ଆର୍ଯ୍ୟନଙ୍କ ଗିରଫ ରୋକିବା ପାଇଁ ଦିଆଯାଇଥିଲା ୫୦ ଲକ୍ଷ!

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ବେଲ୍‌ ମିଳିସରିଛି । ବହୁ ଦିନର ଅପେକ୍ଷା ପରେ ସେ ଘରକୁ ଆସିଛନ୍ତି। ତେବେ ଏସବୁ ପରେ ବି ଏହି ମମାଲା ଥମିନି। ଏବେ ଏହି ଡ୍ରଗ୍ସ କେସ୍‌କୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ଆର୍ଯ୍ୟନଙ୍କ ଗିରଫଦାରୀ ରୋକିବା ପାଇଁ ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନି ୫୦ ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ। ସେ ଏହି ମୋଟା ରକମ୍‌ ଏନ୍‌ସିବିର […]

Aryan khan

Madhupriya Mistry
  • Published: Wednesday, 03 November 2021
  • , Updated: 03 November 2021, 05:40 PM IST

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ବେଲ୍‌ ମିଳିସରିଛି । ବହୁ ଦିନର ଅପେକ୍ଷା ପରେ ସେ ଘରକୁ ଆସିଛନ୍ତି। ତେବେ ଏସବୁ ପରେ ବି ଏହି ମମାଲା ଥମିନି। ଏବେ ଏହି ଡ୍ରଗ୍ସ କେସ୍‌କୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି।

ଆର୍ଯ୍ୟନଙ୍କ ଗିରଫଦାରୀ ରୋକିବା ପାଇଁ ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନି ୫୦ ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ। ସେ ଏହି ମୋଟା ରକମ୍‌ ଏନ୍‌ସିବିର ସାକ୍ଷୀ ତଥା ଆର୍ଯ୍ୟନଙ୍କ ସହ ସେଲ୍ଫି ନେଇ ଥିବା ବ୍ୟକ୍ତି କିରଣ ଗୋସାଭିଙ୍କୁ ଦେଇଥିଲେ। କିନ୍ତୁ ଏହା ଅସମ୍ଭବ ଅନୁଭବ କରିବା ପରେ ସେ ଟଙ୍କା ଫେରାଇ ନେଇଥିଲେ। ଏନେଇ ବ୍ୟବସାୟୀ ସାମ୍‌ ଡି'ସୁଜା ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି।

ସାମ୍‌ ଡି'ସୁଜା କହିଛନ୍ତି ଯେ, ‘ଦାଦଲାନି ଡ୍ରଗ୍ସ ମାମଲାରେ କେ ପି ଗୋସାଭି ନାମକ ସାକ୍ଷୀଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଗୋସାଭି ଜଣେ ଠକ ବୋଲି ଜାଣିବାକୁ ପାଇବା ପରେ ଦାଦଲାନି ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ।’ ‘ବହୁ ଅପବ୍ୟବହାର ଏବଂ ଟେନସନ୍ ପରେ ଆମେ ଗୋସାଭିଙ୍କ ଠାରୁ ୩୮ ଲକ୍ଷ ଟଙ୍କା ଫେରସ୍ତ ଆଣିବାରେ ସଫଳ ହୋଇଥିଲୁ ଏବଂ ଏହାକୁ ଦାଦଲାନିଙ୍କୁ ଫେରାଇ ଦେଇଥିଲୁ ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ଏନ୍‌ସିବିର ସାକ୍ଷୀ ପ୍ରଭାକର ସେଲ୍‌ ନିକଟରେ ଦାଖଲ କରିଥିବା ନିଜର ଏକ ଆଫିଡେଭିଟ୍‌ରେ ସାମ୍‌ ଡି'ସୁଜାଙ୍କ ନାଁ ଉଠାଇଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ‘ଗୋସାଭି, ଦାଦଲାନି ଓ ଡି’ସୁଜା ଅକ୍ଟୋବର ୩ ତାରିଖ ଦିନ ଦେଖା ହୋଇଥିଲେ । ଜଣେ ବ୍ୟକ୍ତି କାର ଭିତରକୁ ଯାଇ ଦୁଇଟି ବ୍ୟାଗ ସେଲଙ୍କୁ ଦେଇଥିଲେ, ଯାହାକୁ ନେଇ ସେ ଟ୍ରାଇଡେଣ୍ଟ ହୋଟେଲରେ ଡି’ସୁଜାକୁ ଦେଇଥିଲେ । ଏହି ପ୍ରମାଣପତ୍ରରେ ଦର୍ଶାଯାଇଛି ଯେ ଡି’ସୁଜା ଏହି ଟଙ୍କା ଗଣିବା ପରେ ଏହା ମାତ୍ର ୩୮ ଲକ୍ଷ ଟଙ୍କା ବୋଲି କହିଥିଲେ।

କିନ୍ତୁ ସେଲ୍ ଦାବି କରିଥିଲେ ଯେ, ଗୋସାଭି ଏବଂ ଅନ୍ୟମାନେ ୨୫ କୋଟି ଟଙ୍କାର ଡିଲ୍‌ ଉପରେ ଚର୍ଚ୍ଚା କରିଥିଲେ, ଯେଉଁଥିରୁ ୮ କୋଟି ଟଙ୍କା ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ଦିଆଯାଇଥା'ନ୍ତା।

Related story