ୍ଚଳରେ ସୁଟିଂ କରାଯାଇଥିଲା।

୨୦୧୭ରେ ରିଲିଜ ହୋଇଥିବା ତେଲୁଗୁ ଆକ୍ସନ କମୋଡି ଫିଲ୍ମ 'ୱିନର୍‌'ର କିଛି ଭାଗକୁ ମଧ୍ୟ ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ଶୁଟିଂ କରାଯାଇଥିଲା। ୟୁକ୍ରେନ୍‌ ବ୍ୟତୀତ ଲ୍ୱିଭ୍‌ ଏବଂ ଇସ୍ତାନବୁଲରେ ମଧ୍ୟ ଏହି ଫିଲ୍ମର ସୁଟିଂ ହୋଇଛି। ନିର୍ଦ୍ଦେଶ୍ ଗୋପିଚାନ୍ଦ ମାଲଇନେନି ଦାବି କରିଛନ୍ତି 'ୱିନର' ପ୍ରଥମ ଭାରତୀୟ ଫିଲ୍ମ, ଯାହାକୁ ୟୁକ୍ରେନରେ ସୁଟ୍‌ କରାଯାଇଥିଲା।

Related story