ମୁମ୍ବାଇ: ବଲିଉଡ୍ ଅନ୍ୟତମ ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲହରୀଙ୍କ ବିଷୟରେ ସୋଶାଲ୍ ମିଡିଆରେ ଏକ ମିଛ କଥା ପ୍ରଚାର କରାଯାଇଥିବା ବେଳେ ସେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଉ ସୋଶାଲ୍ ମିଡିଆରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି ଓ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଲେଖିଛନ୍ତି।
ବାପି ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି ଯେ କିଛି ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମିଛ ରିପୋର୍ଟ ପ୍ରକାଶ କରାଯାଇଥିବା ଖବର ପାଇଛନ୍ତି। ଏହା ତାଙ୍କୁ ଖୁବ୍ ଦୁଃଖିତ କରିଛି। ତାଙ୍କ ଫ୍ୟାନ୍ ଓ ଶୁଭେଚ୍ଛୁଙ୍କ ଆଶୀର୍ବାଦରୁ ସେ ଭଲ ଅଛନ୍ତି ବୋଲି ଲେଖିଛନ୍ତି।
ବାପିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିବା ଓ ତାଙ୍କ ଗଳା ଖରାପ ହୋଇଯାଇଥିବା ନେଇ କିଛି ଦିନ ଧରି ସୋଶାଲି ମିଡିଆରେ ଏକ ଖବର ପ୍ରଚାର ହୋଇଥିଲା। ସେ ଆଉ କେବେ ଗୀତ ଗାଇ ପାରିବେ ନାହିଁ ବୋଲି ମଧ୍ୟ ଏଥିରେ କୁହାଯାଇଥିଲା।
ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ବାପି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତା’ପରେ ସେ ଚିକିତ୍ସାଧୀନ ଥିଲେ ଓ ସୁସ୍ଥ ହୋଇଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।