ଭାଙ୍ଗିଲା ଆଉ ଏକ ଯୋଡ଼ି!

ମୁମ୍ବାଇ: ବି’ ଟାଉନ୍‌ରୁ ଆସିଛି ଆଉ ଏକ ବ୍ରେକ୍‌ ଅପ୍ ଖବର। ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନୀ। ପ୍ରାୟ ଦୁଇ ବର୍ଷ ହେଲା ଡେଟ୍‌ କରୁଥିବା ଏହି ଯୋଡ଼ି ଏବେ କାଳେ ପରସ୍ପରର ମୁହଁ ଦେଖିବାକୁ ଚାହୁଁନାହାନ୍ତି। ବିଭିନ୍ନ ସମୟରେ ସିଦ୍ଧାର୍ଥ ଓ କିଆରାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏମିତିକି ଦୁହେଁ ଏକାଠି ଛୁଟି କଟାଇବାକୁ ବିଦେଶ ମଧ୍ୟ ଯାଉଥିଲେ। କିନ୍ତୁ ସେମାନେ କେବେ ବି ସେମାନଙ୍କ ସଂପର୍କରେ ବିଷୟରେ ଆନୁଷ୍ଠାନିକ […]

Sidhartha-Kiara

Jitendra Garnayak
  • Published: Saturday, 23 April 2022
  • , Updated: 23 April 2022, 04:17 PM IST

ମୁମ୍ବାଇ: ବି’ ଟାଉନ୍‌ରୁ ଆସିଛି ଆଉ ଏକ ବ୍ରେକ୍‌ ଅପ୍ ଖବର। ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନୀ। ପ୍ରାୟ ଦୁଇ ବର୍ଷ ହେଲା ଡେଟ୍‌ କରୁଥିବା ଏହି ଯୋଡ଼ି ଏବେ କାଳେ ପରସ୍ପରର ମୁହଁ ଦେଖିବାକୁ ଚାହୁଁନାହାନ୍ତି।

ବିଭିନ୍ନ ସମୟରେ ସିଦ୍ଧାର୍ଥ ଓ କିଆରାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏମିତିକି ଦୁହେଁ ଏକାଠି ଛୁଟି କଟାଇବାକୁ ବିଦେଶ ମଧ୍ୟ ଯାଉଥିଲେ। କିନ୍ତୁ ସେମାନେ କେବେ ବି ସେମାନଙ୍କ ସଂପର୍କରେ ବିଷୟରେ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରି ନଥିଲେ। ସୂଚନା ମୁତାବକ, ବେଶ୍ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ଆଉ ସବୁ କିଛି ଠିକ୍‌ଠାକ୍ ଚାଲି ନଥିଲା। ସେଥିପାଇଁ ଶେଷରେ ସେମାନେ ଭାଙ୍ଗି ଦେଇଛନ୍ତି ସଂପର୍କ।

ସିଦ୍ଧାର୍ଥ ଓ କିଆରାଙ୍କ ତରଫରୁ କିନ୍ତୁ ଏଯାଏଁ ଏନେଇ କିଛି ଘୋଷଣା କରାଯାଇ ନାହିଁ। କୁହାଯାଉଛି, ଉଭୟେ ସେମାନଙ୍କ ରିଲେସନ୍‌ସିପ୍ ବିଷୟରେ କେବେ ସର୍ବସାଧାରଣରେ କିଛି ଖୋଲି କହି ନଥିଲେ। ତେଣୁ ବ୍ରେକ୍‌ ଅପ୍ କଥା ବି କିଛି କହି ନପାରନ୍ତି। ଯଦି ଉଭୟଙ୍କୁ ନାଇଟ୍ ଡେଟ୍‌ ବା ଫଙ୍କସନ ଗୁଡ଼ିକରେ ଏକାଠି ଦେଖିବାକୁ ନ ମିଳେ, ତା’ହେଲେ ସେମାନଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଛି ବୋଲି ସ୍ପଷ୍ଟ ହୋଇଯିବ।

ଫିଲ୍ମ ‘ଶେରଶାହ’ର ଶୁଟିଂ ସେଟ୍‌ରେ ସିଦ୍ଧାର୍ଥ ଓ କିଆରାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଆଉ ଏହା ଧୀରେ ଧୀରେ ପ୍ରେମର ରୂପ ନେଇଥିଲା।

କାମ କଥା କହିଲେ, ଆସନ୍ତା ମାସରେ ରିଲିଜ୍ ହେବ କିଆରାଙ୍କ ଅଭିନୀତ ଫିଲ୍ମ ‘ଭୂଲ୍‌ ଭୁଲୈୟା ୨’। ଏଥିରେ କାର୍ତ୍ତିକ ଆର୍ଯ୍ୟନ ଓ ତବୁ ମଧ୍ୟ ଅଛନ୍ତି। ଏହା ସହିତ ଆଗକୁ ତାଙ୍କୁ ବରୁଣ ଧୱନଙ୍କ ସହିତ ‘ଯୁଗ୍ ଯୁଗ୍ ଜିଓ’ ଓ ବିକି କୌଶଲଙ୍କ ସହିତ ‘ଗୋବିନ୍ଦା ନାମ ମେରା’ରେ ଦେଖିବାକୁ ପାଇବେ ଦର୍ଶକ।

ସେହିପରି ସିଦ୍ଧାର୍ଥଙ୍କୁ ରଶ୍ମିକା ମନ୍ଦାନାଙ୍କ ସହିତ ଫିଲ୍ମ ‘ମିଶନ ମଜ୍‌ନୁ’ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ଅଜୟ ଦେବଗନ ଓ ରକୁଲ ପ୍ରୀତ୍ ସିଂହଙ୍କ ସହିତ ‘ଥ୍ୟାଙ୍କ୍ ଗଡ୍‌’ରେ ଓ କରଣ ଜୋହରଙ୍କ ଆକ୍ସନ ଫିଲ୍ମ ‘ଯୋଦ୍ଧା’ରେ ସିଦ୍ଧାର୍ଥଙ୍କୁ ଦେଖିବାକୁ ପାଇବେ ସିନେପ୍ରେମୀ।

 

Related story