ମହେଶ ବାବୁଙ୍କୁ କଡ଼ା ଜବାବ ଦେଲେ ସୁନୀଲ ଶେଟ୍ଟୀ, କହିଲେ ବାପା ସବୁବେଳେ ବାପା

ମୁମ୍ବାଇ: ବଲିଉଡ ଓ ଦକ୍ଷିଣ ଭାରତୀୟ ଫିଲ୍ମକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏଣ୍ଟ୍ରୀ କରିଛନ୍ତି ସୁନୀଲ ଶେଟ୍ଟୀ। ବଲିଉଡର ଆନ୍ନା ଭାବେ ପରିଚିତ ସୁନୀଲ ଶେଟ୍ଟୀ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ମୁହଁ ତୋଡ଼ ଜବାବ ଦେଇଛନ୍ତି। କିଛି ଦିନ ପୂର୍ବରୁ ମହେଶ ବାବା ଏହି ବିବାଦରେ ବଲିଉଡକୁ ଟାର୍ଗେଟ କରିଥିଲେ। ବଲିଉଡରେ ସେ ସମୟ ନଷ୍ଟ କରିବାକୁ ଚାହୁଁନାହାନ୍ତି ଓ ବଲିଉଡ ତାଙ୍କୁ ଫିଲ୍ମ ପାଇଁ ଉପଯୁକ୍ତ ପ୍ରାପ୍ୟ ଦେଇ ପାରିବ ନାହିଁ ବୋଲି […]

sunil-shety

Hemant Lenka
  • Published: Thursday, 12 May 2022
  • , Updated: 12 May 2022, 03:44 PM IST

ମୁମ୍ବାଇ: ବଲିଉଡ ଓ ଦକ୍ଷିଣ ଭାରତୀୟ ଫିଲ୍ମକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏଣ୍ଟ୍ରୀ କରିଛନ୍ତି ସୁନୀଲ ଶେଟ୍ଟୀ। ବଲିଉଡର ଆନ୍ନା ଭାବେ ପରିଚିତ ସୁନୀଲ ଶେଟ୍ଟୀ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ମୁହଁ ତୋଡ଼ ଜବାବ ଦେଇଛନ୍ତି। କିଛି ଦିନ ପୂର୍ବରୁ ମହେଶ ବାବା ଏହି ବିବାଦରେ ବଲିଉଡକୁ ଟାର୍ଗେଟ କରିଥିଲେ। ବଲିଉଡରେ ସେ ସମୟ ନଷ୍ଟ କରିବାକୁ ଚାହୁଁନାହାନ୍ତି ଓ ବଲିଉଡ ତାଙ୍କୁ ଫିଲ୍ମ ପାଇଁ ଉପଯୁକ୍ତ ପ୍ରାପ୍ୟ ଦେଇ ପାରିବ ନାହିଁ ବୋଲି ମହେଶ ବାବୁ କହିବା ପରେ ବିବାଦ ସୃଷ୍ଟି ହୋଇଥିଲା।

ତେବେ ପରବର୍ତ୍ତୀ ଅବସ୍ଥାରେ ମହେଶ ବାବୁ ଏପରି ବୟାନ ପାଇଁ ସ୍ପଷ୍ଟୀକରଣ ଦେଇଛନ୍ତି। ଏସବୁ ସତ୍ତ୍ୱେ ସୁନୀଲ ଶେଟ୍ଟୀ ତାଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, “ବାପା ସବୁବେଳେ ବାପା ହୋଇ ରହିବ। ବଲିଉଡ ସବୁବେଳେ ବଲିଉଡ ହିଁ ରହିବ। ଯଦି ଆପଣ ଭାରତକୁ ଚିହ୍ନିଛନ୍ତି, ତା’ହେଲେ ବଲିଉଡ ହିରୋଙ୍କୁ ମଧ୍ୟ ଆପେଆପେ ଚିହ୍ନ ପାରିବେ।”

ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୁନୀଲ ଶେଟ୍ଟୀ କହିଛନ୍ତି ଯେ ସେ ସାଉଥରୁ ଆସିଥିଲେ ମଧ୍ୟ ତାଙ୍କ କର୍ମଭୂମି ମୁମ୍ବାଇ। ତେଣୁ ତାଙ୍କୁ ମୁମ୍ବାଇକର ସମସ୍ତେ କହନ୍ତି। ତାଙ୍କୁ ଲାଗୁଛି ଯେ ସାଉଥ ବନାମ ବଲିଉଡର ବିବାଦ ସୋଶାଲ ମିଡିଆରୁ ହିଁ ଆରମ୍ଭ ହୋଇଛି। ସମସ୍ତେ ଭାରତୀୟ। ଉଦାହରଣ ସ୍ୱରୂପ, ଯଦି ଆପଣ ଡିଜିଟାଲ ପ୍ଲାଟଫର୍ମ ଦେଖିବେ, ତା’ହେଲେ ସେଠାରେ ଭାଷା ଗୁରୁତ୍ୱପୂର୍ଣ୍ଣ ନୁହେଁ। ବରଂ କଣ୍ଟେଣ୍ଟ ଅଧିକ ଗୁରୁତ୍ୱ ରଖିଥାଏ। ସତ କଥା ହେଲା ଦର୍ଶକମାନେ ହିଁ କ’ଣ ଦେଖିବେ ଓ କ’ଣ ନ ଦେଖିବେ, ତା’ର ନିଷ୍ପତ୍ତି ନିଅନ୍ତି ବୋଲି ସୁନୀଲ କହିଛନ୍ତି।

ସେ କହିଛନ୍ତି, “ସବୁଠାରୁ ଚିନ୍ତାର ବିଷୟ ହେଲା, ଆମେ ଦର୍ଶକଙ୍କୁ ଭୁଲି ଯାଉଛେ। ଆମକୁ କଣ୍ଟେଣ୍ଟ ଉପରେ କାମ କରିବାକୁ ପଡ଼ିବ। ସିନେମାରେ ସବୁବେଳେ ଲୋକ କୁହନ୍ତି ଯେ ସିନେମା ହେଉ କି ଓଟିଟି, ବାପା ସବୁବେଳେ ବାପା ଓ ପରିବାର ଲୋକ ସବୁବେଳେ ପରିବାର ଲୋକ ଏବଂ ବଲିଉଡ ସବୁବେଳେ ବଲିଉଡ ହୋଇ ରହିବ।”

Related story