୩୩ ବର୍ଷ ବୟସରେ ଲତାଙ୍କୁ ଦିଆଯାଇଥିଲା ବିଷ

ମୁମ୍ବାଇ: ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେଶକର। ଭାରତୀୟ ଚଳଚ୍ଚିତ୍ର ଜଗତ ଆଜି ଯେଉଁ ଲୋକପ୍ରିୟତା ହାସଲ କରିଛି, ସେଥିରେ ଲତାଜୀଙ୍କ ମହତ୍ୱପୂର୍ଣ୍ଣ ଅବଦାନ ଅତୁଳନୀୟ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ହେଉ ବା ମେଲୋଡି, ରୋମାଣ୍ଟିକ୍‌ ଟ୍ରାକ୍ ହେଉ ବା ଦୁଃଖଦ ଗୀତ। ଲତାଙ୍କ ପ୍ରତିଟି ଟ୍ରାକ୍‌ର ଗୀତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଛି। ଏଥିପାଇଁ ଲତାଙ୍କୁ ମାତା ସରସ୍ୱତୀଙ୍କ ସାକ୍ଷତା ରୂପ ବୋଲି ମଧ୍ୟ କୁହାଯାଏ। ଏଥିସହ ତାଙ୍କୁ କୋକିଳ କଣ୍ଠୀ ବୋଲି ମଧ୍ୟ କୁହନ୍ତି ଲୋକେ। […]

Lata mangeshkar slow-poison

Madhupriya Mistry
  • Published: Sunday, 06 February 2022
  • , Updated: 06 February 2022, 02:53 PM IST

ମୁମ୍ବାଇ: ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେଶକର। ଭାରତୀୟ ଚଳଚ୍ଚିତ୍ର ଜଗତ ଆଜି ଯେଉଁ ଲୋକପ୍ରିୟତା ହାସଲ କରିଛି, ସେଥିରେ ଲତାଜୀଙ୍କ ମହତ୍ୱପୂର୍ଣ୍ଣ ଅବଦାନ ଅତୁଳନୀୟ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ହେଉ ବା ମେଲୋଡି, ରୋମାଣ୍ଟିକ୍‌ ଟ୍ରାକ୍ ହେଉ ବା ଦୁଃଖଦ ଗୀତ। ଲତାଙ୍କ ପ୍ରତିଟି ଟ୍ରାକ୍‌ର ଗୀତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଛି। ଏଥିପାଇଁ ଲତାଙ୍କୁ ମାତା ସରସ୍ୱତୀଙ୍କ ସାକ୍ଷତା ରୂପ ବୋଲି ମଧ୍ୟ କୁହାଯାଏ। ଏଥିସହ ତାଙ୍କୁ କୋକିଳ କଣ୍ଠୀ ବୋଲି ମଧ୍ୟ କୁହନ୍ତି ଲୋକେ।

ତେବେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିବା ଏହି ସୁର ସାମ୍ରାଜ୍ଞୀଙ୍କୁ ଦିନେ ଜୀବନରେ ମାରିଦେବାକୁ ହୋଇଥିଲା ଷଡଯନ୍ତ୍ର। ଲତାଙ୍କୁ ଦିଆଯାଇଥିଲା ବିଷ। ୩୩ବର୍ଷ ବୟସରେ ତାଙ୍କ ସହ ଏପରି ଏକ ବିଶ୍ୱାସଘାତ ହୋଇଥିଲା। ଦିନକୁ ଦିନ ତାଙ୍କ ବଢ଼ୁଥିବା ଲୋକପ୍ରିୟତା ଏବଂ ସଫଳତାକୁ ଦେଖି ଇର୍ଶା କରିବା ଲୋକ ମଧ୍ୟ ବଢ଼ିଯାଇଥିଲେ। ଏପରି କି ତାଙ୍କୁ ଜୀବନରୁ ମାରିଦେବା ଲାଗି ମଧ୍ୟ ଚେଷ୍ଟା କରାଯାଇଥିଲା। ୧୯୬୨ରେ ୩୩ ବର୍ଷ ବୟସରେ ଲତାଙ୍କୁ ସ୍ଲୋ ପଏଜନ୍ ଦିଆଯାଇଥିଲା। ଲେଖିକା ପଦ୍ମା ସଚଦେବ ନିଜ ପୁସ୍ତକ ‘ଐସା କାହାଁ ସେ ଲାଉଁ’ରେ ଏନେଇ ଉଲ୍ଲେଖ କରିଛନ୍ତି।

ସେତେବେଳେ ଲତାଙ୍କୁ ୩୩ ବର୍ଷ ହୋଇଥାଏ। ଦିନେ ସକାଳୁ ଉଠିବା ପରେ ଲତା କିଛି ଭଲ ଅନୁଭବ କରିନଥିଲେ। ସେ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ୨-୩ ଥର ବାନ୍ତି ମଧ୍ୟ ହେଲା। ବାନ୍ତିରେ ସବୁଜ ରଙ୍ଗର କିଛି ପଦାର୍ଥ ଦେଖିବାକୁ ମିଳିଥିଲା। ଏପରିକି ସେ ଆଉ ଚାଲିବାକୁ ମଧ୍ୟ ସମର୍ଥ ହୋଇନଥିଲେ। ସମ୍ପୂର୍ଣ୍ଣ ଶରୀରରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ଅବସ୍ଥା ଦେଇ ସମସ୍ତେ ଚକିତ ହୋଇପଡିଥିଲେ। ଡାକ୍ତରଙ୍କୁ ଘରକୁ ଡକାଯାଇଥିଲା। ଚିକିତ୍ସା ପରେ ତାଙ୍କୁ ସ୍ଲୋ ପଏଜନ୍‌ ଦିଆଯାଇଥିବା କଥା ଜଣାପଡିଥିଲା। ୧୯୬୩ରେ ଘଟିଥିଲା ଏହି ଘଟଣା ସମସ୍ତଙ୍କୁ କରିଦେଇଥିଲା ଚକିତ।

ପଦ୍ମା ସଚଦେବ ନିଜ ବହିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ସ୍ଲୋ-ପଏଜନ୍ କାରଣରୁ ଲତା ମଙ୍ଗେଶକର ବହୁତ ଦୁର୍ବଳ ହୋଇପଡ଼ିଥିଲେ। ସେ ୩-୪ ମାସ ପର୍ଯ୍ୟନ୍ତ ବେଡ୍ ରେଷ୍ଟ କରିଥିବା ସହ କୌଣସି ଗୀତ ଗାଇବାକୁ ସମର୍ଥ ନ ଥିଲେ। ତାଙ୍କ ଅନ୍ତଃନଳୀରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଯଥେଷ୍ଟ ସତର୍କ ଓ ସାବଧାନ ରହିବା ସହ କେବଳ ଥଣ୍ଡା ସୁପ୍ ପିଇ ଦିନ କାଟିଥିଲେ ଲତା।

ତେବେ ଦୁଃଖର ବିଷୟ ଆଜି ମଧ୍ୟ ଲତାଙ୍କ ବିଶ୍ୱାସରେ ବିଷ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନି। ଲତାଙ୍କୁ ବିଷ ଦେଇଥିବା ବ୍ୟକ୍ତି ଆଜି ବି ରହସ୍ୟ ଘେରରେ। କୁହାଯାଉଛି, ଏହି ଘଟଣା ପରେ ଲତାଙ୍କ ରୋଷେୟା ଫେରାର୍ ହୋଇଯାଇଥିଲା। ଆଉ ବଳକା ବେତନ ନେବାକୁ ମଧ୍ୟ ରୋଷୟା ଜଣକ କେବେ ବି ଫେରି ନଥିଲା।

 

View this post on Instagram

 

A post shared by ✨Umesh Singh✨ (@umeshsingh02)

Related story