ଠକେଇ ମାମଲାରେ ସ୍ପଷ୍ଟୀକରଣ ରଖିଲେ ସଲମାନ

ମୁମ୍ବାଇ: ଠକେଇ ଅଭିଯୋଗକୁ ନେଇ ସ୍ପଷ୍ଟୀକରଣ ରଖିଲେ ବଲିଉଡର ଭାଇଜାନ। କିଛି ଦିନ ପୂର୍ବେ ଅଭିନେତା ସଲମାନ ଖାନ୍ ଏବଂ ତାଙ୍କ ଭଉଣୀ ଅଲଭିରା ଖାନଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା। ବର୍ତ୍ତମାନ ଏହି ମାମଲାକୁ ନେଇ ସଲମାନ ଖାନଙ୍କ ପିଆର୍ ଟିମ୍ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିଛି। ପିଆର୍ ଟିମ୍ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ସଲମାନ ଖାନ, ଅଲଭିରା ଖାନ କିମ୍ବା ଅନ୍ୟ ଲୋକଙ୍କର ଏହି ମାମଲାରେ କୌଣସି ସମ୍ପର୍କ […]

Salman-Khan-

Madhupriya Mistry
  • Published: Saturday, 10 July 2021
  • , Updated: 10 July 2021, 03:32 PM IST

ମୁମ୍ବାଇ: ଠକେଇ ଅଭିଯୋଗକୁ ନେଇ ସ୍ପଷ୍ଟୀକରଣ ରଖିଲେ ବଲିଉଡର ଭାଇଜାନ। କିଛି ଦିନ ପୂର୍ବେ ଅଭିନେତା ସଲମାନ ଖାନ୍ ଏବଂ ତାଙ୍କ ଭଉଣୀ ଅଲଭିରା ଖାନଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା। ବର୍ତ୍ତମାନ ଏହି ମାମଲାକୁ ନେଇ ସଲମାନ ଖାନଙ୍କ ପିଆର୍ ଟିମ୍ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିଛି।

ପିଆର୍ ଟିମ୍ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ସଲମାନ ଖାନ, ଅଲଭିରା ଖାନ କିମ୍ବା ଅନ୍ୟ ଲୋକଙ୍କର ଏହି ମାମଲାରେ କୌଣସି ସମ୍ପର୍କ ନାହିଁ। ସଲମାନ ବିଙ୍ଗ୍ ହ୍ୟୁମାନର କେବଳ ମାଲିକ । ସେ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନର ଟ୍ରଷ୍ଟି ନୁହଁନ୍ତି । ଆମେ ଏହି ବିଷୟରେ ଲିଖିତ ବ୍ୟାଖ୍ୟା ଦେଇଛୁ। ଏହି ମାମଲା ଏବେ ବିଚାରଧିନ ଅଛି। ତେଣୁ ଆମେ ଆଉ କିଛି କହିପାରିବୁ ନାହିଁ।

ଚଣ୍ଡିଗଡ଼ର ଜଣେ ବ୍ୟବସାୟୀ ତାଙ୍କ କମ୍ପାନୀ ବିଙ୍ଗ୍ ହ୍ୟୁମାନ୍ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ। ବ୍ୟବସାୟୀ ଅଭିଯୋଗରେ କହିଥିଲେ ଯେ ଶୋ’ରୁମ ଖୋଲିବା ପରେ କମ୍ପାନୀ ଦିଲ୍ଲୀରୁ ସାମଗ୍ରୀ ପଠାଉ ନାହିଁ। ଏହା ସହିତ କମ୍ପାନୀର ୱେବସାଇଟ୍ ମଧ୍ୟ ଦୀର୍ଘ ସମୟ ଧରି ବନ୍ଦ ରହିଛି। ଏହା ପରେ ଚଣ୍ଡିଗଡ଼ ପୁଲିସ ସଲମାନ ଖାନ, ଅଲଭିରା ଖାନ ଏବଂ ବିଙ୍ଗ୍ ହ୍ୟୁମାନର ଅନ୍ୟ ଅଧିକାରୀଙ୍କୁ ସମନ ପଠାଇଥିଲା।

Related story