ଅଭିନେତ୍ରୀଙ୍କ ସଉକ ଖାଣ୍ଟି ସୁନାରେ ତିଆରି ଚା'

ମୁମ୍ବାଇ: ବଲିଉଡକୁ ବାୟ ବାୟ କହି ସାରିଥିବା ଅଭିନେତ୍ରୀ ସନା ଖାନ୍‌ ଏବେ ପୁଣି ଲାଇମଲାଇଟ୍‌କୁ ଆସିଛନ୍ତି। ସେ ଅଭିନୟ ଛାଡିଛନ୍ତି ସତ କିନ୍ତୁ ସୋଶାଲ ମିଡିଆରେ ଖୁବ୍‌ ଆକ୍ଟିଭ ଅଛନ୍ତି। ଅଭିନୟ ଛାଡିଦେଇଥିଲେ ମଧ୍ୟ ଫ୍ୟାନ୍‌ମାନଙ୍କ ମନରଞ୍ଜନ କରିବା ଛାଡି ନାହାନ୍ତି। ବିବାହ ପରେ ଅଭିନୟ ଦୁନିଆକୁ ଅଲବିଦା କହିଥିବା ସନା ପ୍ରାୟତଃ ନିଜ ସ୍ୱାମୀଙ୍କ ସହ ବୁଲିଥିବାର ଭିଡିଓ ଆଉ ଫଟୋ ସୋଶାଲ ପୋଷ୍ଟ କରନ୍ତି। ଏବେ ଖାଣ୍ଟି ସୁନାରେ ତିଆରି ଚା’ ପିଇଛନ୍ତି […]

gold-tea

Madhupriya Mistry
  • Published: Wednesday, 23 March 2022
  • , Updated: 23 March 2022, 03:11 PM IST

ମୁମ୍ବାଇ: ବଲିଉଡକୁ ବାୟ ବାୟ କହି ସାରିଥିବା ଅଭିନେତ୍ରୀ ସନା ଖାନ୍‌ ଏବେ ପୁଣି ଲାଇମଲାଇଟ୍‌କୁ ଆସିଛନ୍ତି। ସେ ଅଭିନୟ ଛାଡିଛନ୍ତି ସତ କିନ୍ତୁ ସୋଶାଲ ମିଡିଆରେ ଖୁବ୍‌ ଆକ୍ଟିଭ ଅଛନ୍ତି। ଅଭିନୟ ଛାଡିଦେଇଥିଲେ ମଧ୍ୟ ଫ୍ୟାନ୍‌ମାନଙ୍କ ମନରଞ୍ଜନ କରିବା ଛାଡି ନାହାନ୍ତି। ବିବାହ ପରେ ଅଭିନୟ ଦୁନିଆକୁ ଅଲବିଦା କହିଥିବା ସନା ପ୍ରାୟତଃ ନିଜ ସ୍ୱାମୀଙ୍କ ସହ ବୁଲିଥିବାର ଭିଡିଓ ଆଉ ଫଟୋ ସୋଶାଲ ପୋଷ୍ଟ କରନ୍ତି।

ଏବେ ଖାଣ୍ଟି ସୁନାରେ ତିଆରି ଚା' ପିଇଛନ୍ତି ସନା। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ନିକଟରେ ବୁର୍ଜ ଖଲିଫାରେ ୨୪ କ୍ୟାରେଟ୍‌ର ସୁନା ଚା' ପିଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସନା ଖାନ୍‌। ସେ ନିଜ ସ୍ୱାମୀଙ୍କ ସହ ମିଶି ବୁର୍ଜ ଖଲିଫାରେ ଗୋଲ୍ଡ ପ୍ଲେଟେଡ୍‌ ଚା' ପଇବାର ମଜା ନେଇଛନ୍ତି। ଯାହାର ଫଟୋ ଆଉ ଭିଡିଓକୁ ସନା ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଭିଡିଓ ଆଉ ଫଟୋରେ ସନା ହାତରେ ସୁନାରେ ତିଆରି ଚା' ଧରିଥିବା ହିଜାବ ପନ୍ଧିଥିବା ନଜର ଆସିଛନ୍ତି। ତେବେ ସୁନାର ଏହି ଚା' ’ଅପେକ୍ଷା ତାଙ୍କ ହିଜାବ ବିଷୟରେ ଅଧିକ ଆଲୋଚନା ହେଉଛି। ସାନାଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

ଫଟୋ ଶେୟାର କରି ସନା ଖାନ କ୍ୟାପସନରେ ଲେଖିଛନ୍ତି, ‘ତୁମର ଜୀବନକୁ ସେମାନଙ୍କ ସହିତ ତୁଳନା କର ନାହିଁ, ସବୁ ଦିନକୁ ଉପଭୋଗ କର। ସେ ତୁମକୁ ଏହି ଦୁନିଆରେ ସଫଳ ଦେଖାଇବେ କିନ୍ତୁ ଏହା ଆଲ୍ଲାଙ୍କ ସାମ୍ନାରେ ଘଟିବ ନାହିଁ … ତାହା ହିଁ ଗୁରୁତ୍ୱପୂର୍ଣ୍ଣ।' ସନାଙ୍କ ଏହି ଫଟୋ ସାମ୍ନାକୁ ପରେ, ଲୋକମାନେ ଚା' ଅପେକ୍ଷା ତାଙ୍କ  ହିଜାବ ପିନ୍ଧିବାକୁ ନେଇ ବିଷୟରେ ଅଧିକ ଆଲୋଚନା କରୁଛନ୍ତି।

ଜଣେ ୟୁଜର୍ସ ଲେଖିଛନ୍ତି, ‘ହିଜାବ ଯୋଗୁଁ ତୁମେ ଅଧିକ ସୁନ୍ଦର ଦେଖାଯାଉଛ। ବର୍ତ୍ତମାନ ଏହି ସୁନା ଚା’ର ମୂଲ୍ୟକୁ ନେଇ ଅନେକ ଆଲୋଚନା ହେଉଛି। ରିପୋର୍ଟ ଅନୁଯାୟୀ, ଏହି ୨୪ କ୍ୟାରେଟ୍‌ ଚା’ର ମୂଲ୍ୟ ପ୍ରାୟ ୩୩୦୦ ଟଙ୍କା ରହିଛି। ଲୋକେ ଚା'ର ଏହି ଦାମ୍‌ ଶୁଣିବା ପରେ ଚକିତ ହୋଇପଡିଛନ୍ତି।

ସୂଚନା ମୁତାବକ, ବିବାହ ପରଠାରୁ ସନା ଖାନ ନିଜର ଜୀବନଶୈଳୀକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଅଭିନୟ ଜଗତରୁ ବିଦାୟ ନେବା ପରେ ସାନା ଖାନ ଗୁଜୁରାଟର ମୌଲାନା ମୁଫତି ଅନାସ ସୟଦଙ୍କୁ ବିବାହ କରିଥିଲେ। ବିବାହର ଫଟୋ ସାମ୍ନାକୁ ଆସିବା ମାତ୍ରେ ସନା ଖାନ ସୋଶାଲ ମିଡିଆରେ ଜୋରଦାର ଟ୍ରୋଲର ଶିକାର ହୋଇଥିଲେ।

 

View this post on Instagram

 

A post shared by Saiyad Sana Khan (@sanakhaan21)

Related story