ରାହୁଲ୍ ମାରିଲେ ଶତକ, ଭିଡିଓ ଶେଆର୍ କଲେ ଭାବିଶ୍ୱଶୂର ଓ କହିଲେ...

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁନୀଲ୍ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆତିୟା ଶେଟ୍ଟୀ ଓ ଭାରତୀୟ କ୍ରିକେଟର୍ ଲୋକେଶ ରାହୁଲଙ୍କ ଆଫେୟାର ଖବର ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହିଛି। ସୋଶାଲ ମିଡିଆରେ ଦୁହିଁଙ୍କର ଫଟୋ ଅଧିକାଂଶ ସମୟରେ ଦେଖିବାକୁ ମିଳେ। କିନ୍ତୁ ଉଭୟ ଆତିୟା ଓ ରାହୁଲ ଆଫେୟାରକୁ ନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଏହାରି ଭିତରେ ରାହୁଲ୍ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଜନ୍ମଦିନରେ ତାଙ୍କୁ ଖାସ ଉପହାର ଦେଇଛନ୍ତି। ଅଗଷ୍ଟ ୧୧ ତାରିଖରେ ସୁନୀଲ […]

rahul-and-sunil-shetty

Ranjit Kumar Jena
  • Published: Friday, 13 August 2021
  • , Updated: 13 August 2021, 06:54 PM IST

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁନୀଲ୍ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆତିୟା ଶେଟ୍ଟୀ ଓ ଭାରତୀୟ କ୍ରିକେଟର୍ ଲୋକେଶ ରାହୁଲଙ୍କ ଆଫେୟାର ଖବର ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହିଛି। ସୋଶାଲ ମିଡିଆରେ ଦୁହିଁଙ୍କର ଫଟୋ ଅଧିକାଂଶ ସମୟରେ ଦେଖିବାକୁ ମିଳେ। କିନ୍ତୁ ଉଭୟ ଆତିୟା ଓ ରାହୁଲ ଆଫେୟାରକୁ ନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଏହାରି ଭିତରେ ରାହୁଲ୍ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଜନ୍ମଦିନରେ ତାଙ୍କୁ ଖାସ ଉପହାର ଦେଇଛନ୍ତି।

ଅଗଷ୍ଟ ୧୧ ତାରିଖରେ ସୁନୀଲ ଶେଟ୍ଟୀଙ୍କର ଜନ୍ମଦିନ ଥିଲା। ଏହି ଅବସରରେ ତାଙ୍କ ଫ୍ୟାନ୍ ଏବଂ ରାହୁଲ୍ ଖାସ୍ ଉପହାର ଦେଇଛନ୍ତି, ଯାହାକୁ ସୁନୀଲ ଶେଟ୍ଟୀ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି। ସୁନୀଲ ଶେଟ୍ଟୀଙ୍କ ଜନ୍ମଦିନ ପରେ ରାହୁଲ୍ ଶତକ ମାରି ତାଙ୍କୁ ଏହି ଉପହାର ଭେଟି ଦେଇଛନ୍ତି। ଲର୍ଡ୍ସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ରାହୁଲ୍ ଦମଦାର ବ୍ୟାଟିଂ କରି ଶତକ ମାରିଛନ୍ତି। ରାହୁଲଙ୍କ ଶତକ ମାରିବା ସମୟରେ ଭିଡିଓକୁ ସୁନୀଲ ଶେଟ୍ଟୀ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି।

 

View this post on Instagram

 

A post shared by Suniel Shetty (@suniel.shetty)

ସୁନୀଲ ଶେଟ୍ଟୀ ଲେଖିଛନ୍ତି, କ୍ରିକେଟର ମକ୍କାରେ ଶତକ। ବଧେଇ ଓ ଆଶୀର୍ବାଦ ବାବା। ସୁନୀଲ ଆହୁରି ଲେଖିଛନ୍ତି ଯେ ‘ମୋର ଜନ୍ମଦିନ ଉପହାର ପାଇଁ ଧନ୍ୟବାଦ।’ ସୁନୀଲଙ୍କ ଏହି ପୋଷ୍ଟ ସୋଶାଲ ମିଡିଆରେ ଫ୍ୟାନଙ୍କୁ ଖୁବ୍ ପସନ୍ଦ ଆସିଛି। ଏହା ଉପରେ କମେଣ୍ଟ କରି ଜଣେ ୟୁଜର୍ ଲେଖିଛନ୍ତ, ଶ୍ୱଶୂର ଖୁସି ହେଲେ। ଆଉଜଣେ ୟୁଜର୍ କହିଛନ୍ତି, ଆପଣଙ୍କ ଝିଅ ସହ ରାହୁଲଙ୍କର କେବେ ବିବାହ ହେବ। ଆଉଜଣେ ଲେଖିଛନ୍ତି, ଜ୍ୱାଇଁ ମାରିଲେ ଶତକ।

https://twitter.com/SunielVShetty/status/1425872316911681537?s=20

ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ରାହୁଲ ଭାରତର ପ୍ରଥମ ପସନ୍ଦ ନଥିଲେ। କିନ୍ତୁ ପ୍ରଥମେ ଶୁବମନ୍ ଗିଲ ଓ ମୟଙ୍କ ଅଗ୍ରୱାଲଙ୍କ ଆହତ ହେବା ପରେ ରାହୁଲଙ୍କୁ ଏହି ଦାୟିତ୍ୱ ମିଳିଥିଲା। କର୍ଣ୍ଣାଟକର ଏହି ବ୍ୟାଟ୍ସମ୍ୟାନ୍ ସୁଯୋଗର ଭରପୂର ଫାଇଦା ଉଠାଇଥିଲେ ଏବଂ ଉଭୟ ଟେଷ୍ଟରେ ଦମଦାର ବ୍ୟାଟିଂ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି। ଶତକ ମାରିବା ସହ ରାହୁଲ୍ ଲର୍ଡ୍ସର ସମ୍ମାନଜନକ ଅନର୍ସ ବୋର୍ଡରେ ନିଜ ନାଁ ଉଲ୍ଲେଖ କରିବାରେ ଭାରତର ଦଶମ ଖେଳାଳି ହୋଇଛନ୍ତି। ଲର୍ଡ୍ସରେ ଶତକ ମାରିବାରେ ରାହୁଲ ତୃତୀୟ ଭାରତୀୟ ଓପ୍ନର ହୋଇଛନ୍ତି। ତାଙ୍କ ପୂର୍ବରୁ ବିନୁ ମାଙ୍କଡ ଓ ରବି ଶାସ୍ତ୍ରୀ ଶତକ ମାରିଥିଲେ।

Related story