ଟଙ୍କା ପାଇଁ ଏତେ ତଳକୁ ଖସିଗଲେ ଅଭିନେତ୍ରୀ!

ହାଇଦ୍ରାବାଦ: ପୁଣି ବିଜ୍ଞାପନକୁ ନେଇ ଉଠିଲା ବିବାଦ। ଏଥର ପାଳି ପଡିଛି ସାଉଥ ତଥା ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କର। ବିଜ୍ଞାପନକୁ ନେଇ ତାଙ୍କୁ ଚାରିଆଡୁ ଟ୍ରୋଲ କରାଯାଉଛି। ଟଙ୍କା ପାଇଁ କିଭଳି ସେ ଏତେ ତଳକୁ ଖସିଗଲେ ବୋଲି ଅନେକ ପ୍ରଶ୍ନ ପଚାରିଛନ୍ତି। ପ୍ରକୃତରେ  କାଜଲ ଅଗ୍ରୱାଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ଗୌତମ କିଚୁଲଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଏକ ମଦ ବୋତଲ ଏବଂ ଗ୍ଲାସ ସେମାନଙ୍କ ସାମ୍ନାରେ ରଖାଯାଇଛି। […]

Kajal aggarwa

Madhupriya Mistry
  • Published: Monday, 01 November 2021
  • , Updated: 01 November 2021, 05:03 PM IST

ହାଇଦ୍ରାବାଦ: ପୁଣି ବିଜ୍ଞାପନକୁ ନେଇ ଉଠିଲା ବିବାଦ। ଏଥର ପାଳି ପଡିଛି ସାଉଥ ତଥା ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କର। ବିଜ୍ଞାପନକୁ ନେଇ ତାଙ୍କୁ ଚାରିଆଡୁ ଟ୍ରୋଲ କରାଯାଉଛି। ଟଙ୍କା ପାଇଁ କିଭଳି ସେ ଏତେ ତଳକୁ ଖସିଗଲେ ବୋଲି ଅନେକ ପ୍ରଶ୍ନ ପଚାରିଛନ୍ତି।

ପ୍ରକୃତରେ  କାଜଲ ଅଗ୍ରୱାଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ଗୌତମ କିଚୁଲଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଏକ ମଦ ବୋତଲ ଏବଂ ଗ୍ଲାସ ସେମାନଙ୍କ ସାମ୍ନାରେ ରଖାଯାଇଛି। ଏଥିସହ ଉଭୟ ହାତରେ ତାସ୍‌ ଧରିଛନ୍ତି। ତେବେ ଏହି ଫଟୋ ଶେୟାର କରିବା ସହିତ ଅଭିନେତ୍ରୀ କ୍ୟାପ୍‌ସନରେ ଦୀପାବଳି ଉତ୍ସବ ପାଳନ କରିବାକୁ କହିଛନ୍ତି।

ତାଙ୍କର ଏହି ଫଟୋକୁ କେହି କେହି ପସନ୍ଦ କରୁଥିବା ବେଳେ, ଆଉ କେହି କେହି ନାପସନ୍ଦ କରିଛନ୍ତି ।  ତାଙ୍କୁ ସୋଶୋଲ ମିଡିଆରେ ଜୋରଦାର ଟ୍ରୋଲ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ‘ ଏନସିବିକୁ ରେଡ୍ ପାଇଁ ପଠାଇବାକୁ ପଡିବ’ । ଅନ୍ୟଜଣେ ଲେଖିଛନ୍ତି, ‘ ଟଙ୍କା ପାଇଁ ମଦକୁ ପ୍ରୋତ୍ସାହିତ କରୁଛନ୍ତି। ଆଉ ଜଣେ ଲେଖିଛନ୍ତି , ‘ କେହି ମଣିଷ ଟଙ୍କା ପାଇଁ ଏତେ ତଳକୁ କିପରି ଖସିପାରେ? ବୋଲି ପ୍ରଶ୍ନ କରିଛନ୍ତି।  ତେବେ ଏସବୁ ଟ୍ରୋଲ ପରେ କାଜଲଙ୍କ ପକ୍ଷରୁ ବର୍ତ୍ତମାନ ଯାଏଁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସୂଚନା ଅନୁଯାୟୀ, ଅଭିନେତ୍ରୀ କାଜଲ ଅଗ୍ରୱାଲ ନିକଟରେ ତାଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଗତ ବର୍ଷ କାଜଲ ମୁମ୍ବାଇର ବିଜନେସମ୍ୟାନ ଗୌତମ କିଚୁଲଙ୍କ ସହ ବିବାହ କରିଥିଲେ। ମୁମ୍ବାଇରେ ତାଙ୍କର ଗ୍ରାଣ୍ଡ ୱେଡିଂ ଆୟୋଜିତ ହୋଇଥିଲା। ତେବେ କରୋନା କଟକଣା ଯୋଗୁଁ ଏହି ବିବାହ ଉତ୍ସବରେ କେବଳ ତାଙ୍କ ପରିବାର ଓ ଘନିଷ୍ଠ ତଥ ନିକଟ ସମ୍ପର୍କୀୟମାନେ ହିଁ ଉପସ୍ଥିତ ଥିଲେ।

ନିଜ ଅଭିନୟ ଜାଦୁରେ ସାଉଥରେ ହଙ୍ଗାମା ମଚାଇଥିବା କାଜଲ ଏବେ ଦୀପାବଳି ଅବସରରେ ଏକ ମଦ ବିଜ୍ଞାପନର ସୁଟିଂ କରିଛନ୍ତି । ଇନଷ୍ଟାଗ୍ରାମ ଆକାଉଂଟରେ ଯାହାର ଫଟୋ ସେୟାର କରିଛନ୍ତି ଅଭିନେତ୍ରୀ। ତେବେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି।

Related story