ହସ୍ପିଟାଲରେ ଅକ୍ଷୟ କୁମାର, ପୁଣି ଅଟକିଲା ସୂର୍ଯ୍ୟବଂଶୀର ରିଲିଜ୍

ମୁମ୍ବାଇ: ମହାମାରୀ କରୋନା ଭାଇରସ ପୁଣିଥରେ ଅକ୍ଷୟ କୁମାରଙ୍କ ଅଭିନୀତ ସୂର୍ଯ୍ୟବଂଶୀ ଫିଲ୍ମର ରିଲିଜ୍‌ ଉପରେ ପ୍ରହାର କରିଛି। ନିଜେ ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଫ୍ୟାନମାନଙ୍କ ପାଇଁ ଆଉ ଦୁଃଖଦ ଖବର ଆସିଛି। କରୋନା ପାଇଁ ପୁଣିଥରେ ବହୁ ପ୍ରତିକ୍ଷୀତ ଆକ୍ସନ ମୁଭି ସୂର୍ଯ୍ୟବଂଶୀର ରିଲିଜ ଉପରେ ରୋକ ଲଗାଇ ଦିଆଯାଇଛି। ଫିଲ୍ମଟି ଏପ୍ରିଲ ୩୦ରେ ରିଲିଜ୍‌ ହେବାର ଥିଲା। କିନ୍ତୁ କରୋନାର ଦ୍ୱିତୀୟ ଲହର ଭୟଙ୍କର […]

sooryavanshi

sooryavanshi

Hemant Lenka
  • Published: Monday, 05 April 2021
  • Updated: 05 April 2021, 08:20 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନା ଭାଇରସ ପୁଣିଥରେ ଅକ୍ଷୟ କୁମାରଙ୍କ ଅଭିନୀତ ସୂର୍ଯ୍ୟବଂଶୀ ଫିଲ୍ମର ରିଲିଜ୍‌ ଉପରେ ପ୍ରହାର କରିଛି। ନିଜେ ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଫ୍ୟାନମାନଙ୍କ ପାଇଁ ଆଉ ଦୁଃଖଦ ଖବର ଆସିଛି।

କରୋନା ପାଇଁ ପୁଣିଥରେ ବହୁ ପ୍ରତିକ୍ଷୀତ ଆକ୍ସନ ମୁଭି ସୂର୍ଯ୍ୟବଂଶୀର ରିଲିଜ ଉପରେ ରୋକ ଲଗାଇ ଦିଆଯାଇଛି। ଫିଲ୍ମଟି ଏପ୍ରିଲ ୩୦ରେ ରିଲିଜ୍‌ ହେବାର ଥିଲା। କିନ୍ତୁ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ଧାରଣ କରିଥିବାରୁ ଏହାକୁ ସ୍ଥଗିତ କରାଯାଇଛି। ଫିଲ୍ମ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ରିଲିଜ୍‌ ତାରିଖ ସ୍ଥଗିତ ରଖାଯାଇଥିବା ସମ୍ପର୍କରେ ସୂଚନା ଦିଆଯାଇଛି।

ଫିଲ୍ମର ଟିମ୍‌ ଜାରି କରିଥିବା ବିବୃତିରେ କୁହାଯାଇଛି ଯେ “ଏପ୍ରିଲ ୪ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟରେ କରୋନା ସ୍ଥିତି ଯୋଗୁ ରୋହିତ ସୂର୍ଯ୍ୟବଂଶୀ ଫିଲ୍ମୀର ରିଲିଜ୍‌ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜଣାଇଥିଲେ। ସେ ଏହା ଶୁଣି ରୋହିତଙ୍କ ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଥିଲେ।”

ଆଜି ସୂର୍ଯ୍ୟବଂଶୀର ରିଲିଜ୍‌ ତାରିଖକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଏହା କେବେ ମୁକ୍ତିଲାଭ କରିବ, ସେ ବିଷୟରେ କିଛି ବି କୁହାଯାଇ ନାହିଁ। ପ୍ରଥମେ ୨୦୨୦ ମସିହା ମାର୍ଚ୍ଚ ୨୪ରେ ସୂର୍ଯ୍ୟବଂଶୀ ରିଲିଜ୍ ହେବାର ଥିଲା। କିନ୍ତୁ ମହାମାରୀ କରୋନାର ପ୍ରଥମ ଲହର ଯୋଗୁ ଏହାକୁ ବର୍ଷକ ଯାଏ ସ୍ଥଗିତ ରଖାଯାଇଥିଲା।

କରୋନା ସ୍ଥିତିରେ ସୁଧାର ଆସିବାରୁ ଆସନ୍ତା ୩୦ ତାରିଖରେ ଫିଲ୍ମ ରିଲିଜ୍‌ ହେବ ବୋଲି ଘୋଷଣା କରାଯାଇଥିଲା। ହେଲେ କରୋନାର ଦ୍ୱିତୀୟ ଲହର ସବୁ ଯୋଜନାରେ ପାଣି ପକାଇ ଦେଇଛି। ଫିଲ୍ମର ନିର୍ଦ୍ଦେଶନା ରୋହିତ ସେଟ୍ଟୀ ଦେଇଥିବା ବେଳେ ଅକ୍ଷୟ କୁମାର ଏଥିରେ ପୁଲିସ୍‌ ଭୂମିକାରେ ନଜର ଆସିବେ। ଫିଲ୍ମରେ କଟ୍ରିନା କୈଫ ଲିଡ୍‌ ରୋଲରେ ଅଭିନୟ କରିଛନ୍ତି।

ଅନ୍ୟପକ୍ଷରେ ଏପ୍ରିଲ ୪ରେ ଅକ୍ଷୟ କୁମାର ନିଜେ କରୋନାରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ସେ ସୁସ୍ଥ ଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶକ୍ରମେ ଆଜି ହସ୍ପିଟାଲରେ ଭର୍ତ୍ତି ଟ୍ୱିଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story