ଏନ୍‌ସିବି ଅଫିସରେ କଟିଲା ଆର୍ଯ୍ୟନଙ୍କ ଜନ୍ମଦିନ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା ଗରିଫ ହେବା ପରେ ସବୁ କିଛି ଠିକ୍‌ ନାହିଁ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ଜୀବନରେ। କେତେ କ’ଣ ଘଟୁଛି ସେ ଜାଣି ପାରୁନାହାନ୍ତି। ଗତକାଲି ଆର୍ଯ୍ୟନ୍‌ ଖାନ୍‌ଙ୍କ ଜନ୍ମ ଦିନ ଥିଲା। କିନ୍ତୁ ତାଙ୍କ ଜନ୍ମଦିନ ଫିକା ପଡିଛି।  ଚଳିତ ବର୍ଷ ସେ ତାଙ୍କ ଜନ୍ମ ଦିନ ସେଲିବ୍ରେଶନ କରିପାରି ନାହାନ୍ତି। ତାଙ୍କ ଏହି ଦିନ ଏନ୍‌ସିବି ପ୍ରଶ୍ନ ବାଣର ସାମ୍ନା କରିବାକୁ ପଡିଛି। ନଭେମ୍ବର ୧୨ […]

Aryan Khan

Madhupriya Mistry
  • Published: Saturday, 13 November 2021
  • , Updated: 13 November 2021, 03:52 PM IST

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା ଗରିଫ ହେବା ପରେ ସବୁ କିଛି ଠିକ୍‌ ନାହିଁ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ଜୀବନରେ। କେତେ କ'ଣ ଘଟୁଛି ସେ ଜାଣି ପାରୁନାହାନ୍ତି। ଗତକାଲି ଆର୍ଯ୍ୟନ୍‌ ଖାନ୍‌ଙ୍କ ଜନ୍ମ ଦିନ ଥିଲା। କିନ୍ତୁ ତାଙ୍କ ଜନ୍ମଦିନ ଫିକା ପଡିଛି।  ଚଳିତ ବର୍ଷ ସେ ତାଙ୍କ ଜନ୍ମ ଦିନ ସେଲିବ୍ରେଶନ କରିପାରି ନାହାନ୍ତି। ତାଙ୍କ ଏହି ଦିନ ଏନ୍‌ସିବି ପ୍ରଶ୍ନ ବାଣର ସାମ୍ନା କରିବାକୁ ପଡିଛି।

ନଭେମ୍ବର ୧୨ ତାରିଖରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଜନ୍ମ ଦିନ ଥିଲା। ଏହି ଦିନ ସେ ଏନ୍‌ସିବି ଅଫିସରେ ପହଞ୍ଚିଥିଲେ। ଏନ୍‌ସିବି ତାଙ୍କୁ ୬ ଘଣ୍ଟା ଜେରା କରିଥିଲା। ତାଙ୍କୁ ପ୍ରାୟ ଅପରାହ୍ଣ ୪.୪୫ରେ ଏନ୍‌ସିବି ଅଫିସ୍‌ରୁ ଡକରା ଯାଇଥିଲା। ଏହାପରେ ସେ ରାତି ୧୧.୩୬ରେ ଏନ୍‌ସିବି ଅଫିସ୍‌ରୁ ବାହାରକୁ ଆସିଥିଲେ। ଏହି ପ୍ରକାରେ ପୂରା ତାଙ୍କ ଜନ୍ମଦିନଟି ଏନ୍‌ସିବିର ପଚରାଉଚରା ଭିତରେ ହିଁ କଟିଯାଇଥିଲା।

ସେପଟେ ପୁଅ ଆର୍ଯ୍ୟନଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଶାହରୁଖ ଖାନ୍‌। ରିପୋର୍ଟ ଅନୁସାରେ, ପୁଅ ଆର୍ଯ୍ୟନ୍‌ଙ୍କ ଦାୟିତ୍ୱ ସେ ତାଙ୍କ ବଡିଗାର୍ଡ ରବିକୁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।  ଆର୍ଯ୍ୟନ୍‌ ଖାନ୍‌ଙ୍କ ରବିଙ୍କ ସହ ଭଲ ସମ୍ପର୍କ ରହିଛି। ଏସବୁ କଥାକୁ ଧ୍ୟାନରେ ରଖି ଶାହରୁଖ ପୁଅର ସୁରକ୍ଷାକୁ ନେଇ ଏଭଳି ବଡ ନିଷ୍ପିତ୍ତି ନେଇଛନ୍ତି।

ଏବେ ରବି କିଙ୍ଗଖାନ୍‌ଙ୍କ ବଡିଗାର୍ଡ ସାଜି ଆଉ ବିଦେଶ ଯାତ୍ରା କରିବେ ନାହିଁ। ସେ ଆର୍ଯ୍ୟନ୍‌ଙ୍କ ସହ ଘରେ ରହିବେ। ଯାହାଫଳରେ ସେ ଅଚିନ୍ତାରେ ଘରୁ ବାହାରକୁ ଯାଇ ଶୁଟିଂ ପାରିବେ। ଶାହାରୁଖ ନିଜ ପାଇଁ ଏକ ନୂଆ ବଡିଗାର୍ଡ ନିଯୁକ୍ତ କରିବେ ବୋଲି ଶୁଣିବାକୁ ମିଳିଛି।

ସୂଚନା ମୁତାବକ, ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଡ୍ରଗ୍ସ ମାମଲାରେ ଏନ୍‌ସିବି ଅକ୍ଟୋବର ୨ ତାରିଖରେ ଗିରଫ କରିଥିଲା। ଏହାପରେ ତାଙ୍କୁ ପାଖାପାଖି ଜେଲରେ ମାସେ ରାତି ବିତାଇବାକୁ ପଡିଥିଲା।  ଏବେ ସେ ଜାମିନ ପାଇ ମୁକୁଳି ସାରିଛନ୍ତି। କିନ୍ତୁ ପୂରାପୁରି ଡ୍ରଗ୍ସ କେସ୍‌ରୁ ବାହାରକୁ ଆସିନାହାନ୍ତି। ଏଯାଏଁ ଏନ୍‌ସିବି କ୍ରୁଜ ପାର୍ଟି ଡ୍ରଗ୍ସ ମାମଲା ଏବଂ ଲାଞ୍ଚ ଅଭିଯୋଗରେ ୧୨ଜଣଙ୍କ ବୟାନ ରେକର୍ଡ କରିସାରିଲାଣି।

Related story