ସଲମାନଙ୍କ ସହାୟତା ଲୋଡିଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ଏବେ ବଲିଉଡର ଭାଇଜାନ୍‌ ସଲମାନ ଖାନ୍ ହିଁ ଏକମାତ୍ର ଭରସା। ସଲମାନଙ୍କ ସହାୟତା ନେବେ ମହାରାଷ୍ଟ୍ର ସରକାର। ଲୋକଙ୍କୁ ସଚେତନ କରିବା ଲାଗି ମହାରାଷ୍ଟ୍ର ସରକାରର ସ୍ୱାସ୍ଥ୍ୟବିଭାଗ ଏବେ ସଲମାନଙ୍କ ସହାୟତା ଲୋଡିଛି। ପ୍ରକୃତରେ କରୋନା ମହାମାରୀ ପରେ ସାରା ଦେଶରେ କରୋନା ଟିକାକୁ ନେଇ ସରକାର ଲଗାତର ଅପିଲ କରୁଛନ୍ତି। ଟିକାକରଣ ସଂଖ୍ୟା ବଢ଼ାଇବା ପାଇଁ ଦେଶର ଭିନ୍ନ ଭିନ୍ନ କୋଣରେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। କିନ୍ତୁ ଏ ସବୁ […]

Salman Khan

Salman Khan

Madhupriya Mistry
  • Published: Thursday, 18 November 2021
  • Updated: 18 November 2021, 01:41 PM IST

Sports

Latest News

ମୁମ୍ବାଇ: ଏବେ ବଲିଉଡର ଭାଇଜାନ୍‌ ସଲମାନ ଖାନ୍ ହିଁ ଏକମାତ୍ର ଭରସା। ସଲମାନଙ୍କ ସହାୟତା ନେବେ ମହାରାଷ୍ଟ୍ର ସରକାର। ଲୋକଙ୍କୁ ସଚେତନ କରିବା ଲାଗି ମହାରାଷ୍ଟ୍ର ସରକାରର ସ୍ୱାସ୍ଥ୍ୟବିଭାଗ ଏବେ ସଲମାନଙ୍କ ସହାୟତା ଲୋଡିଛି।

ପ୍ରକୃତରେ କରୋନା ମହାମାରୀ ପରେ ସାରା ଦେଶରେ କରୋନା ଟିକାକୁ ନେଇ ସରକାର ଲଗାତର ଅପିଲ କରୁଛନ୍ତି। ଟିକାକରଣ ସଂଖ୍ୟା ବଢ଼ାଇବା ପାଇଁ ଦେଶର ଭିନ୍ନ ଭିନ୍ନ କୋଣରେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। କିନ୍ତୁ ଏ ସବୁ ସତ୍ତ୍ୱେ ଏବେବି ମହାରାଷ୍ଟ୍ରର କିଛି ଅଞ୍ଚଳରେ ଟିକାକରଣ ସଂଖ୍ୟା ବେଶ୍‌ ଆଖିଦୃଶିଆ ଭାବେ ବଢ଼ି ନାହିଁ। ବିଶେଷକରି ମୁସ୍‌ଲିମ କମ୍ୟୁନିଟିରେ ଟିକାକରଣ ହୋଇନାହିଁ। ଏଥିପାଇଁ ଏବେ ମହାରାଷ୍ଟ୍ର ସ୍ୱାସ୍ଥ୍ୟବିଭାଗ ଏହି ଦବଙ୍ଗ ଅଭିନେତାଙ୍କ ସହାୟତା ଲୋଡିଛି।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, 'ମୁସଲମାନ ଅଞ୍ଚଳରେ ଟୀକାକରଣ ବିଷୟରେ ଲୋକମାନେ ଅବଗତ ନୁହଁନ୍ତି। ଏହି ସମ୍ପ୍ରଦାୟକୁ ଆଗକୁ ନେବା ପାଇଁ ଆମେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛୁ। କାରଣ ଲୋକଙ୍କ ଉପରେ ଅଭିନେତାଙ୍କ ଗଭୀର ପ୍ରଭାବ ପଡିଥାଏ।'

ସେପଟେ ଅଭିନେତା ସଲମାନ ଖାନ ମଧ୍ୟ କହିଛନ୍ତି ଯେ "ଲୋକଙ୍କୁ ଟିକାକରଣ ପାଇଁ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି। ଅନ୍ୟପଟେ ଟିକାକୁ ନେଇ କିଛି ଗୁଜବ ରହିଛି। ଏହି କାରଣରୁ ଲୋକଙ୍କ ମଧ୍ୟରେ ଟିକାକରଣକୁ ନେଇ ଏବେବି ଆଶଙ୍କା ରହିଛି।'

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପ୍ରାୟ ୩୫% ଲୋକ କରୋନା ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି।  ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁଯାୟୀ – କୋଭାକ୍ସିନ ଟିକାରେ ପ୍ରଥମରୁ ଦ୍ୱିତୀୟ ଡୋଜ ନେବା ପାଇଁ ୨୮ଦିନ ସମୟ ରହିଥିବା ବେଳେ କୋଭିଡଶିଲ୍ଡରେ ୮୪ ଦିନ ରହିଛି। ଦୁଇଟି ଟିକା ମଧ୍ୟରେ ରହିଥିବା ଏହି ଦୀର୍ଘ ସମୟର ଅନ୍ତରାଳକୁ ନେଇ ଆଇସିଏମ୍‌ଆର୍‌ ସହ କଥାବାର୍ତ୍ତା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos