ନାଗାଙ୍କ ସବୁ ଫଟୋ ଡିଲିଟ କଲେ ସମନ୍ଥା

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଦମ୍ପତି ନାଗା ଚୈତନ୍ୟ ଓ ସମନ୍ଥା ପରସ୍ପର ଠାରୁ ଦୀର୍ଘ ୩ ସପ୍ତାହ ହେଲାଣି ଅଲଗା ହୋଇ ଯାଇଛନ୍ତି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିବାରୁ ଆଜି ସମନ୍ଥା ବଡ଼ ପଦକ୍ଷେପ ନେଇଛନ୍ତି। ସେ ଦୀର୍ଘ ୫ ବର୍ଷ ହେଲା ନାଗାଙ୍କ ସହ ଯେଉଁ ସବୁ ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ସେସବୁକୁ ଆଜି ଡିଲିଟ କରି ଦେଇଛନ୍ତି। ନାଗାଙ୍କ ସହ ତାଙ୍କର ଆଉ କୌଣସି ସମ୍ପର୍କ ନଥିବାରୁ ସେ […]

samntha

Hemant Lenka
  • Published: Thursday, 28 October 2021
  • , Updated: 28 October 2021, 05:04 PM IST

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଦମ୍ପତି ନାଗା ଚୈତନ୍ୟ ଓ ସମନ୍ଥା ପରସ୍ପର ଠାରୁ ଦୀର୍ଘ ୩ ସପ୍ତାହ ହେଲାଣି ଅଲଗା ହୋଇ ଯାଇଛନ୍ତି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିବାରୁ ଆଜି ସମନ୍ଥା ବଡ଼ ପଦକ୍ଷେପ ନେଇଛନ୍ତି। ସେ ଦୀର୍ଘ ୫ ବର୍ଷ ହେଲା ନାଗାଙ୍କ ସହ ଯେଉଁ ସବୁ ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ସେସବୁକୁ ଆଜି ଡିଲିଟ କରି ଦେଇଛନ୍ତି।

ନାଗାଙ୍କ ସହ ତାଙ୍କର ଆଉ କୌଣସି ସମ୍ପର୍କ ନଥିବାରୁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। କିଛି ମାସ ତଳେ ସମନ୍ଥା ନିଜ ଇନଷ୍ଟାଗ୍ରାମରୁ ଅକ୍କିନେନି ସରନେମକୁ ହଟାଇ ଦେଇଥିଲେ। ସେବେଠାରୁ ହିଁ ନାଗା ଓ ସମନ୍ଥା ଅଲଗା ହେବାକୁ ଯାଉଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ସତକୁ ସତ ୩ ସପ୍ତାହ ତଳେ ଉଭୟ ସୋଶାଲ ମିଡିଆରେ ପରସ୍ପରକୁ ଛାଡ଼ପତ୍ର ଦେଇଥିବା ଘୋଷଣା କରିଥିଲେ।

 

View this post on Instagram

 

A post shared by Samantha (@samantharuthprabhuoffl)


ସମନ୍ଥା ସୁବୁବେଳେ ନାଗାଙ୍କ ସହ ବିତାଉଥିବା ସବୁ ବିଶେଷ ମୁହୂର୍ତ୍ତର ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରୁଥିଲେ। ୫ ବର୍ଷ ଧରି ସେ ଅନେକ ରୋମାଣ୍ଟିକ ଫଟୋ ଇନଷ୍ଟାରେ ପୋଷ୍ଟ କରିଛନ୍ତି। ହେଲେ ଆଜି ଦୀର୍ଘ ଘଣ୍ଟାର ପରିଶ୍ରମ କରି ନାଗାଙ୍କ ସହ ସେ ପୋଷ୍ଟ କରିଥିବା ସମସ୍ତ ଫଟୋକୁ ଡିଲିଟ କରିଦେଇଛନ୍ତି।

 

View this post on Instagram

 

A post shared by Samantha (@samantharuthprabhuoffl)


ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ତା ରୁଥ ପ୍ରଭୁ ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍‌ ରାଜକୀୟ ଠାଣିରେ ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବର୍ତ୍ତମାନ ସମନ୍ଥା ନିଜ ବନ୍ଧୁମାନଙ୍କ ସହ ଦୁବାଇରେ ରହିଛନ୍ତି। ସେ ଖୁବଶୀଘ୍ର ଭାରତ ଫେରି ପୁଣି ନିଜର କାମ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

Related story