ବଲିଉଡରେ ଏଣ୍ଟ୍ରି କରିବେ ଶାହାରୁଖଙ୍କ ଝିଅ!

ମୁମ୍ବାଇ: ବାପା ପରେ ଏବେ ଅଭିନୟର ଜାଦୁ ଦେଖାଇବେ ଝିଅ। ବଲିଉଡରେ ଏଣ୍ଟ୍ରି କରିବେ କିଙ୍ଗ ଖାନ୍‌ ଶାହାରୁଖଙ୍କ ଝିଅ ସୁହାନା। ଅନେକ ଦିନ ହେବ ଏହି ଖବର ଶୁଣିବାକୁ ମିଳୁଛି। ଏବେ କିନ୍ତୁ ଏହା ସ୍ପଷ୍ଟ ହୋଇଯାଇଛି। ନିର୍ଦ୍ଦେଶିକା ଜୋୟା ଅଖତର କୁଆଡେ ସୁହାନା ଖାନ୍‌ଙ୍କୁ ଫିଲ୍ମରେ ବ୍ରେକ୍‌ ଦେବା ନେଇ ଚର୍ଚ୍ଚା ହେଉଛି। ନିକଟରେ ଜୋୟା ଅଖତରଙ୍କ ଅଫିସ ବାହାରେ ସୁହାନା ଖାନ୍‌ ନଜର ଆସିଥିଲେ। ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। […]

Suhana Khan

Madhupriya Mistry
  • Published: Monday, 07 February 2022
  • , Updated: 07 February 2022, 02:10 PM IST

ମୁମ୍ବାଇ: ବାପା ପରେ ଏବେ ଅଭିନୟର ଜାଦୁ ଦେଖାଇବେ ଝିଅ। ବଲିଉଡରେ ଏଣ୍ଟ୍ରି କରିବେ କିଙ୍ଗ ଖାନ୍‌ ଶାହାରୁଖଙ୍କ ଝିଅ ସୁହାନା। ଅନେକ ଦିନ ହେବ ଏହି ଖବର ଶୁଣିବାକୁ ମିଳୁଛି। ଏବେ କିନ୍ତୁ ଏହା ସ୍ପଷ୍ଟ ହୋଇଯାଇଛି। ନିର୍ଦ୍ଦେଶିକା ଜୋୟା ଅଖତର କୁଆଡେ ସୁହାନା ଖାନ୍‌ଙ୍କୁ ଫିଲ୍ମରେ ବ୍ରେକ୍‌ ଦେବା ନେଇ ଚର୍ଚ୍ଚା ହେଉଛି।

ନିକଟରେ ଜୋୟା ଅଖତରଙ୍କ ଅଫିସ ବାହାରେ ସୁହାନା ଖାନ୍‌ ନଜର ଆସିଥିଲେ। ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋ ଭାଇରାଲ ହେବା ପରେ ଜୋୟା ଅଖତରଙ୍କ ଅପକମିଂ ଫିଲ୍ମରେ ସୁହାନା ବଲିଉଡରେ ପାଦ ରଖିବେ ବୋଲି ଚର୍ଚ୍ଚା ହେଉଛି।

ବଲିଉଡ ଲାଇଫର ରିପୋର୍ଟ ମୁତାବକ, ଜୋୟା ଅଖତର ଆର୍ଚି କମିକ୍ସ ଉପରେ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସୁହାନାଙ୍କ ବ୍ୟତୀତ ଶ୍ରୀଦେବିଙ୍କ ସାନ ଝିଅ ଖୁସି କପୁର ଏବଂ ଅମିତାଭ ବଚ୍ଚନଙ୍କ ନାତୀ ଅଗସ୍ତ୍ୟା ନନ୍ଦାଙ୍କୁ ଲଞ୍ଚ କରିପାରନ୍ତି। ତେବେ ଏହି ଖବର କେତେ ସତ କେତେ ମିଛି ତାହା ପୂରା ଘଟଣା ସାମ୍ନାକୁ ଆସିବା ପରେ ହିଁ ଜଣାପଡିବ।

ସୂଚନା ମୁତାବକ, ଶାହାରୁଖଙ୍କ ଝିଅ ସୁହାନା ଖାନ୍‌ ନ୍ୟୁୟର୍କରେ ଆକ୍ଟିଂରେ ପାଠ ପଢ଼ିଛନ୍ତି। ସେ ଗତ ବର୍ଷ ନ୍ୟୁୟର୍କରୁ ଭାରତ ଫେରିଛନ୍ତି। ନ୍ୟୁୟର୍କରେ ରହୁଥିବାବେଳେ ସୁହାନା ଅନେକ ଆକ୍ଟିଂ ଭିଡିଓରେ କାମ କରିଛନ୍ତି। ସେ ଅନେକ ସର୍ଟ ଫିଲ୍ମରେ କାମ କରିଛନ୍ତି ଏବଂ ତାଙ୍କ ଅଭିନୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସମସ୍ତେ ତାଙ୍କ ଅଭିନୟକୁ ପ୍ରଶଂସା ମଧ୍ୟ କରିଛନ୍ତି।

ସେହିପରି ଶାହାରୁଖ ଖାନ୍‌ ମଧ୍ୟ ଏକ ସାକ୍ଷାତକାର୍‌ରେ ସୁହାନାଙ୍କ ଆକ୍ଟିଂ ପ୍ରତି ଦୁର୍ବଳତା ଥିବା କଥା ଖୁଲାସା କରିଥିଲେ। ସେ ଅଭିନେତ୍ରୀ ହେବାକୁ ଚାହୁଁଥିବା ଏବଂ ବଲିଉଡରେ କାମ କରିବାକୁ ଇଚ୍ଛା ରଖିଥିବା ନେଇ କହିଥିଲେ ଶାହାରୁଖ।

Related story