ଶିଳ୍ପା ସେଟ୍ଟୀଙ୍କ ଦୁଇ ପିଲାଙ୍କ ସମେତ ପୂରା ପରିବାର କରୋନାରେ ଆକ୍ରାନ୍ତ

ମୁମ୍ବାଇ: ବଲିଉଡ୍‌ ଡିଭା ଶିଳ୍ପା ସେଟ୍ଟୀଙ୍କ ଘରେ କରୋନା ବିସ୍ଫୋରଣ ଘଟିଛି। ତାଙ୍କର ଦୁଇ ପିଲାଙ୍କ ସମେତ ପରିବାରର ଏକାଧିକ ସଦସ୍ୟ ଓ ସ୍ୱାମୀ ରାଜ କୁନ୍ଦ୍ରା ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଘରେ କାମ କରୁଥିବା ୨ ଜଣ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ନିଜେ ଶିଳ୍ପା ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶିଳ୍ପା କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। ସେ ପରିବାରର ସଦସ୍ୟଙ୍କ […]

Shilpa-Shetty

Shilpa-Shetty

Hemant Lenka
  • Published: Friday, 07 May 2021
  • Updated: 07 May 2021, 06:23 PM IST

ମୁମ୍ବାଇ: ବଲିଉଡ୍‌ ଡିଭା ଶିଳ୍ପା ସେଟ୍ଟୀଙ୍କ ଘରେ କରୋନା ବିସ୍ଫୋରଣ ଘଟିଛି। ତାଙ୍କର ଦୁଇ ପିଲାଙ୍କ ସମେତ ପରିବାରର ଏକାଧିକ ସଦସ୍ୟ ଓ ସ୍ୱାମୀ ରାଜ କୁନ୍ଦ୍ରା ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଘରେ କାମ କରୁଥିବା ୨ ଜଣ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।

ନିଜେ ଶିଳ୍ପା ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶିଳ୍ପା କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। ସେ ପରିବାରର ସଦସ୍ୟଙ୍କ ରିପୋର୍ଟ ପରେ ନିଜର ଟେଷ୍ଟ କରାଇଥିଲେ। ହେଲେ ଏହା ନେଗେଟିଭ ଆସିଛି।

ଆଜି ଶିଳ୍ପା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଗତ ୧୦ ଦିନ ଗୋଟିଏ ପରିବାର ହିସାବରେ ଆମ ପାଇଁ ବହୁତ କଷ୍ଟକର ରହିଛି। ମୋ ଶାଶୂ ଓ ଶ୍ୱଶୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ସହ ସମିଶା, ଭିଆନ, ମୋ ମା’ ଓ ଶେଷରେ ରାଜଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

[caption id="" align="aligncenter" width="770"] ପୂରା ପରିବାର ସହ ଶିଳ୍ପା[/caption]

ସରକାରୀ ଗାଇଡଲାଇନ ଅନୁଯାୟୀ, ସେମାନେ ସମସ୍ତେ ନିଜ ନିଜ ରୁମ୍‌ରେ ଆଇସୋଲେସନ ହୋଇ ଅଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ନିଜର ଚିକିତ୍ସା କରାଉଛନ୍ତି। ଆମ ଘରର ଦୁଇ ଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।


ଈଶ୍ୱରଙ୍କ କୃପାରୁ ସମସ୍ତେ ଆରୋଗ୍ୟ ପଥରେ ରହିଛନ୍ତି। ମୋ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ସମସ୍ତ ପ୍ରକାରର ପ୍ରୋଟକଲ ପାଳନ କରାଯାଉଛି। ବିଏମସ୍‌ ଓ ସରକାରୀ ଅଧିକାରୀମାନେ ଆମକୁ ସହାୟତା ଯୋଗାଇ ଦେଉଥିବାରୁ ସେମାନଙ୍କୁ ଧନ୍ୟବାଦ। ଆପଣମାନଙ୍କ ଭଲ ପାଇବା ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆପଣମାନେ ନିଜ ପ୍ରାର୍ଥନାରେ ଆମକୁ ମଧ୍ୟ ସାମିଲ କରନ୍ତୁ। ଦୟାକରି ମାସ୍କ ପିନ୍ଧନ୍ତୁ, ସାନିଟାଇଜ ବ୍ୟବହାର କରି ସୁରକ୍ଷିତ ରୁହନ୍ତୁ। ମାନସିକସ୍ତରରେ ସର୍ବଦା ପଜିଟିଭ ରୁହନ୍ତୁ ବୋଲି ଶିଳ୍ପା କହିଛନ୍ତି।

ଏହି ଖବର ପ୍ରଚାର ହେବା ପରେ ବଲିଉଡ ସେଲେବ୍ରେଟି ଗୀତା କପରୁ, ସୁନୀଲ ସେଟ୍ଟୀ ଓ ମାଧୁରୀ ଦିକ୍ଷୀତ ପ୍ରମୁଖ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ ଶିଳ୍ପା ସେଟ୍ଟୀ ଏବେ ସୁପର ଡ୍ୟାନ୍ସର ଚ୍ୟାପଟର-୪ର ବିଚାରପତି ରହିଛନ୍ତି। ତାଙ୍କ ପରିବାର କରୋନାରେ ଆକ୍ରାନ୍ତ ହୋଇଥିବାରୁ ମଲାଇକା ଅରୋରା କିଛି ଏପିସୋଡ୍‌ରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos