ସୁଶାନ୍ତଙ୍କୁ ମନେ ପକାଇଲେ ସଞ୍ଜନା

ମୁମ୍ବାଇ: ଅଭିନେତ୍ରୀ ସଞ୍ଜନାଙ୍କୁ ମନେ ପଡୁଛନ୍ତି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ‘ଦିଲ୍ ବେଚାରା’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା ସଞ୍ଜନା ସାଙ୍ଘି ସୁଶାନ୍ତଙ୍କୁ ମନେ ପାକଇ ଭାବୁକ ହୋଇପଡିଛନ୍ତି। ଫିଲ୍ମ ‘ଦିଲ୍ ବେଚାରା’କୁ ଏକ ବର୍ଷ ପୂରିଛି। ଗତବର୍ଷ ଜୁଲାଇ ୨୪ରେ ଏହି ଫିଲ୍ମଟି ଓଟିଟିରେ ରିଲିଜ ହୋଇଥିଲା। ଏବେ ଫିଲ୍ମର ବର୍ଷ ପୂର୍ତ୍ତି ଅବସରରେ ସୁଶାନ୍ତଙ୍କୁ ମନେ ପାକଇ ସଞ୍ଜନା ଇମୋସନାଲ ହୋଇପଡିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ନୋଟ୍ ମଧ୍ୟ […]

sanjana-sanghi-sushant-singh-rajput-1

Madhupriya Mistry
  • Published: Sunday, 25 July 2021
  • , Updated: 25 July 2021, 04:56 PM IST

ମୁମ୍ବାଇ: ଅଭିନେତ୍ରୀ ସଞ୍ଜନାଙ୍କୁ ମନେ ପଡୁଛନ୍ତି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ‘ଦିଲ୍ ବେଚାରା’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା ସଞ୍ଜନା ସାଙ୍ଘି ସୁଶାନ୍ତଙ୍କୁ ମନେ ପାକଇ ଭାବୁକ ହୋଇପଡିଛନ୍ତି।

ଫିଲ୍ମ ‘ଦିଲ୍ ବେଚାରା’କୁ ଏକ ବର୍ଷ ପୂରିଛି। ଗତବର୍ଷ ଜୁଲାଇ ୨୪ରେ ଏହି ଫିଲ୍ମଟି ଓଟିଟିରେ ରିଲିଜ ହୋଇଥିଲା। ଏବେ ଫିଲ୍ମର ବର୍ଷ ପୂର୍ତ୍ତି ଅବସରରେ ସୁଶାନ୍ତଙ୍କୁ ମନେ ପାକଇ ସଞ୍ଜନା ଇମୋସନାଲ ହୋଇପଡିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ନୋଟ୍ ମଧ୍ୟ ପୋଷ୍ଟ କରିଛନ୍ତି।

ସଞ୍ଜନା ଲେଖିଛନ୍ତି, ‘ଏକ ବର୍ଷ ପୂର୍ବେ ମୋର ପ୍ରଥମ ଚଳଚ୍ଚିତ୍ର ‘ଦିଲ ବେଚାରା ରିଲିଜ’ ହେବା ପୂର୍ବ ଦିନ ସଂଧ୍ୟାରେ ମୋର ଭୟର କୌଣସି ସୀମା ନଥିଲା ଏବଂ ଆଜି ‘ଦିଲ ବେଚାରା'କୁ ବର୍ଷେ ପୂରିଛି। ଏହା ହିଁ ଜଣେ ଅଭିନେତା ହେବାର ସମ୍ବେଦନଶୀଳ, ଭାବପ୍ରବଣ ଏବଂ ଯାଦୁକର ଯାତ୍ରାକୁ ବାସ୍ତବ କରିଥାଏ। ଏହା ବାସ୍ତବରେ ସବୁଠାରୁ ବଡ ଭାଗ୍ୟ ଏବଂ ସମ୍ମାନ ଅଟେ ଯାହା କି ମୁଁ ପାଇଛି। କିଜି ଚରିତ୍ର ଉପରେ ବିଶ୍ୱାସ କରି ତାକୁ ଏକ ନୂତନ ବ୍ୟକ୍ତି ଭାବେ ତିଆରି କରିବା ସବୁଠାରୁ ଅଦ୍ଭୁତ ଥିଲା।’

ଏହି ପୋଷ୍ଟ ସହ ସଞ୍ଜନା ସୁଶାନ୍ତଙ୍କୁ ମଧ୍ୟ ମନେ ପକାଇଛନ୍ତି। ସେ ଲେଖିଛନ୍ତି, ‘ମୁଁ ତୁମ ବିଷୟରେ ଭାବୁଛି, ସୁଶାନ୍ତ ସିଂ ରାଜପୁତ'।

ଫିଲ୍ମ ‘ଦିଲ ବେଚାରା’ ସୁଶାନ୍ତ ସିଂ ରାଜପୁତଙ୍କ ଥିଲା ଶେଷ ଫିଲ୍ମ। ଏହି ଫିଲ୍ମ ଜରିଆରେ ସଞ୍ଜନା ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପୂର୍ବରୁ ସଞ୍ଜନା ଫିଲ୍ମ ‘ରକଷ୍ଟାର’, ‘ହିନ୍ଦୀ ମିଡିୟମ’ ଏବଂ ‘ଫୁକରେ’ ଭଳି ଫିଲ୍ମରେ ଛୋଟ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଧ୍ୟାନ ଆକର୍ଷିତ କରିସାରିଛନ୍ତି।

 

View this post on Instagram

 

A post shared by Sanjana Sanghi (@sanjanasanghi96)

Related story