ସାଉଥ ଅଭିନେତ୍ରୀଙ୍କ ସହ ରୋମାଣ୍ଟିକ୍‌ ହେଲେ ସଲମାନ

ମୁମ୍ବାଇ: ସାଉଥ ଅଭିନେତ୍ରୀଙ୍କ ପ୍ରେମରେ ପଡିଲେ ବଲିଉଡର ଭାଇଜାନ ସଲମାନ ଖାନ୍‌। କେବେଳ ସେତିକି ନୁହେଁ ତାଙ୍କ ସହ ରୋମାଣ୍ଟିକ ମଧ୍ୟ ହେଲେ। ଯାହାର ଭିଡିଓ କ୍ଲିପ୍‌ ଏବେ ସାମ୍ନାକୁ ଆସିଛି। ପ୍ରକୃତରେ ରିଲିଜ ହୋଇଛି ସଲମାନଙ୍କ ଅପକମିଂ ଭିଡିଓ ଆଲବମ୍‌ ଗୀତର ଟିଜର। ଏଥିରେ ପୂରାପୁରି ଡିଫରେଣ୍ଟ ଲୁକ୍‌ରେ ନଜର ଆସିଛନ୍ତି ଭାଇଜାନ। ତାଙ୍କ ସହ ନଜର ଆସିଛନ୍ତି ସାଉଥ ଅଭିନେତ୍ରୀ ପ୍ରଜ୍ଞ ସୟୱାଲ। ଏହା ଏକ ରମୋଣ୍ଟିକ୍‌ ଗୀତ। ରିଲିଜ ହୋଇଥିବା ଟିଜରରେ ସଲମାନ […]

Salman khan

Madhupriya Mistry
  • Published: Friday, 21 January 2022
  • , Updated: 21 January 2022, 05:13 PM IST

ମୁମ୍ବାଇ: ସାଉଥ ଅଭିନେତ୍ରୀଙ୍କ ପ୍ରେମରେ ପଡିଲେ ବଲିଉଡର ଭାଇଜାନ ସଲମାନ ଖାନ୍‌। କେବେଳ ସେତିକି ନୁହେଁ ତାଙ୍କ ସହ ରୋମାଣ୍ଟିକ ମଧ୍ୟ ହେଲେ। ଯାହାର ଭିଡିଓ କ୍ଲିପ୍‌ ଏବେ ସାମ୍ନାକୁ ଆସିଛି।

ପ୍ରକୃତରେ ରିଲିଜ ହୋଇଛି ସଲମାନଙ୍କ ଅପକମିଂ ଭିଡିଓ ଆଲବମ୍‌ ଗୀତର ଟିଜର। ଏଥିରେ ପୂରାପୁରି ଡିଫରେଣ୍ଟ ଲୁକ୍‌ରେ ନଜର ଆସିଛନ୍ତି ଭାଇଜାନ। ତାଙ୍କ ସହ ନଜର ଆସିଛନ୍ତି ସାଉଥ ଅଭିନେତ୍ରୀ ପ୍ରଜ୍ଞ ସୟୱାଲ। ଏହା ଏକ ରମୋଣ୍ଟିକ୍‌ ଗୀତ। ରିଲିଜ ହୋଇଥିବା ଟିଜରରେ ସଲମାନ ଲମ୍ବା ଚୁଟି ରିଖି ପଞ୍ଜିବୀ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ଏଥିସହ ସଲମାନ ଓ ପ୍ରଜ୍ଞାଙ୍କ କେମେଷ୍ଟ୍ରି ମଧ୍ୟ ବେଶ୍‌ ଜବରଦସ୍ତ ରହିଛି।

ଏହି ଗୀତକୁ ସୁପରହିଟ୍‌ ପପ୍‌ ସିଙ୍ଗର ଗୁରୁ ରନ୍ଧାୱା ସଲମାନଙ୍କ କଥିତ ଗାର୍ଲଫ୍ରେଣ୍ଡ ଲୁଲିଆ ଭନ୍ତୁର ମିଶି ଗାଇଛନ୍ତି। ଗୀତର ଲିରିକ୍ସ ଲେଖିଛନ୍ତି ଶବ୍ବିର ଅହମ୍ମଦ। ଫ୍ୟାନ୍‌ମାନଙ୍କୁ ୟୁଲିଆ ଭନ୍ତୁରଙ୍କ ସହ ଗୁରୁ ରନ୍ଧାୱାଙ୍କ କମ୍ବିନେସନ ଦେଖିବାକୁ ମିଳିବ।

ଆସନ୍ତାକାଲି ଏହି ଗୀତଟି ରିଲିଜ ହେବ। ଏନେଇ ସଲମାନ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ଗୀତକୁ ନେଇ ଏବେ ସଲମାନଙ୍କ ଫ୍ୟାନମାନଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି।

ସଲମାନ ଖାନ୍‌ଙ୍କ ଶେଷଥର ପାଇଁ ଫିଲ୍ମ 'ଅନ୍ତିମ'ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଥିଲେ। ଏଥିରେ ସଲମାନଙ୍କ ସହ ତାଙ୍କ ଭିଣେଇ ଆୟୁଷ ଶର୍ମା ନଜର ଆସିଥିଲେ। ଫିମେଲ୍‌ ଲିଡ୍‌ରେ ଥିଲେ ମହିମା ମକୱାନା। ଏହାଥିଲା ତାଙ୍କର ପ୍ରଥମ ବଲିଉଡ ଡେବ୍ୟୁ ଫିଲ୍ମ।

https://twitter.com/BeingSalmanKhan/status/1484448734721110019?s=20

Related story