ସାମ୍ବାଦିକଙ୍କୁ ନାଲି ଆଖି ଦେଖାଇଲେ ସଲମାନ

ମୁମ୍ବାଇ: ପୁଣି ଫିଡକି ଗଲେ ବଲିଉଡର ଦବଙ୍ଗ ଖାନ୍‌। ରାଗିଗଲେ ସଲମାନ। ଦେଖାଇଲେ ନିଜ ଆଙ୍ଗ୍ରିଲୁକ୍‌। ବିମାନ ବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲେ ନାଲି ଆଖି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ସଲମାନ ଖାନ୍‌ ନିଜ ଦବଙ୍ଗ ଟୁର୍‌ରୁ ଫେରିଛନ୍ତି। ଦୁବାଇରୁ ଫେରିବା ପରେ ତାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ୍‌ କରାଯାଇଥିଲା। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପାଖକୁ ଯାଇ ଫଟୋ ଉଠାଇବାକୁ ଲାଗିଥିଲେ। କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ଫଟୋ ଉଠାଇବା […]

Salman Khan

Madhupriya Mistry
  • Published: Monday, 28 February 2022
  • , Updated: 28 February 2022, 06:00 PM IST

ମୁମ୍ବାଇ: ପୁଣି ଫିଡକି ଗଲେ ବଲିଉଡର ଦବଙ୍ଗ ଖାନ୍‌। ରାଗିଗଲେ ସଲମାନ। ଦେଖାଇଲେ ନିଜ ଆଙ୍ଗ୍ରିଲୁକ୍‌। ବିମାନ ବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲେ ନାଲି ଆଖି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ସଲମାନ ଖାନ୍‌ ନିଜ ଦବଙ୍ଗ ଟୁର୍‌ରୁ ଫେରିଛନ୍ତି। ଦୁବାଇରୁ ଫେରିବା ପରେ ତାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ୍‌ କରାଯାଇଥିଲା। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପାଖକୁ ଯାଇ ଫଟୋ ଉଠାଇବାକୁ ଲାଗିଥିଲେ। କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ଫଟୋ ଉଠାଇବା ସଲମାନଙ୍କୁ ପସନ୍ଦ ଆସିନଥିଲା। ମୁହଁରେ ମାସ୍କ ପିନ୍ଧିଥିଲେ ସୁଦ୍ଧା ତାଙ୍କ ରାଗ ସ୍ପଷ୍ଟ ଦେଖାଯାଉଥିଲା। ସେ ଫଟୋଗ୍ରାଫରଙ୍କୁ ନାଲି ଆଖି ଦେଖାଇଥିଲେ। ଏହି ସମୟରେ ସଲମାନଙ୍କ ସହ ଅଭିନେତ୍ରୀ ସଇ ମଞ୍ଜରେକର୍‌ଙ୍କୁ ମଧ୍ୟ ସ୍ପଟ୍‌ କରାଯାଇଥିଲା।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସଲମାନ ନିଜ ବଡିଗାର୍ଡଙ୍କ ସହ ବିମାନ ବନ୍ଦରରୁ ନିଜ କାର୍‌ ଆଡକୁ ଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ଫଟୋ ଉଠାଇବା ପାଇଁ ଭିଡ ଜମାଇଥିଲେ। ବଡିଗାର୍ଡମାନେ ମନା କରିବା ପରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଫଟୋ ଉଠାଇବାକୁ ଲାଗିଥିଲେ। ଏଥିରେ ରାଗିଯାଇଥିଲେ ସମଲାନ। ସେ ହଠାତ୍‌ ଅଟକି ଯାଇ ରାଗରେ ସେମାନଙ୍କ ଆଡକୁ ଚାହିଁଥିଲେ। ଏହାପରେ ଫଟୋଗ୍ରାଫରମାନେ ଫଟୋ ଉଠାଇବା ବନ୍ଦ କରିଦେଇଥିଲେ।

ମିଡିଆ ରିପୋର୍ଟ ମୁତାବକ, ବିମାନବନ୍ଦରରେ ହିଁ ସଲମାନଙ୍କ ମୁଡ୍‌ ଖରାପ ହୋଇଯାଇଥିଲା। ପ୍ରାୟତଃ ବିମାନବନ୍ଦରର ଗେଟ୍‌ ନମ୍ବର-ବି ଦେଇ ସଲମାନ ବାହାରିଥାନ୍ତି, କାରଣ ପାର୍କିଂ ଯାଏଁ ଯିବା ପାଇଁ ଏଠାରୁ କମ୍‌ ଡିଷ୍ଟାନ୍ସ ଥାଏ। କିନ୍ତୁ ଏଥର ସଲମାନଙ୍କୁ ଗେଟ୍‌ ନମ୍ବର-ଏ'ରୁ ବାହାରିବା ପାଇଁ କୁହାଯାଇଥିଲା। ତାଙ୍କୁ ନିଜ କାର ଯାଏଁ ଯିବା ପାଇଁ ଅନେକ ବାଟ ଚାଲିବାକୁ ପଡିଥିଲ, ଏଥିଯୋଗୁଁ ସେ ରାଗି ଯାଇଥିଲେ। ଦୀର୍ଘ ସମୟର ଫ୍ଲାଇଟ୍‌ ଯାତ୍ରା ଯୋଗୁଁ ସେ ଥକି ଯାଇଥିଲେ ଏବଂ ଚାଲିବା ମୁଡ୍‌ରେ ନଥିଲେ।

ସଲମାନ ନିଜ ଆଙ୍ଗ୍ରି ଅବତାର ପାଇଁ ବେଶ୍‌ ଜଣାଶୁଣା। ସେ ଖୁବଶୀଘ୍ର ରାଗି ଯାଆନ୍ତି। ଆଉ ନିଜକୁ ରାଗ ବେଳେ ବେଳେ ଫ୍ୟାନ୍‌ ହୁଅନ୍ତି ଅବା ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ ଉପରେ ସୁଝାଇ ଦିଅନ୍ତି।

https://youtu.be/4SlJR4YzGfI

Related story