ରାଜ କୁନ୍ଦ୍ରାଙ୍କ ବେଲ୍‌ ପାଇଁ ଏଭଳି ମାନସିକ ରଖିଥିଲେ ଶିଳ୍ପା

ମୁମ୍ବାଇ: ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ଗିରଫ ହୋଇଥିଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଦୀର୍ଘ ଦିନ ଧରି ସେ ଜେଲ୍‌ରେ ଥିଲେ। ବାରମ୍ବାର ତାଙ୍କ ବେଲ୍‌ ଆବେଦନ ଖାରଜ ମଧ୍ୟ ହୋଇଥିଲା। କିନ୍ତୁ ପରେ ସେ ଜାମିନ ପାଇ ମୁକୁଳିଛନ୍ତି। ତେବେ ସ୍ୱାମୀଙ୍କ ଜାମିନ ଶିଳ୍ପା ରଖିଥିଲେ ଏକ ଅଦ୍ଭୁତ ମାନସିକ। ଯାହାର ଖୁଲାସା ଏବେ ହୋଇଛି। ନିକଟରେ ଶିଳ୍ପା ସେଟ୍ଟୀଙ୍କ ଅଧା ଲାଣ୍ଡି ତଥା ନୂଆ ଅଣ୍ଡରକଟ୍‌ ହେୟାର କଟ୍‌ ଷ୍ଟାଇଲ୍‌ ସାମ୍ନାକୁ […]

Shilpa and Raj

Madhupriya Mistry
  • Published: Tuesday, 26 October 2021
  • , Updated: 26 October 2021, 04:22 PM IST

ମୁମ୍ବାଇ: ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ଗିରଫ ହୋଇଥିଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଦୀର୍ଘ ଦିନ ଧରି ସେ ଜେଲ୍‌ରେ ଥିଲେ। ବାରମ୍ବାର ତାଙ୍କ ବେଲ୍‌ ଆବେଦନ ଖାରଜ ମଧ୍ୟ ହୋଇଥିଲା। କିନ୍ତୁ ପରେ ସେ ଜାମିନ ପାଇ ମୁକୁଳିଛନ୍ତି। ତେବେ ସ୍ୱାମୀଙ୍କ ଜାମିନ ଶିଳ୍ପା ରଖିଥିଲେ ଏକ ଅଦ୍ଭୁତ ମାନସିକ। ଯାହାର ଖୁଲାସା ଏବେ ହୋଇଛି।

ନିକଟରେ ଶିଳ୍ପା ସେଟ୍ଟୀଙ୍କ ଅଧା ଲାଣ୍ଡି ତଥା ନୂଆ ଅଣ୍ଡରକଟ୍‌ ହେୟାର କଟ୍‌ ଷ୍ଟାଇଲ୍‌ ସାମ୍ନାକୁ ଆସିଥିଲା। ସେ ଏହି ହେୟାର କଟ୍‌ ବେଳର ଭିଡିଓ ଏବଂ ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଥିଲେ। ଏବେ ଏହି ହେୟାର କଟ୍‌ କରିବା ପଛର ଉଦ୍ଦେଶ୍ୟ ସାମ୍ନାକୁ ଆସିଛି।

ସୂଚନାନୁସାରେ, ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଜାମିନ ପାଇଁ ଶିଳ୍ପା ଅଧା ଲାଣ୍ଡି ହୋଇଥିଲେ। ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ, ଶିଳ୍ପା ଏକ ମାନସିକ କରିଥିଲେ ଯେ, ଯଦି ତାଙ୍କ ସ୍ୱାମୀ ପର୍ଣ୍ଣଗ୍ରାଫି ମାମଲାରେ ଜାମିନ ପାଇବେ ତେବେ ସେ ଲାଣ୍ଡି ହେବ। ସ୍ୱାମୀ ରାଜ କୁନ୍ଦ୍ରା ଜେଲରୁ ବାହାରିବା ପରେ ଅଭିନେତ୍ରୀ ତାଙ୍କ ଶପଥ ପୂରଣ କରିଥିଲେ।

ପର୍ଣ୍ଣଗ୍ରାଫି ମାମଲାରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗତ ଦୁଇ ମାସ ଜେଲରେ ଥିଲେ। ଅଶ୍ଳୀଳ ଭିଡିଓ ତିଆରି କରିବା ଏବଂ ଅପଲୋଡ୍ କରିବା ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଜୁଲାଇ ୧୯ରେ ଗିରଫ କରିଥିଲା। ସେପ୍ଟେମ୍ବର ୨୧ରେ ରାଜ ଜେଲରୁ ଜାମିନ ପାଇଥିଲେ। ତେବେ ଜେଲରୁ ଆସିବା ପରେ ରାଜ କୌଣସି ପ୍ରକାରର ଜନସାଧାରଣ ତଥା ଗଣମାଧ୍ୟମ ନିକଟରେ ହାଜର ହୋଇନାହାଁନ୍ତି।

 

View this post on Instagram

 

A post shared by Shilpa Shetty Kundra (@theshilpashetty)

Related story