ପଠାନ୍‌ ଲୁକ୍‌ରେ ଶାହାରୁଖ, ଦେଖାଇଲେ ଦମଦାର୍‌ ଆକ୍ସନ

ମୁମ୍ବାଇ: ପରଦାରେ ପଠାନ୍‌। ଲମ୍ବା କେଶ ଆଉ ବ୍ଲାକ୍‌ ବ୍ଲେଜର୍‌। ପୂରାପୁରି ମାଚୋ ଲୁକ୍‌ରେ ସରପ୍ରାଇଜ୍‌ ଦେଲେ କିଙ୍ଗଖାନ୍‌ ଶାହାରୁଖ। ଦେଖାଇଲେ ଦମଦାର ଆକ୍ସନ। ନିଜର ନିଆରା ଷ୍ଟାଇଲ୍‌ ଏବଂ ସ୍ୱାଗ୍‌ରେ ସମସ୍ତଙ୍କୁ କଲେ ମତୁଆଲା। ଫ୍ୟାନ୍‌ମାନଙ୍କ ଚୋରାଇନେଲେ ଦିଲ୍‌। ଦୀର୍ଘଦିନ ପରେ ଶାହାରୁଖ ଖାନ୍‌ଙ୍କ ଏଭଳି କିଛି ଦମଦାର ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ସଫ୍ଟ ଡ୍ରିଙ୍କର ବିଜ୍ଞାପନରେ ଡିଫରେଣ୍ଟ ଲୁକ୍‌ରେ ନଜର ଆସିଛନ୍ତି ଶାହାରୁଖ। ପୂରାପୁରି […]

shahrukh-khan

Madhupriya Mistry
  • Published: Wednesday, 23 February 2022
  • , Updated: 23 February 2022, 01:02 PM IST

ମୁମ୍ବାଇ: ପରଦାରେ ପଠାନ୍‌। ଲମ୍ବା କେଶ ଆଉ ବ୍ଲାକ୍‌ ବ୍ଲେଜର୍‌। ପୂରାପୁରି ମାଚୋ ଲୁକ୍‌ରେ ସରପ୍ରାଇଜ୍‌ ଦେଲେ କିଙ୍ଗଖାନ୍‌ ଶାହାରୁଖ। ଦେଖାଇଲେ ଦମଦାର ଆକ୍ସନ। ନିଜର ନିଆରା ଷ୍ଟାଇଲ୍‌ ଏବଂ ସ୍ୱାଗ୍‌ରେ ସମସ୍ତଙ୍କୁ କଲେ ମତୁଆଲା। ଫ୍ୟାନ୍‌ମାନଙ୍କ ଚୋରାଇନେଲେ ଦିଲ୍‌। ଦୀର୍ଘଦିନ ପରେ ଶାହାରୁଖ ଖାନ୍‌ଙ୍କ ଏଭଳି କିଛି ଦମଦାର ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏକ ସଫ୍ଟ ଡ୍ରିଙ୍କର ବିଜ୍ଞାପନରେ ଡିଫରେଣ୍ଟ ଲୁକ୍‌ରେ ନଜର ଆସିଛନ୍ତି ଶାହାରୁଖ। ପୂରାପୁରି ପଠାନ୍‌ ଲୁକ୍‌ରେ ଦେଖାଇଛନ୍ତି ଦମ୍‌ଦାର ଆକ୍ସନ। ତାଙ୍କର ଏହି ଆକ୍ସନ ଆଉ ଆକ୍ଟିଂ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଲୋକେ ଶାହାରୁଖଙ୍କ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ବହୁ ଦିନ ଧରି ନିଜ ଫ୍ୟାନ୍‌ମାନଙ୍କୁ ଅପେକ୍ଷା କରାଇଥିବା ଶାହାରୁଖ ନୂଆ ବିଜ୍ଞାପନ ଜରିଆରେ ପରଦାକୁ ଏଣ୍ଟ୍ରି କରି ସମସ୍ତଙ୍କୁ ଦେଇଛନ୍ତି ସରପ୍ରାଇଜ।

ଏହି ନୂଆ ବିଜ୍ଞାପନର ଭିଡିଓ ଶାହାରୁଖ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଭିଡିଓକୁ ଶେଆର କରି କ୍ୟାପସନରେ ଲେଖିଛନ୍ତି, 'ନାଁ ତ ଶୁଣିଥିବ ମେରି ଜାନ୍‌? ଏହାକୁ ସଫ୍ଟ କୁହନ୍ତିନି, ଏହାକୁ ତୁଫାନ କୁହାଯାଏ। ସଫ୍ଟ ଡ୍ରିଙ୍କ ନୁହେଁ ତୁଫାନ୍‌।'

ସୋଶାଲ ମିଡିଆରେ କିଙ୍ଗ ଖାନ୍‌ଙ୍କ ଫ୍ୟାନ୍‌ମାନେ ତାଙ୍କ ଲୁକ୍‌ ସହ ତାଙ୍କ ଆକ୍ସନ ସିନ୍‌ର ମଧ୍ୟ ପ୍ରଶଂସା କରିଛନ୍ତି। ଜଣେ ଫ୍ୟାନ୍‌ କମେଣ୍ଟ କରି ଲେଖିଛନ୍ତି, ଆପଣଙ୍କୁ ବହୁତ ମିସ୍‌ କଲୁ, ଶେଷରେ ଆପଣ ଆସିଗଲେ। ଆଉ ଜଣେ ଲେଖିଛନ୍ତି, ଆପଣ ବସ୍‌ ଅଟନ୍ତି।

ସୂଚନା ମୁତାବକ, ଶାହାରୁଖ ଖାନ୍‌ଙ୍କୁ ଶେଷଥର ପାଇଁ ଆନନ୍ଦ ଏଲ୍‌ ରୟଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ 'ଜିରୋ'ରେ ଦେଖିବାକୁ ମିଳିଥିଲା। ଏଥିରେ କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ଥିଲେ। ଏହି ଫିଲ୍ମଟି ଦର୍ଶକଙ୍କୁ ସେତେଟା ପସନ୍ଦ ଆସିନଥିଲା। ଏବେ ଶାହାରୁଖ ଖୁବ୍‌ଶୀଘ୍ର ତାଙ୍କ ଅପକମିଂ ଫିଲ୍ମ 'ପଠାନ୍‌'ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ଦୀପିକା ପାଦୁକୋନ୍‌ ଏବଂ ଜନ୍‌ ଅବ୍ରାହମ ଅଛନ୍ତି।

 

View this post on Instagram

 

A post shared by Shah Rukh Khan (@iamsrk)

Related story