ଟୁ ପିସ୍‌ରେ ସମନ୍ଥା, ସୋଶାଲ ମିଡିଆରେ ଲଗାଇଲେ ନିଆଁ

ହାଇଦ୍ରାବାଦ: ନୂଆ ଲୁକ୍‌ରେ ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ। ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ର ପରେ ସେ ପୁଣି ଥରେ ଏବେ ଚର୍ଚ୍ଚାକୁ ଆସିଛନ୍ତି। କିଛି ଦିନର ବିରତି ପରେ ସେ ପୁଣି ଥରେ ସୋଶାଲ ମିଡିଆରେ ହୋଇଛନ୍ତି ଆକ୍ଟିଭ। ଆଉ ଦେଖାଇଛନ୍ତି ନିଜର ଅଲ୍ଟ୍ରା ଗ୍ଲାମ୍‌ ଲୁକ୍‌। ନିଜର ହଟ୍‌ ଅନ୍ଦାଜ ସହ ଟୁ ପିସ୍‌ରେ ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛନ୍ତି। ସମନ୍ଥା ବର୍ତ୍ତମାନ ନିଜର ଦମଦାର ଅଭିନୟ ଏବଂ ନୂଆ ପ୍ରୋଜେକ୍ଟକୁ […]

Samantha ruth prabhu

Madhupriya Mistry
  • Published: Wednesday, 09 March 2022
  • , Updated: 09 March 2022, 05:46 PM IST

ହାଇଦ୍ରାବାଦ: ନୂଆ ଲୁକ୍‌ରେ ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ। ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ର ପରେ ସେ ପୁଣି ଥରେ ଏବେ ଚର୍ଚ୍ଚାକୁ ଆସିଛନ୍ତି। କିଛି ଦିନର ବିରତି ପରେ ସେ ପୁଣି ଥରେ ସୋଶାଲ ମିଡିଆରେ ହୋଇଛନ୍ତି ଆକ୍ଟିଭ। ଆଉ ଦେଖାଇଛନ୍ତି ନିଜର ଅଲ୍ଟ୍ରା ଗ୍ଲାମ୍‌ ଲୁକ୍‌। ନିଜର ହଟ୍‌ ଅନ୍ଦାଜ ସହ ଟୁ ପିସ୍‌ରେ ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛନ୍ତି।

ସମନ୍ଥା ବର୍ତ୍ତମାନ ନିଜର ଦମଦାର ଅଭିନୟ ଏବଂ ନୂଆ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହାରି ଭିତରେ ସମନ୍ଥା ଏକ ବିଜ୍ଞାପନର ସୁଟିଂ କରିଛନ୍ତି। ଏଥିରେ ତାଙ୍କୁ ପୂରାପୁରି ନୂଆ ଅବତାରରେ ଦେଖିବାକୁ ମିଳିଛି। ସେ ନିଜର ଅଲ୍ଟ୍ରା ଗ୍ଲାମ ଅବତାର ଦେଖାଇଛନ୍ତି। ଫ୍ୟାନ୍‌ମାନେ ସମନ୍ଥାଙ୍କ ଏଭଳି ଗ୍ଲାମରସ ଅବତର ଦେଇ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି।

ପୁଷ୍ପା ଫେମ୍‌ ସମନ୍ଥା ଏକ ପାନୀୟ କମ୍ପାନୀ ପାଇଁ ଏହି ବିଜ୍ଞାପନ ସୁଟିଂ କରିଥିଲେ। ଏହି ସୁଟିଂ ବେଳର ଭିଡିଓକୁ ସମନ୍ଥା ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏହାର କ୍ୟାପସନରେ ଲେଖିଛି,'I am ready to slay because I’m #MadeOfPride.। ଡ୍ୟାନ୍ସ ବ୍ୟାଟେଲରେ ଯୋଗ ଦିଅନ୍ତୁ। ସାରା ବିଶ୍ୱକୁ ଦେଖାନ୍ତୁ ଯେ ଆପଣ କେଉଁମାଟିରେ ଗଢ଼ା ଆଉ ଆପଣ କ'ଣ କରିପାରନ୍ତି।'

ଫ୍ୟାନ୍‌ମାନଙ୍କୁ ସମନ୍ଥାଙ୍କ ଏହି ଲୁକ୍‌ ବେଶ ପସନ୍ଦ ଆସୁଛି। ତାଙ୍କର ଏହି ଟୁ ପିସ୍‌ର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସମନ୍ତା ଦୁଇଟି ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି। ପ୍ରଥମେ ସେ ଧଳା ରଙ୍ଗର କର୍ସେଟ୍‌ ଟପ୍‌ ଏବଂ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଦ୍ୱିତୀୟରେ ସେ ନାଲି ରଙ୍ଗର ଅଫ୍ ସୋଲ୍ଡର ବ୍ରା ଏବଂ କଳା ରଙ୍ଗର ଲେଦର ପ୍ୟାଣ୍ଟରେ ନଜର ଆସିଛନ୍ତି।

ଲଗାତାର ଫ୍ୟାନ୍‌ମାନେ ସମନ୍ଥାଙ୍କ ଏହି ଭିଡିଓରେ କମେଣ୍ଟ ଉପରେ କମେଣ୍ଟ କରିଚାଲିଛନ୍ତି। ଜଣେ ଫ୍ୟାନ୍‌ ଲେଖିଛନ୍ତି, ମାଡାମ୍, ଆପଣ ବହୁତ କ୍ୟୁଟ୍‌ ଲାଗୁଛନ୍ତି, ଏଭଳି ହିଁ ଖୁସିରେ ରୁହନ୍ତୁ। ଆମେ ଆପଣଙ୍କ ସହ ଅଛୁ। ଆଉ କିଛି ସମନ୍ଥାଙ୍କୁ କୁଇନ୍‌ ବୋଲି କହିଛନ୍ତି।

ବର୍ତ୍ତମାନ ସମନ୍ଥା ହାଇଦ୍ରାବାଦରେ ନିଜ ଅପକମିଂ ଫିଲ୍ମ 'ଯଶୋଦା'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅଭିନେତା ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ପରେ ସମନ୍ଥା ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛନ୍ତି।

 

View this post on Instagram

 

A post shared by Samantha (@samantharuthprabhuoffl)

Related story