୨୪ ବର୍ଷ ପରେ ଅଲଗା ହେବେ ସୋହେଲ ଓ ସୀମା

ମୁମ୍ବାଇ: ପୁଣି ବଲିଉଡରୁ ଆସିଛି ବିବାହ ବିଚ୍ଛେଦର ଖବର। ବଲିଉଡର ଭାଇଜାନ ସଲମାନ ଖାନଙ୍କ ସାନ ଭାଇ ସୋହେଲ ଖାନ ଓ ତାଙ୍କ ପତ୍ନୀ ସୀମା ଖାନଙ୍କ ମଧ୍ୟରେ ହେବାକୁ ଯାଉଛି ଛାଡ଼ପତ୍ର। ଏନେଇ ଉଭୟ କୋର୍ଟରେ ଆବେଦନ ମଧ୍ୟ କରି ସାରିଛନ୍ତି। ଶୁକ୍ରବାର ସୋହେଲ ଓ ସୀମାଙ୍କୁ ମୁମ୍ବାଇ ଫ୍ୟାମିଲି କୋର୍ଟ ବାହାରେ ଦେଖିବାକୁ ମିଳିଛି। ଏହାପରେ ଉଭୟ ସେଠାରୁ ଅଲଗା ଅଲଗା ଗାଡ଼ିରେ ଯାଇଛନ୍ତି। ଏହାର ଫଟୋ ମଧ୍ୟ ସମ୍ନାକୁ ଆସିଛି। ସୀମା ଖାନ […]

sohali

Hemant Lenka
  • Published: Friday, 13 May 2022
  • , Updated: 13 May 2022, 05:05 PM IST

ମୁମ୍ବାଇ: ପୁଣି ବଲିଉଡରୁ ଆସିଛି ବିବାହ ବିଚ୍ଛେଦର ଖବର। ବଲିଉଡର ଭାଇଜାନ ସଲମାନ ଖାନଙ୍କ ସାନ ଭାଇ ସୋହେଲ ଖାନ ଓ ତାଙ୍କ ପତ୍ନୀ ସୀମା ଖାନଙ୍କ ମଧ୍ୟରେ ହେବାକୁ ଯାଉଛି ଛାଡ଼ପତ୍ର। ଏନେଇ ଉଭୟ କୋର୍ଟରେ ଆବେଦନ ମଧ୍ୟ କରି ସାରିଛନ୍ତି। ଶୁକ୍ରବାର ସୋହେଲ ଓ ସୀମାଙ୍କୁ ମୁମ୍ବାଇ ଫ୍ୟାମିଲି କୋର୍ଟ ବାହାରେ ଦେଖିବାକୁ ମିଳିଛି। ଏହାପରେ ଉଭୟ ସେଠାରୁ ଅଲଗା ଅଲଗା ଗାଡ଼ିରେ ଯାଇଛନ୍ତି। ଏହାର ଫଟୋ ମଧ୍ୟ ସମ୍ନାକୁ ଆସିଛି।

ସୀମା ଖାନ ଓ ସୋହେଲ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ ହେଁ ସେମାନଙ୍କ ମଧ୍ୟରେ ପୂର୍ବଭଳି ବନ୍ଧୁତା ରହିଥିବା କୁହାଯାଉଛି। ଏହି ଖବରକୁ ଅତ୍ୟନ୍ତ ଗୋପନ ରଖାଯାଛି। ଆଜି ସେମାନଙ୍କୁ ମୁମ୍ବାଇ ଫ୍ୟାମିଲି କୋର୍ଟ ବାହାରେ ସାମ୍ବାଦିକମାନେ ଦେଖିବାରୁ ହିଁ ଛାଡ଼ପତ୍ର ଖବର ପଦାକୁ ଆସିଛି। ଉଭୟ ଫ୍ୟାମିଲି କୋର୍ଟର ୪ର୍ଥ କମ୍ପ୍ଲେକ୍ସରେ ଉପସ୍ଥିତ ରହିଥିଲେ। ଛାଡ଼ପତ୍ର ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଭେରିଫିକେସନ ଜରୁରୀ। ତେଣୁ ସୀମା ଓ ସୋହେଲ ଆଜି ବିଚାରପତିଙ୍କ ଆଗରେ ହାଜର ହୋଇଥିଲେ। ତେବେ ଏ ସମ୍ପର୍କରେ ସୀମା କିମ୍ବା ସୋହେଲ ଏଯାଏ କୌଣସି ବିବୃତି ଜାରି କରି ନାହାନ୍ତି।

ସୀମା ଖାନଙ୍କ ପ୍ରକୃତ ନାଁ ସୀମା ସଚ୍ଚଦେବ। ସେ ଜଣେ ଫ୍ୟାଶନ ଡିଜାଇନର। ତାଙ୍କର ମଧ୍ୟ ଗୋଟିଏ ସେଲୁନ ରହିଛି। ସେହିପରି ସୁଜେନ ଖାନ ଓ ମହୀପ କପୁରଙ୍କ ସହ ମିଶି ସେ ମୁମ୍ବାଇର ବ୍ରାନ୍ଦ୍ରାରେ ୧୯୦ ଲକଜୁରିୟସ ବୁଟିକ ଖୋଲିଥିଲେ। ସୀମା ଓ ସୋହେଲଙ୍କ ବାହାଘର ୧୯୯୮ ମସିହାରେ ହୋଇଥିଲା। ଏମାନଙ୍କର ଦୁଇଟି ପୁଅ ଅଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ଉଭୟ ଦୀର୍ଘ ୨୪ ବର୍ଷ ଏକାଠି ରହିବା ପରେ ଏବେ ଅଲଗା ହେବାକୁ ଯାଉଛନ୍ତି।

୨୦୧୭ରେ ମଧ୍ୟ ସୀମା ଓ ସୋହେଲ ଅଲଗା ହେବାକୁ ଯାଉଥିବା ଖବର ମିଳିଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଏହା ଗୁଜବ ବୋଲି ସ୍ପଷ୍ଟ ହୋଇଥିଲା।

ସୂଚନାଯୋଗ୍ୟ, ସଲମାନଙ୍କ ପରିବାରରେ ଏହା ଦ୍ୱିତୀୟ ବିବାହ ବିଚ୍ଛେଦ। ଏହାପୂର୍ବରୁ ସଲମାନଙ୍କ ଭାଇ ଅରବାଜ ଖାନ ଓ ତାଙ୍କ ପତ୍ନୀ ମଲାଇକା ଅରୋରା ପରସ୍ପର ଠାରୁ ଅଲଗା ହୋଇଥିଲେ।

Related story