ମଙ୍ଗଳସୂତ୍ର ନା ଲିଙ୍ଗେରି ବିଜ୍ଞାପନ!

ମୁମ୍ବାଇ: ପୁଣି ବିଜ୍ଞାପନକୁ ନେଇ ଉଠିଲା ବିବାଦ। ତେବେ ଏଥର କୌଣସି ଡ୍ରେସ୍‌ କିମ୍ବା କୌଣସି ପ୍ରଥାକୁ ନେଇ ନୁହେଁ ଜଣେ ସଧବା ନାରୀର ପ୍ରତୀକ ଚିହ୍ନ ମଙ୍ଗଳସୂତ୍ରକୁ ନେଇ ବିବାଦ ଉଠିଛି। ଏହି ବିବାଦରେ ଫଶିଛନ୍ତି ବି-ଟାଉନର ପ୍ରସିଦ୍ଧ ଡିଜାଇନ୍‌ର ସବ୍ୟସାଚୀ। ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ସାବ୍ୟାସାଚୀ ମୁଖାର୍ଜୀ ଆଜିକାଲି ଟ୍ରୋଲରଙ୍କ ଟାର୍ଗେଟରେ ଅଛନ୍ତି। ବୁଧବାର ଦିନ ସାବ୍ୟସାଚୀଙ୍କ ନୂଆ ଅଳଙ୍କାର ବିଜ୍ଞାପନ କ୍ୟାମ୍ପେନ୍‌ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ ତାଙ୍କୁ ସୋଶାଲ ମିଡିଆରେ […]

Sabyasachi

Madhupriya Mistry
  • Published: Thursday, 28 October 2021
  • , Updated: 29 October 2021, 02:04 AM IST

ମୁମ୍ବାଇ: ପୁଣି ବିଜ୍ଞାପନକୁ ନେଇ ଉଠିଲା ବିବାଦ। ତେବେ ଏଥର କୌଣସି ଡ୍ରେସ୍‌ କିମ୍ବା କୌଣସି ପ୍ରଥାକୁ ନେଇ ନୁହେଁ ଜଣେ ସଧବା ନାରୀର ପ୍ରତୀକ ଚିହ୍ନ ମଙ୍ଗଳସୂତ୍ରକୁ ନେଇ ବିବାଦ ଉଠିଛି। ଏହି ବିବାଦରେ ଫଶିଛନ୍ତି ବି-ଟାଉନର ପ୍ରସିଦ୍ଧ ଡିଜାଇନ୍‌ର ସବ୍ୟସାଚୀ।

ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ସାବ୍ୟାସାଚୀ ମୁଖାର୍ଜୀ ଆଜିକାଲି ଟ୍ରୋଲରଙ୍କ ଟାର୍ଗେଟରେ ଅଛନ୍ତି। ବୁଧବାର ଦିନ ସାବ୍ୟସାଚୀଙ୍କ ନୂଆ ଅଳଙ୍କାର ବିଜ୍ଞାପନ କ୍ୟାମ୍ପେନ୍‌ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ କରାଯାଉଛି। ଏହା ମଙ୍ଗଳସୂତ୍ର ବିଜ୍ଞାପନ ନା ଲିଙ୍ଗେରି ବିଜ୍ଞାପନ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।

ସବ୍ୟସାଚୀ 'ଇଣ୍ଟିମେଟ୍‌ ଫାଇନ୍‌ ଜୁଏଲାରୀ' ନାମରେ ନିଜର ଏକ ନୂଆ ଜୁଏଲାରୀ କଲେକସନ୍‌ ଲଞ୍ଚ କରିଛନ୍ତି। ଏଥିସହ ସେ ତାଙ୍କ ଅଫିସିଆଲ ସୋଶାଲ ମିଡିଆ ଆକାଉଣ୍ଟରେ ଅନେକ ମଡେଲଙ୍କ ଫଟୋକୁ ଶେୟାର ମଧ୍ୟ କରିଛନ୍ତି। ଏଥିରେ ମଡେଲମାନେ ବ୍ରାଣ୍ଡ ନୂଆ କରି ଲଞ୍ଚ କରିଥିବା ମଙ୍ଗଳସୂତ୍ରକୁ ପିନ୍ଧି ଥିଲେ।

ତେବେ ନ୍ୟୁ ଜୁଏଲାରୀର ପ୍ରମୋସନାଲ ବିଜ୍ଞାପନରେ ହେଟ୍ରୋସେସ୍କୁଆଲ ଏବଂ ସମଲିଙ୍ଗି ଦମ୍ପତି ଦି ରୟାଲ ବେଙ୍ଗଲ ମଙ୍ଗଲସୂତ୍ର ପିନ୍ଧି ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା। ଏହାଥିଲା ସାବ୍ୟସାଚୀଙ୍କ 'ଇଣ୍ଟିମେଟ୍‌ ଫାଇନ୍‌ ଜୁଏଲାରୀ'ର ଅଂଶ। ତେବେ ଫଟୋରେ ମଡେଲମାନେ ଅଣ୍ଡର ଗାର୍ମେଣ୍ଟ ପିନ୍ଧି ମଙ୍ଗଳସୁତ୍ରକୁ ପ୍ରଦର୍ଶିତ କରିଥିଲେ। ଯାହାକୁ ନେଇ ଏବେ ବିବାଦ ଉଠିଛି।

ମଡେଲଙ୍କ ଫଟୋ ଗୁଡିକ ସାମ୍ନାକୁ ଆସିବା ପରେ ଅନେକ ୟୁଜର୍ସ ଅସନ୍ତୋଷ ଜାହିର କରିଛନ୍ତି। ଏହା ହିନ୍ଦୁ ସଂସ୍କୃତିର ଅପମାନ, ସଂସ୍କୃତିକୁ ଏହା ଆଘାତ ଦେଇଥିବା କହିଛନ୍ତି। ସାବ୍ୟସାଚୀଙ୍କ ଉପରେ ରାଗିଯାଇ ତାଙ୍କୁ ଟ୍ରୋଲ କରିଛନ୍ତି। ଅନେକ ସୋଶାଲ ମିଡିଆ ୟୁଜର ରାଗିଯାଇ ଦାବି କରିଛନ୍ତି ଯେ, ଏହି ବିଜ୍ଞାପନ ହିନ୍ଦୁ ସଂସ୍କୃତି ଉପରେ ଆକ୍ରମଣ ଏବଂ ଧାର୍ମିକ ଭାବନାକୁ ଆଘାତ ଦେଇଛି।

ଜଣେ ୟୁଜର୍ସ ସାବ୍ୟସାଚୀଙ୍କୁ ଟାର୍ଗେଟ କରି କହିଛନ୍ତି- 'ତୁମେ କ’ଣ ବିଜ୍ଞାପନ କରୁଛ? ବର୍ତ୍ତମାନ କେହି ଏହି ଅଳଙ୍କାର ପିନ୍ଧିବେ ନାହିଁ, କାରଣ ତୁମେ ଦୁନିଆକୁ ଦେଖାଇଛ ଯେ ଯଦି ମୁଁ ଏହି ଅଳଙ୍କାର ପିନ୍ଧିବି, ତେବେ ମୋତେ ମଧ୍ୟ ଶସ୍ତା ହେବାକୁ ପଡିବ। ଦୟାକରି ଆପଣଙ୍କର ଅଭିଯାନର ଯତ୍ନ ନିଅନ୍ତୁ।' ଆଉ ଜଣେ କହିଛନ୍ତି ଯେ, 'ମୁଁ କେବେ ବି ତୁମର ଏଭଳି ମଙ୍ଗଳସୂତ୍ର କିଣିବି ନାହିଁ।'

ସୂଚନାମୁତାବକ ୟୁନିକ୍‌ ଡିଜାଇନର ପୋଷାକ ଏବଂ ସୁନ୍ଦର ବ୍ରାଇଡାଲ୍ କଲେକ୍ସନ୍ ପାଇଁ ବେଶ୍‌ ଜଣାଶୁଣା ସାବ୍ୟସାଚୀ। ତାଙ୍କ ପୋଷାକ ଏବଂ ଡିଜାଇନ୍ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡର ସେଲେବ୍ରିଟି ଖାସ୍‌ ପସନ୍ଦ। ଅଧିକାଂଶ ବଲିଉଡ ଷ୍ଟାରମାନେ ନିଜ ବିବାହରେ ସବ୍ୟସାଚୀଙ୍କ ଡିଜାଇନ୍‌ର ଲେହେଙ୍ଗା ଓ ବ୍ରାଇଡାଲ କଲେସନ ପ୍ରଥମ ପସନ୍ଦ ହୋଇଥାଏ। ଦୀପିକା ପାଦୁକୋନ୍‌ ଠାରୁ ଆରମ୍ଭ କରି ଅନୁଷ୍କ ଶର୍ମା ଯାଏ ନିଜ ବିବାହରେ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍‌ ଲେହେଙ୍ଗା ଓ ଗହଣା ପିନ୍ଧିଥିବା ନଜର ଆସିଥିଲେ।

https://twitter.com/KananShah_/status/1453297456804995088?s=20

https://twitter.com/immortalsoulin/status/1453322750014091267?s=20

 

 

Related story