ସ୍ପାଇଡର ମ୍ୟାନ୍‌ ଫିଲ୍ମ ଟିକେଟ୍‌ ପାଇଁ ଭିକ ମାଗିଲେ ଶିଳ୍ପା

ମୁମ୍ବାଇ: ବଲିଉଡର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ଶେଟ୍ଟୀ। ଏବେ ସେ ମାଗୁଛନ୍ତି ଭିକ୍‌। ଗୋଟିଏ ଫିଲ୍ମ ଟିକେଟ୍‌ ପାଇଁ ଯୋଡିଛନ୍ତି ହାତ, ସେ ପୁଣି ସ୍ପାଇଡର ମ୍ୟାନ୍‌ ଆଗରେ। ଫିଲ୍ମ ସ୍ପାଇଡର ମ୍ୟାନ୍‌ ଦେଖିବା ପାଇଁ ସେ ପାଗଳ ହୋଇଯାଇଛନ୍ତି। ଟିକେଟ୍‌ ନମିଳିବା ପରେ ସେ ସ୍ପାଇଡରମ୍ୟାନ୍‌ ଆଗରେ ହିଁ ହାତ ଗୋଡ ଯୋଡିବା ସହ ଡ୍ୟାନ୍ସ କରି ମଧ୍ୟ ଦେଖାଇଛନ୍ତି। କିନ୍ତୁ ଏତେ ସବୁ କରିବା ପରେ ବି ତାଙ୍କୁ ଟିକେଟ୍‌ ଖଣ୍ଡେ ମିଳିନାହିଁ। ଏଭଳି […]

Shilpa

Madhupriya Mistry
  • Published: Thursday, 16 December 2021
  • , Updated: 16 December 2021, 12:20 PM IST

ମୁମ୍ବାଇ: ବଲିଉଡର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ଶେଟ୍ଟୀ। ଏବେ ସେ ମାଗୁଛନ୍ତି ଭିକ୍‌। ଗୋଟିଏ ଫିଲ୍ମ ଟିକେଟ୍‌ ପାଇଁ ଯୋଡିଛନ୍ତି ହାତ, ସେ ପୁଣି ସ୍ପାଇଡର ମ୍ୟାନ୍‌ ଆଗରେ। ଫିଲ୍ମ ସ୍ପାଇଡର ମ୍ୟାନ୍‌ ଦେଖିବା ପାଇଁ ସେ ପାଗଳ ହୋଇଯାଇଛନ୍ତି। ଟିକେଟ୍‌ ନମିଳିବା ପରେ ସେ ସ୍ପାଇଡରମ୍ୟାନ୍‌ ଆଗରେ ହିଁ ହାତ ଗୋଡ ଯୋଡିବା ସହ ଡ୍ୟାନ୍ସ କରି ମଧ୍ୟ ଦେଖାଇଛନ୍ତି। କିନ୍ତୁ ଏତେ ସବୁ କରିବା ପରେ ବି ତାଙ୍କୁ ଟିକେଟ୍‌ ଖଣ୍ଡେ ମିଳିନାହିଁ। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ହଲିଉଡ ଫିଲ୍ମ 'ସ୍ପାଇଡର୍ ମ୍ୟାନ୍ ନୋ ୱେ ହୋମ୍' ଆଜି ରିଲିଜ ହୋଉଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଛି। ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍‌ମାନେ ଏତେ ପାଗଳ ଯେ, ଆଡଭାନ୍ସ ବୁକିଂରେ ମଧ୍ୟ ଟିକେଟ୍‌ ମିଳୁନି। ଲୋକଙ୍କୁ ଟିକେଟ ମିଳିବା କଷ୍ଟକର ହୋଇପଡିଛି। ଏଭଳି ଅବସ୍ଥା କେବଳ ସାଧାରଣ ଲୋକଙ୍କ ନୁହେଁ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ମଧ୍ୟ ଦେଖିବାକୁ ମିଳିଛି।

ନିକଟରେ ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜେ ସ୍ପାଇଡର ମ୍ୟାନଙ୍କ ଠାରୁ ଟିକେଟ ମାଗୁଥିବା ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଶିଳ୍ପାଙ୍କ ଭିଡିଓକୁ ବେଶ୍‌ ପସନ୍ଦ କରାଯାଉଛି। ଏହି ଭିଡିଓଟି କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଭ୍ୟୁ ପାଇଛି।

ଭିଡିଓରେ ଶିଳ୍ପା ଶେଟ୍ଟୀ 'ସ୍ପାଇଡର୍ ମ୍ୟାନ୍: ନୋ ୱେ ହୋମ୍' ପାଇଁ ଟିକେଟ୍ ବୁକିଂ କରୁଥିବା ବେଳେ ହଠାତ୍‌ ସେ ସ୍ପାଇଡର୍ ମ୍ୟାନ୍‌ଙ୍କୁ ଭେଟୁଛନ୍ତି। ଏହାପରେ ସେ ସ୍ପାଇଡର ମ୍ୟାନ୍‌ଙ୍କୁ ଟିକେଟ ପାଇଁ ଗୁହାରି କରୁଛନ୍ତି ଏପରିକି ତା' ଆଗରେ ଭିକ ମଧ୍ୟ ମାଗୁଛନ୍ତି, କିନ୍ତୁ ସେ ମନା କରିଦେଉଛନ୍ତି। ଏହା ପରେ ଶିଳ୍ପା କହୁଛନ୍ତି, ମୁଁ ତୁମକୁ କିଛି ଶିଖାଇବି ଏବଂ ତୁମେ ମୋତେ ତା'ବଦଳରେ ଟିକେଟ ଦେବ। ପ୍ରଥମେ ଶିଳ୍ପା ସ୍ପାଇଡର୍‌ ମ୍ୟାନ୍‌ଙ୍କୁ ଡ୍ୟାନ୍ସ ଷ୍ଟେପ୍‌ ଶିଖାଉଛନ୍ତି ଏହାପରେ ସେ 'ଚୁରା କେ ଦିଲ ମେରା…' ଗୀତର ହୁକ୍‌ ଷ୍ଟେପ୍‌ କରୁଛନ୍ତି। କିନ୍ତୁ ଏତେ ସବୁ ପରେ ବି ସ୍ପାଇଡ୍‌ର ମ୍ୟାନ୍‌ ଶିଳ୍ପାଙ୍କୁ ଟିକେଟ ଦେବା ପାଇଁ ମନା କରିଦେଉଛନ୍ତି।

ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକେ ଶିଳ୍ପାଙ୍କ ଏହି ମଜାଦାର ଭିଡିଓକୁ ଦେଖି ତାଙ୍କର ପ୍ରଶଂସା କରିଛନ୍ତି ତ ଆଉ କିଛି ଓଭର ଆକ୍ଟିଂ କରୁଥିବା କହି ତାଙ୍କୁ ଟ୍ରୋଲ କରିଛନ୍ତି।

ସୂଚନା ମୁତାବକ, ଆଜି ହଲିଉଡର ବହୁ ଚର୍ଚ୍ଚିତ ଫିଲ୍ମ 'ସ୍ପାଇଡର ମ୍ୟାନ୍‌ ନୋ ୱେ ହୋମ୍‌' ୱାର୍ଲ୍ଡ ୱାଇଡ୍‌ ରିଲିଜ ହୋଇଛି। ଇଂଲିଶ, ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ଫିଲ୍ମଟିକୁ ରିଲିଜ କରାଯାଇଛି। ସେପଟେ ଆମେରିକାରେ ଆସନ୍ତାକାଲି ଏହି ଫିଲ୍ମଟି ରିଲିଜ ହେବ।

 

View this post on Instagram

 

A post shared by Shilpa Shetty Kundra (@theshilpashetty)

Related story