ସୁକେଶ କହିଲା- ମୁଁ ଠକ ନୁହେଁ, 'ଲଭ୍‌ ବିଷ୍ଟ'

ମୁମ୍ବାଇ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ପ୍ରତିଦିନ ନୂଆ ନୂଆ ଚକିତ କଲା ଭଳି ଖୁଲାସା ହେଉଛି। ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ଜୋରଧରିଛି। ଏହାରି ଭିତରେ ମହାଠକ ସୁକେଶର ଜ୍ୟାକ୍‌ଲିନ୍‌ଙ୍କ ସହ ଥିବା ସମ୍ପର୍କକୁ ନେଇ ଏକ ବୟାନ ସାମ୍ନାକୁ ଆସିଛି। ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ସହ ସମ୍ପର୍କ ଥିବା ନେଇ ମାନିଛି ସୁକେଶ। ତା’ କହିବା ମୁତାବକ, ଜ୍ୟାକ୍‌ଲିନ୍‌ଙ୍କ ସହ […]

Sukesh and jacqueline

Madhupriya Mistry
  • Published: Saturday, 01 January 2022
  • , Updated: 01 January 2022, 01:25 PM IST

ମୁମ୍ବାଇ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ପ୍ରତିଦିନ ନୂଆ ନୂଆ ଚକିତ କଲା ଭଳି ଖୁଲାସା ହେଉଛି। ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ଜୋରଧରିଛି। ଏହାରି ଭିତରେ ମହାଠକ ସୁକେଶର ଜ୍ୟାକ୍‌ଲିନ୍‌ଙ୍କ ସହ ଥିବା ସମ୍ପର୍କକୁ ନେଇ ଏକ ବୟାନ ସାମ୍ନାକୁ ଆସିଛି।

ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ସହ ସମ୍ପର୍କ ଥିବା ନେଇ ମାନିଛି ସୁକେଶ। ତା' କହିବା ମୁତାବକ, ଜ୍ୟାକ୍‌ଲିନ୍‌ଙ୍କ ସହ ତା'ର ବ୍ୟକ୍ତିଗତ ସମ୍ପର୍କ ରହିଛି ଏବଂ ଏହାର ଅପରାଧିକ ମାମଲା ସହ କୌଣସି ସମ୍ପର୍କ ନାହିଁ। ତେଣୁ ତାକୁ ଠକ କହିବା ଭୁଲ୍‌, ସେ ଜଣେ 'ଲଭ୍‌ ବିଷ୍ଟ' ବା ଭୟାନକ ପ୍ରେମିକ ବୋଲି କହିଛି। ସେ ଦେଶ ତଥା ବିଦେଶର ଅନେକ କର୍ପୋରେଟ୍ ହାଉସ୍ ପାଇଁ ଲଭ ବିଷ୍ଟ ଭାବରେ କାମ କରିଛି। ଅନେକ ରାଜନୈତିକ ଦଳର ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବା ଚନ୍ଦ୍ରଶେଖର କହିଛି।

ଜେଲ ଅଧିକାରୀ ତାଙ୍କ ଉପରେ ଚାପ ପକାଉଥିବା ସୁକେଶ ଅଭିଯୋଗ ଆଣିଛି। ତାଙ୍କଠାରୁ ଟଙ୍କା ନେଇଥିବା ଜେଲ ଅଧିକାରୀମାନଙ୍କ କାହିଁକି ତଦନ୍ତ କରାଯାଉ ନାହିଁ ବୋଲି ସୁକେଶ ପ୍ରଶ୍ନ କରିଛି। ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ଅନୁଯାୟୀ, ଯଦି ସେ(ସୁକେଶ) ୨୦୦ କୋଟି ଟଙ୍କା ଠକେଇ କରିଛନ୍ତି ତେବେ ପୂର୍ବତନ ରେନ୍‌ବାକ୍ସି ପ୍ରମୋଟରଙ୍କ ପତ୍ନୀ ଆଦିତି ସିଂହ କାହିଁକି ଯାଂଚ କରାଯାଉ ନାହିଁ। ସୁକେଶଙ୍କ ଓକିଲ ଅନନ୍ତ ମଲିକ ଏକ ପ୍ରେସ ନୋଟ୍ ଜାରି କରିଛନ୍ତି ଯେଉଁଥିରେ ସୁକେଶ ଏହି ସବୁ କଥା ଉଠାଇଥିବା ଜଣାପଡିଛି।

୨୦୨୦ ଜୁନରୁ ୨୦୨୧ ମେ’ ମଧ୍ୟରେ ସୁକେଶ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୨୦୦ କୋଟି ଟଙ୍କା ଠକେଇ କରିଛି। ସେ ନିଜକୁ କେତେବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପିଏ କହୁଥିବା ବେଳେ ଆଉ କେତେବେଳେ ଆଇନଜୀବୀ କହୁଥିଲା। ଏପରି ଭାବେ ଲୋକଙ୍କ ପାଖରେ ପହଞ୍ଚି ସେ ଠକେଇ କରୁଥିଲା। ଏହି ମାମଲାରେ ସୁକେଶ ଗିରଫ ହୋଇ ଏବେ ଜେଲ୍‌ରେ ଅଛି।

୨୦୦ କୋଟି ଟଙ୍କା ବଟି ଆଦାୟ ମାମଲାରେ ଇଡି ସୁକେଶ ଚନ୍ଦ୍ରଶେଖରଙ୍କୁ ପଚରା ଉଚରା କରୁଛି । ଏହି ମାମଲାରେ ଅନେକ ବଲିଉଡ ସେଲେବ୍ରିଟି ଫସିପାରନ୍ତି ବୋଲି ଆଶଙ୍କା ରହିଛି। ଜ୍ୟାକ୍‌ଲିନ୍‌ଙ୍କ ଠାରୁ ଆରମ୍ଭ କରି ନୋରା, ଶ୍ରଦ୍ଧା ଏବଂ ଶିଳ୍ପା ଅନେକ ବଡ ବଡ ସେଲେବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ସେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ଙ୍କୁ ଠକେଇ ଟଙ୍କାରେ ଅନେକ ଦାମୀ ଉପହାର ଦେଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ଏହାବ୍ୟତୀତ ଯେଉଁ କଏଦୀମାନଙ୍କୁ ସୁକେଶ ସହଯୋଗ କରିଛି ସେମାନେ ମଧ୍ୟ ଇଡି ରାଡାରରେ ଅଛନ୍ତି।

Related story