ରାଜ କୁନ୍ଦ୍ରାଙ୍କୁ ମିଳିଲା ଆଶ୍ୱସ୍ତି, ସୁପ୍ରିମକୋର୍ଟ କହିଲେ ଏମିତି

ମୁମ୍ବାଇ: ପର୍ଣ୍ଣଗ୍ରାଫି ମାମଲାରେ ଫିସିଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ କୁନ୍ଦ୍ରାଙ୍କୁ ମିଳିଲା ଆଶ୍ୱସ୍ତି। ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ଆସନ୍ତା ୪ ସପ୍ତାହ ଯାଏ ତାଙ୍କୁ ଗିରଫ କରାଯାଇପାରିବ ନାହିଁ । ଏ ସମ୍ପର୍କରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି ଏବଂ ଏହାର ଜବାବ ମଧ୍ୟ ମାଗିଛନ୍ତି। ବାସ୍ତବରେ ନଭେମ୍ବରରେ ପର୍ଣ୍ଣଗ୍ରାଫି ଭିଡିଓ ତିଆରି ମାମଲାରେ ଫସିଥିବା ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ […]

Raj and shilpa

Madhupriya Mistry
  • Published: Wednesday, 15 December 2021
  • , Updated: 15 December 2021, 02:32 PM IST

ମୁମ୍ବାଇ: ପର୍ଣ୍ଣଗ୍ରାଫି ମାମଲାରେ ଫିସିଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ କୁନ୍ଦ୍ରାଙ୍କୁ ମିଳିଲା ଆଶ୍ୱସ୍ତି। ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ଆସନ୍ତା ୪ ସପ୍ତାହ ଯାଏ ତାଙ୍କୁ ଗିରଫ କରାଯାଇପାରିବ ନାହିଁ । ଏ ସମ୍ପର୍କରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି ଏବଂ ଏହାର ଜବାବ ମଧ୍ୟ ମାଗିଛନ୍ତି।

ବାସ୍ତବରେ ନଭେମ୍ବରରେ ପର୍ଣ୍ଣଗ୍ରାଫି ଭିଡିଓ ତିଆରି ମାମଲାରେ ଫସିଥିବା ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ। ଜଷ୍ଟିସ ନିତିନ ସାମ୍ବ୍ରେ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରେ ହାଜର ହେବାକୁ ଚାରି ସପ୍ତାହ ସମୟ ଦେଇଥିଲେ। ଏହାପରେ ରାଜ କୁନ୍ଦ୍ରା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ବମ୍ବେ ହାଇକୋର୍ଟ କୁନ୍ଦ୍ରାଙ୍କ ସମେତ ଅନ୍ୟ ଛଅ ଜଣଙ୍କ ଅନ୍ତରୀଣ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ। ୨୦୨୦ ମସିହା ପର୍ଣ୍ଣ ରାକେଟ ମାମଲାରେ ରାଜ, ପୁନମ ପାଣ୍ଡେ ଓ ଶେରଲିନ ଚୋପ୍ରାଙ୍କ ସମେତ ଉମେଶ କାମତ, ସୁଭୋଜିତ ଚୌଧରୀ ଏବଂ ଶ୍ୟାମ ଅହମ୍ମଦ ଅଭିଯୁକ୍ତ ଅଛନ୍ତି।

ଜଷ୍ଟିସ ଏନ ଡବ୍ଲ୍ୟୁ ସାମ୍ବ୍ରେ ଜାମିନ ଆବେଦନ ଖାରଜ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଆସନ୍ତା ୪ ସପ୍ତାହ ଯାଏ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ପୂର୍ବରୁ କହିଥିଲେ। ଏବେ ଏହାକୁ ଆଉ ୪ ସପ୍ତାହ ପାଇଁ ସୁପ୍ରିମକୋର୍ଟ ବଢ଼ାଇ ଦେଇଛନ୍ତି। ଏହାର ଅର୍ଥ ରାଜ ଆଉ ୪ ସପ୍ତାହ ଯାଏ ଏହି ମାମଲାରେ ଗିରଫ ହେବେ ନାହିଁ।

ଏହାପୂର୍ବରୁ କୁନ୍ଦ୍ରା ମୋବାଇଲ୍ ଆପ୍ ମାଧ୍ୟମରେ ଅଶ୍ଳୀଳ ଫିଲ୍କ ନିର୍ମାଣ ଓ ବିତରଣ କରିବା ମାମଲାରେ ମୁମ୍ବାଇ ପୁଲିସ୍‌ର କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ। ଜୁଲାଇ ମାସରେ ସେ ଗିରଫ ହେବା ପରେ ସେପ୍ଟେମ୍ବର ମାସରେ ଜାମିନରେ ବାହାରିଛନ୍ତି

Related story