ପତ୍ନୀଙ୍କ ଚ୍ୟାଲେଞ୍ଜ ପୂରଣ କଲେ ସାହିଦ

ମୁମ୍ବାଇ: ପତ୍ନୀଙ୍କ କଥା ମାନିଲେ ବଲିଉଡ ଅଭିନେତା ସାହିଦ କପୁର। କେବଳ ସେତିକି ନୁହେଁ ପତ୍ନୀ ମୀରା ରାଜପୁତ ଦେଇଥିବା ଚ୍ୟାଲେଞ୍ଜକୁ ମଧ୍ୟ ପୂରଣ କଲେ। ବଲିଉଡର ସବୁଠାରୁ ସଫଳ ଦମ୍ପତିଙ୍କ ମଧ୍ୟରୁ ସାହିଦ କପୁର ଓ ମୀରା ରାଜପୁତ ହେଉଛନ୍ତି ଜଣେ। ସାହିଦ ଏବଂ ମୀରାଙ୍କ ମଧ୍ୟରେ ଜବରଦସ୍ତ ବଣ୍ଡିଂ ରହିଛି। ମୀରା ପ୍ରତିଦିନ ସ୍ୱାମୀ ସାହିଦଙ୍କ ସହ ନିଜ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସେଆର କରନ୍ତି। ନିକଟରେ ଉୟଭଙ୍କ ଏକ ଭିଡିଓ ସାମ୍ନାକୁ […]

Shahid-kapoor-And-Mira-rajp

Shahid-kapoor-And-Mira-rajp

Madhupriya Mistry
  • Published: Monday, 08 March 2021
  • Updated: 08 March 2021, 11:15 AM IST

Sports

Latest News

ମୁମ୍ବାଇ: ପତ୍ନୀଙ୍କ କଥା ମାନିଲେ ବଲିଉଡ ଅଭିନେତା ସାହିଦ କପୁର। କେବଳ ସେତିକି ନୁହେଁ ପତ୍ନୀ ମୀରା ରାଜପୁତ ଦେଇଥିବା ଚ୍ୟାଲେଞ୍ଜକୁ ମଧ୍ୟ ପୂରଣ କଲେ। ବଲିଉଡର ସବୁଠାରୁ ସଫଳ ଦମ୍ପତିଙ୍କ ମଧ୍ୟରୁ ସାହିଦ କପୁର ଓ ମୀରା ରାଜପୁତ ହେଉଛନ୍ତି ଜଣେ। ସାହିଦ ଏବଂ ମୀରାଙ୍କ ମଧ୍ୟରେ ଜବରଦସ୍ତ ବଣ୍ଡିଂ ରହିଛି। ମୀରା ପ୍ରତିଦିନ ସ୍ୱାମୀ ସାହିଦଙ୍କ ସହ ନିଜ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସେଆର କରନ୍ତି। ନିକଟରେ ଉୟଭଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ମୀରା ଦେଇଥିବା ଗ୍ରେଭିଟି ଚ୍ୟାଲେଞ୍ଜକୁ ସାହିଦ ଖୁବ ସହଜରେ ପୂରଣ କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ମୀରା ଏବଂ ସାହିଦ ଦୁହେଁ ଏକାଠି ଗ୍ରେଭିଟି ଚ୍ୟାଲେଞ୍ଜ କରୁଥିବା ନଜର ଆସିଛନ୍ତି। ମୀରା ଭାବୁଥିଲେ ଯେ, ସାହିଦ ଏହି ଚ୍ୟାଲେଞ୍ଜକୁ ପୂରଣ କରିପାରିବେ ନାହିଁ। କିନ୍ତୁ ସାହିଦ ମୀରାଙ୍କୁ ଭୁଲ୍ ପ୍ରମାଣିତ କରି ଖୁବ ସହଜରେ ପୁରାପୁରି ସଠିକ ଢ଼ଙ୍ଗରେ ଏହି ଚ୍ୟାଲଞ୍ଜକୁ ପୂରଣ କରି ଦେଖଇଛନ୍ତି।  ଏହି ଚ୍ୟାଲେଞ୍ଜିଂ ଭିଡିଓକୁ ମୀରା ତାଙ୍କ ଇନଷ୍ଟାଗ୍ରାମରେ ସେଆର କରି ଲେଖିଛନ୍ତି, ମିଷ୍ଟର କପୁର ଚ୍ୟାଲେଞ୍ଜ ପାଇଁ ସର୍ବଦା ପ୍ରସ୍ତୁତ।

ସୂଚନାଯୋଗ୍ୟ ଯେ, ସାହିଦଙ୍କୁ ଶେଷଥର ପାଇଁ ତାଙ୍କ ସୁପରହିଟ୍ ଫିଲ୍ମ ‘କବିର ସିଂହ’ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଫିଲ୍ମ ‘ଜର୍ସି’ ଆସୁଛି। ଏଥିରେ ତାଙ୍କ ଅପୋଜିଟରେ ମୃଣାଳ ଠାକୁର ଓ ପଙ୍କଜ କପୁର ନଜର ଆସିବେ। ଏହା ତେଲୁଗୁ ଫିଲ୍ମର ରିମେକ୍। ଏଥିରେ ସାହିଦଙ୍କୁ ଜଣେ କ୍ରିକେଟର ଭୂମିକାରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos