ଅଭିନେତା ଡିନୋ ମୋରେୟାଙ୍କ ସମ୍ପତ୍ତି ଜବତ କଲା ଇଡି

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଝାରେ ଅଭିନେତା ଡିନୋ ମୋରେୟା। ମନି ଲଣ୍ଡ୍ରିଂ ମାମଲାରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି। ଅଭିନେତା ଡିନୋ ମୋରେୟଙ୍କ ସମେତା ଡିଜେ ଅକିଲଙ୍କ ସମ୍ପତ୍ତିକୁ ମଧ୍ୟ ଇଡି ଜବତ କରିଛି। ଶୁକ୍ରବାର ଦିନ ସାଣ୍ଡେସରସ୍ ଓ ଷ୍ଟର୍ଲିଂ ବାୟୋଟେକ୍ ଫାର୍ମ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ୮ କୋଟି ୭୯ ଲକ୍ଷ ଟଙ୍କା ଜବତ କରିଥିବା ନେଇ ସୂଚନା ମିଳିଛି। ଏହି ସମ୍ପତ୍ତିରେ ୮ଟି ଅସ୍ଥାବର […]

Dino-Morea-

Madhupriya Mistry
  • Published: Saturday, 03 July 2021
  • , Updated: 03 July 2021, 04:23 PM IST

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଝାରେ ଅଭିନେତା ଡିନୋ ମୋରେୟା। ମନି ଲଣ୍ଡ୍ରିଂ ମାମଲାରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି। ଅଭିନେତା ଡିନୋ ମୋରେୟଙ୍କ ସମେତା ଡିଜେ ଅକିଲଙ୍କ ସମ୍ପତ୍ତିକୁ ମଧ୍ୟ ଇଡି ଜବତ କରିଛି।

ଶୁକ୍ରବାର ଦିନ ସାଣ୍ଡେସରସ୍ ଓ ଷ୍ଟର୍ଲିଂ ବାୟୋଟେକ୍ ଫାର୍ମ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ୮ କୋଟି ୭୯ ଲକ୍ଷ ଟଙ୍କା ଜବତ କରିଥିବା ନେଇ ସୂଚନା ମିଳିଛି। ଏହି ସମ୍ପତ୍ତିରେ ୮ଟି ଅସ୍ଥାବର ପ୍ରପର୍ଟି ଓ ୩ଟି ଗାଡି ମଧ୍ୟ ସାମିଲ ଅଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ଅଧିକାରୀଙ୍କ ମୁତାବକ, ଏହି ସବୁ ସମ୍ପତ୍ତି ସଞ୍ଜୟ ଖାନ୍‌(୩ କୋଟି), ଡିନୋ ମୋରେୟା(୧.୪୦ କୋଟି), ଅକିଲ ଅବ୍ଦୁଲଖଲିଲି ବଚୁଅଲି (୧.୯୮ କୋଟି) ଏବଂ ଇରଫାନ୍ ଅହମନ ସିଦ୍ଦିକି(୨.୪୧ କୋଟି)ଙ୍କ ବୋଲି ଜଣାପଡିଛି। ଇର୍‌ଫାନ୍ ହେଉଛନ୍ତି କଂଗ୍ରେସ ଲିଡର ଅହମଦ ପଟେଲଙ୍କ ଜ୍ୱାଇଁ। ଏଥିଲାଗି ଇଡି ଅହମଦ ପଟେଲଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା କରିଥିଲା ।

ସିବିଆଇ ବିଭିନ୍ନ ସରକାରୀ ବ୍ୟାଙ୍କରେ ଠକେଇ ମାମଲା ପଞ୍ଜିକରଣ କରିବା ପରେ ପିଏମଏଲଏ ଅଧୀନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହି ଯାଞ୍ଚ ଆରମ୍ଭ କରିଥିଲା। ଇଡି ଅନୁସନ୍ଧାନରୁ ଜଣାପଡିଥିଲା ଯେ ସାଣ୍ଡେସରସ ସଞ୍ଜୟ ଖାନ, ଡିନୋ ମୋରେୟା, ଆକିଲ ଏବଂ ଇରଫାନ୍ ଅହମ୍ମଦ ସିଦ୍ଦିକିଙ୍କୁ ଟଙ୍କା ପଠାଇଥିଲା।

ଏହାପୂର୍ବରୁ ଇଡି ଏହି ମାମଲା ସହ ଜଡିିତ ୧୪ ହଜାର ୫୧୩ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଲତାଡ କରିଥିଲା। ଏହି ମାମଲାରେ ୧୬ ହଜାର କୋଟି ଟଙ୍କା ଠକେଇ ହୋଇଛି। ସେଥିମଧ୍ୟରୁ ଏଯାଏଁ ୧୪,୫୨୧.୮୦ କୋଟି ଟଙ୍କାର ଚିହ୍ନଟ ହୋଇପାରିଛି।

ଏହି ମାମଲାରେ ଏବେ ଇଡି ଏକ ଚାର୍ଜସିଟ୍ ଏବଂ ୪ଟି ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଏହି ୪ ଜଣ ଅଭିଯୁକ୍ତଙ୍କ ଗିରଫଦାରୀ ମଧ୍ୟ ସାମିଲ ଅଛି। ସେପଟେ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ଦ୍ୱାରା ନିତିନ ସାଣ୍ଡେସରା, ଚେତନ ସାଣ୍ଡେସରା, ଦୀପ୍ତି ଚେତନ ସାଣ୍ଡେସରା ଏବଂ ହିତେଶ ପଟେଲଙ୍କୁ ପଳାତକ ଘୋଷଣା କରାଯାଇଛି।

Related story