ଦୀପାବଳି ପାଇଁ ବିଶେଷ ବାର୍ତ୍ତା ଦେଲେ ଶାହାରୁଖ

ମୁମ୍ବାଇ: ଲଗାତର ୧୫ରୁ ୨୦ ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବଲିଉଡ ବାଦ୍‌ଶାହ ଶାହାରୁଖ ଖାନ୍‌। ପୁଅ ଆର୍ଯ୍ୟନ୍‌ ଖାନ୍‌ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲରେ ଫସିଛନ୍ତି। ଏହାକୁ ନେଇ ଶାହାରୁଖ ଏବଂ ତାଙ୍କ ପୂରା ପରିବାର ଚିନ୍ତିତ ଅଛନ୍ତି। ପୁଅ ଆର୍ଯ୍ୟନଙ୍କୁ କେବେ ମିଳିବ ବେଲ୍‌? କେବେ ସେ ଜେଲ୍‌ରୁ ମୁକିଳିବେ? ତାକୁ ନେଇ ସେ ଚିନ୍ତିତ ଅଛନ୍ତି। ଏସବୁ ଭିତରେ କିଙ୍ଗ ଖାନ୍‌ଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଦୀପାବଳି […]

Sharukh khan

Madhupriya Mistry
  • Published: Sunday, 24 October 2021
  • , Updated: 24 October 2021, 04:26 PM IST

ମୁମ୍ବାଇ: ଲଗାତର ୧୫ରୁ ୨୦ ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବଲିଉଡ ବାଦ୍‌ଶାହ ଶାହାରୁଖ ଖାନ୍‌। ପୁଅ ଆର୍ଯ୍ୟନ୍‌ ଖାନ୍‌ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲରେ ଫସିଛନ୍ତି। ଏହାକୁ ନେଇ ଶାହାରୁଖ ଏବଂ ତାଙ୍କ ପୂରା ପରିବାର ଚିନ୍ତିତ ଅଛନ୍ତି। ପୁଅ ଆର୍ଯ୍ୟନଙ୍କୁ କେବେ ମିଳିବ ବେଲ୍‌? କେବେ ସେ ଜେଲ୍‌ରୁ ମୁକିଳିବେ? ତାକୁ ନେଇ ସେ ଚିନ୍ତିତ ଅଛନ୍ତି। ଏସବୁ ଭିତରେ କିଙ୍ଗ ଖାନ୍‌ଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଦୀପାବଳି ଲାଗି ବିଶେଷ ବାର୍ତ୍ତା ଦେଇଛନ୍ତି।

ରିଲିଜ ହୋଇଛି ଶାହାରୁଖ ଖାନ୍‌ଙ୍କ ନୂଆ ବିଜ୍ଞାପନ। ଏହି ବିଜ୍ଞାପନ ମଧ୍ୟମରେ ସେ ଲୋକାଲ ପାଇଁ ଭୋକାଲ ହେବାକୁ କହୁଛନ୍ତି। ରିଲିଜ୍ ହେବା ପରଠାରୁ ଶାହରୁଖ ଖାନଙ୍କ ନୂଆ କ୍ୟାଡବିରୀ ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି। ଏହି ବିଜ୍ଞାପନର ପଞ୍ଚ ଲାଇନ ହେଉଛି 'ଏହା କେବଳ କ୍ୟାଡବିରୀ ବିଜ୍ଞାପନ ନୁହେଁ'।

ଏହି ବିଜ୍ଞାପନ ମାଧ୍ୟମରେ ଶାହାରୁଖ ଖାନ ପ୍ରତ୍ୟେକ ଘରର ଦୀପାବଳି ମିଠା ହେବା ଉଚିତ୍। ତେଣୁ, ତୁମ ଘର ନିକଟ ଦୋକାନରୁ ଦୀପାବଳି ସପିଂ କର। ତୁମେ ତୁମର ଘର ନିକଟସ୍ଥ ଦୋକାନରୁ ପୋଷାକ, ଜୋତା ଏବଂ ସନ୍‌ ଗ୍ଲାସ, ମୋବାଇଲ ଇତ୍ୟାଦି କିଣ ଏବଂ ସେମାନଙ୍କର ଦୀପାବଳିରେ ମିଠା ଭରି ଦିଅ ବୋଲି ବାର୍ତ୍ତା ଦେଇଛନ୍ତି।

ଶାହରୁଖ ଖାନଙ୍କ ଏହି ବିଜ୍ଞାପନର ବିଶେଷତ୍ୱ ହେଉଛି ଯେ ସେ ଲୋକଙ୍କୁ ଛୋଟ ଦୋକାନରୁ ସପିଂ କରିବାକୁ ଉତ୍ସାହିତ କରୁଛନ୍ତି। ଏହି ବିଜ୍ଞାପନର ପ୍ରଭାବ ଦେଶର କୋଟି କୋଟି ଦୋକାନୀଙ୍କ ଉପରେ ପଡ଼ିବ। କାରଣ ବର୍ତ୍ତମାନ ଦୀପାବଳିରେ ତାଙ୍କୁ ସମର୍ଥନ କରିବାକୁ ବଲିଉଡର ବାଦଶାହା ଆଗକୁ ଆସିଛନ୍ତି। ଏଥିରୁ ସ୍ପଷ୍ଟ ଯେ ଲୋକମାନେ ଏଥିରୁ ଅନୁପ୍ରାଣିତ ହେବେ ଏବଂ ବିଜ୍ଞାପନରୁ ବାର୍ତ୍ତାକୁ ବୁଝିବେ। ଯଦିଓ ଏହା କେବଳ ଏକ ଚକୋଲେଟ୍ ବିଜ୍ଞାପନ, କିନ୍ତୁ ଶାହରୁଖ ଖାନଙ୍କ ବାର୍ତ୍ତା ବେଶ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ।

ଏହି ବିଜ୍ଞାପନରେ କୁହାଯାଇଛି ଯେ, ଶାହାରୁଖ ଖାନ୍‌ଙ୍କ ଭଏସ୍‌କୁ ଟେକ୍‌ନିକ ସାହାଯ୍ୟରେ ପ୍ରତିଟି ବ୍ୟବସାୟୀଙ୍କ ନାଁ ନେବା ପାଇଁ ମୋଡିଫାଏ କରାଯାଇଛି।

ବିଜ୍ଞାପନରେ କୁହାଯାଇଛି ଯେ ପ୍ରତ୍ୟେକ ସ୍ଥାନୀୟ ବ୍ୟବସାୟର ନାମ ନେବା ପାଇଁ ଟେକ୍ନୋଲୋଜି ସାହାଯ୍ୟରେ ଶାହାରୁଖ ଖାନଙ୍କ ଭଏସ୍‌କୁ ପରିବର୍ତ୍ତନ କରାଯାଇଛି। ବିଜ୍ଞାପନରେ ଶାହାରୁଖ ଖାନ ଏକ କ୍ରିମ କଲରର ଶେରୱାନୀରେ ଚମତ୍କାର ଦେଖାଯାଉଛନ୍ତି। ତାଙ୍କର ନୂତନ ବିଜ୍ଞାପନ ଟ୍ୱିଟରରେ ଟ୍ରେଣ୍ଡ ମଧ୍ୟ କରୁଛି ଏବଂ ୟୁଜର୍ସମାନେ ତାଙ୍କୁ ପ୍ରଶଂସା କରୁଛନ୍ତି।

https://twitter.com/CadCelebrations/status/1451629507257913347?s=20

https://twitter.com/CadCelebrations/status/1451630820398034949?s=20

Related story