ରାସ୍ତା ଉପରେ ଓପନ୍‌ ସେଲୁନ ଖୋଲିଲେ ସଲମାନ୍‌, କାଟିଲେ ଚୁଟି

ମୁମ୍ବାଇ: ଅଭିନେତାରୁ ହେୟାର ଷ୍ଟାଇଲିଷ୍ଟ ପାଲଟିଲେ ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌। ରାସ୍ତା ଉପରେ ଖୋଲିଲେ ଓପନ୍‌ ସେଲୁନ୍‌। କେବଳ ସେତିକି ନୁହେଁ ସେ ଫ୍ୟାନ୍‌ମାନଙ୍କ କାଟିଲେ ଚୁଟି। ଯାହାର ଭିଡଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସଲମାନଙ୍କ ଗୋଟିଏ ଝଲକ୍‌ ପାଇବା ପାଇଁ ତାଙ୍କ ଫ୍ୟାନ୍‌ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି। ଏଭଳି ସ୍ଥିତିରେ ଯଦି ସଲମାନ ଖୋଦ୍‌ ଫ୍ୟାନ୍‌ମାନଙ୍କୁ ଭେଟିବା ପାଇଁ ପହଞ୍ଚି ଯାଆନ୍ତି ତେବେ ସେମାନଙ୍କ ଖୁସିର ଆଉ […]

Salman

Madhupriya Mistry
  • Published: Thursday, 14 April 2022
  • , Updated: 14 April 2022, 01:53 PM IST

ମୁମ୍ବାଇ: ଅଭିନେତାରୁ ହେୟାର ଷ୍ଟାଇଲିଷ୍ଟ ପାଲଟିଲେ ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌। ରାସ୍ତା ଉପରେ ଖୋଲିଲେ ଓପନ୍‌ ସେଲୁନ୍‌। କେବଳ ସେତିକି ନୁହେଁ ସେ ଫ୍ୟାନ୍‌ମାନଙ୍କ କାଟିଲେ ଚୁଟି। ଯାହାର ଭିଡଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସଲମାନଙ୍କ ଗୋଟିଏ ଝଲକ୍‌ ପାଇବା ପାଇଁ ତାଙ୍କ ଫ୍ୟାନ୍‌ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି। ଏଭଳି ସ୍ଥିତିରେ ଯଦି ସଲମାନ ଖୋଦ୍‌ ଫ୍ୟାନ୍‌ମାନଙ୍କୁ ଭେଟିବା ପାଇଁ ପହଞ୍ଚି ଯାଆନ୍ତି ତେବେ ସେମାନଙ୍କ ଖୁସିର ଆଉ ଠିକଣା ରୁହେ ନାହିଁ। ଏଭଳି କିଛି ଘଟଣା ନିକଟରେ ଦେଖିବାକୁ ମିଳିଛି।

ଦବଙ୍ଗ ସଳମାନ ଖାନ୍‌ କେବଳ ନିଜ ଫ୍ୟାନ୍‌ମାନଙ୍କୁ ଭେଟି ନାହାନ୍ତି, ନିଜ ହାତରେ ତାଙ୍କ ଚୁଟି ମଧ୍ୟ କାଟିଛନ୍ତି। ଚ୍ୟାରିଟି ଲାଗି ଦିନକ ପାଇଁ ସଲମାନ ଖୋଲିଛନ୍ତି ଓପନ୍‌ ସେଲୁନ୍‌। ରାସ୍ତା ଉପରେ ସେଲୁନ୍‌ ଖୋଲି ସଲମାନ ନିଜ ଫ୍ୟାନ୍‌ମାନଙ୍କୁ ଭେଟିଛନ୍ତି। ଏଥିସହ ଜଣେ ଫ୍ୟାନ୍‌ର ହେୟାର ଷ୍ଟାଇଲ୍‌ ମଧ୍ୟ କରିଛନ୍ତି। ସଲମାନ ନିଜର ଜଣେ ପ୍ରଶଂସକଙ୍କ ଚୁଟି ଏଭଳି କାଟିଛନ୍ତି, ଯାହାକୁ ଦେଖି ଲୋକେ ହସି ହସି ଗଡି ଯାଉଛନ୍ତି। ତାଙ୍କ ଚୁଟି କାଟିବା ବଦଳରେ ପୂରା ଲଣ୍ଡା କରି ଦେଇଛନ୍ତି।

କେବଳ ସେତିକି ନୁହେଁ ଜଣେ ଫ୍ୟାନ୍‌ର ଚୁଟି କାଟିବା ପରେ ସଲମାନ ତାଙ୍କଠାରୁ ଟଙ୍କା ମଧ୍ୟ ମାଗୁଛନ୍ତି। ଏହାପରେ ପ୍ରଶଂସକ ଜଣକ ତାଙ୍କୁ ପକେଟ୍‌ରୁ ୧୦୦ ଟଙ୍କା ବାହାର କରିଦେଉଛନ୍ତି। ଏହା ଦେଖି ସଲମାନ ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Salman Khan 🔵 (@salman.khan.universe)

Related story