ଶାହାରୁଖଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶର୍ଲିନ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ।  ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା ତାଙ୍କ ନାଁ ଅଭିଯୋଗ ଆଣିଛନ୍ତି। ଶାହାରୁଖ ଖାନ୍‌ଙ୍କ ପାର୍ଟିରେ ବଲିଉଡର ଷ୍ଟାରମାନଙ୍କ ପତ୍ନୀମାନେ କୁଆଡେ ଧଳା ପାଉଡର ସେବନ କରୁଥିବା ନେଇ ସେ ଦାବି କରିଛନ୍ତି। ପ୍ରକୃତରେ ଶର୍ଲିନ୍‌ ଚୋପ୍ରା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୁରୁଣା ଇଣ୍ଟରଭ୍ୟୁର ଭିଡିଓକୁ ଶେଆର କରିଛନ୍ତି। ଏହି ଭିଡିଓରେ ସେ ଶାହାରୁଖ ଖାନ୍‌ଙ୍କ ସହ ଜଡିତ ଏକ ପାର୍ଟି ବିଷୟରେ ଉଲ୍ଲେଖ କରିଛନ୍ତି। ଭିଡିଓରେ […]

Sharukh khan and sherlin

Madhupriya Mistry
  • Published: Tuesday, 05 October 2021
  • , Updated: 05 October 2021, 04:28 PM IST

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ।  ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା ତାଙ୍କ ନାଁ ଅଭିଯୋଗ ଆଣିଛନ୍ତି। ଶାହାରୁଖ ଖାନ୍‌ଙ୍କ ପାର୍ଟିରେ ବଲିଉଡର ଷ୍ଟାରମାନଙ୍କ ପତ୍ନୀମାନେ କୁଆଡେ ଧଳା ପାଉଡର ସେବନ କରୁଥିବା ନେଇ ସେ ଦାବି କରିଛନ୍ତି।

ପ୍ରକୃତରେ ଶର୍ଲିନ୍‌ ଚୋପ୍ରା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୁରୁଣା ଇଣ୍ଟରଭ୍ୟୁର ଭିଡିଓକୁ ଶେଆର କରିଛନ୍ତି। ଏହି ଭିଡିଓରେ ସେ ଶାହାରୁଖ ଖାନ୍‌ଙ୍କ ସହ ଜଡିତ ଏକ ପାର୍ଟି ବିଷୟରେ ଉଲ୍ଲେଖ କରିଛନ୍ତି। ଭିଡିଓରେ ଶର୍ଲିନ କହିଛନ୍ତି, 'ଯେତେବେଳେ ମୁଁ ନାଚି ନାଚି ଥକି ଯାଇଥିଲି, ମୁଁ ୱାଶରୁମ୍ ଆଡକୁ ଗଲି। ମୁଁ ୱାଶରୁମ୍ ଯିବାକୁ କବାଟ ଖୋଲିଲି, ତା' ଭିତରର ଦୃଶ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ କୌଣସି ଭୁଲ ସ୍ଥାନକୁ ଚାଲି ଆସିଥିବା ପରି ମୋତେ ଲାଗିଲା। ସେଠାରେ ବଲିଉଡ ତାରକାଙ୍କ ପତ୍ନୀମାନେ ମିରର ସାମ୍ନାରେ ଠିଆ ହୋଇ ଧଳା ପାଉଡର ନେଉଥିଲେ।'

ଶର୍ଲିନ ଆହୁରି କହିଛନ୍ତି, ଏଭିଳ ଦୃଶ୍ୟ ଦେଖି ମୁଁ ଏକ ପ୍ରକାର ଚକିତ ହୋଇଯାଇଥିଲି। ମୋତେ ଜୋରଦାର ଧକ୍କା ଲାଗିଥିଲା ମୁଁ ସେହି ଷ୍ଟାରମାନଙ୍କ ପତ୍ନୀଙ୍କ ଆଡକୁ ଦେଖି ହସିଲି। ତାଙ୍କ କାର୍ଯ୍ୟକୁ ଅଣଦେଖା କରିବା ଭଲ ବୋଲି ଭାବିଲି। ମୁଁ ଦେଖିଲି ସମସ୍ତେ ନିଜ ଭିତରେ ହଜି ଯାଇଛନ୍ତି । ଏହା ପରେ ମୁଁ ଶାହାରୁଖ ଖାନ ଏବଂ ତାଙ୍କ ବନ୍ଧୁଙ୍କୁ କହି ସେଠାରୁ ଚାଲିଗଲି। ସେଦିନ ମୁଁ ବୁଝିଲି ଯେ, ବଲିଉଡରେ ଏଭଳି ପାର୍ଟି ହେଉଛି।'  ବର୍ତ୍ତମାନ ଶର୍ଲିନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି।

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅକୁ ଏନ୍‌ସିବି ଗିରଫ କରିଛି। ତାଙ୍କ ସହ ଆଉ ୮ ଜଣଙ୍କୁ ଏନ୍‌ସିବି ଗିରଫ କରି ରିମାଣ୍ଡରେ ନେଇଛି। ତାବା ଆର୍ଯ୍ୟନ୍‌ ଖାନ୍‌ ଗିରଫ ହେବା ପରେ ଏହି ଖବର ଏବେ ବି-ଟାଉନରେ ହଇଚଇ ସୃଷ୍ଟି କରିଛି। ଅନେକ ସେଲେବ୍ରିଟି ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ତାଙ୍କୁ ସମର୍ଥନ କରୁନଥିବା ଦେଖିବାକୁ ମିଳିଛି।

Related story