ରାଗିଗଲେ ସନ୍ନି, କହିଲେ-ମୁଁ କ'ଣ ଇନ୍ଦିରାନଗରର ଗୁଣ୍ଡା?

ମୁମ୍ବାଇ: ରାଗିଗଲେ ଆଙ୍ଗ୍ରି  ମ୍ୟାନ୍‌ ସନ୍ନି ଦେଓଲ। ରାଗ ଏତେ ଯେ ସ୍କ୍ରିପ୍ଟ ଚିରି ଫୋପାଡି ଦେଲେ। କେବଳ ସେତିକି ନୁହେଁ ଜୋରରେ ଚିଲ୍ଲେଇଲେ ମଧ୍ୟ। କହିଲେ ମୁ କ’ଣ ଇନ୍ଦିରାନଗର ଗୁଣ୍ଡା କି? ସନ୍ନି ଦେଓଲଙ୍କ ଏହି ପୁରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସନ୍ନି ହାତରେ ଏକ ସ୍କ୍ରିପ୍ଟ ଧରି ବସିଛନ୍ତି। ସେ ପୁଣିଥରେ ୯୦ ଦଶକର ଫିଲ୍ମ ‘ଦାମିନୀ’ର ଫେମସ ଡାଏଲଗ ‘ତାରିଖ ପେ […]

Sunny deol

Madhupriya Mistry
  • Published: Monday, 16 August 2021
  • , Updated: 16 August 2021, 04:01 PM IST

ମୁମ୍ବାଇ: ରାଗିଗଲେ ଆଙ୍ଗ୍ରି  ମ୍ୟାନ୍‌ ସନ୍ନି ଦେଓଲ। ରାଗ ଏତେ ଯେ ସ୍କ୍ରିପ୍ଟ ଚିରି ଫୋପାଡି ଦେଲେ। କେବଳ ସେତିକି ନୁହେଁ ଜୋରରେ ଚିଲ୍ଲେଇଲେ ମଧ୍ୟ। କହିଲେ ମୁ କ'ଣ ଇନ୍ଦିରାନଗର ଗୁଣ୍ଡା କି? ସନ୍ନି ଦେଓଲଙ୍କ ଏହି ପୁରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ସନ୍ନି ହାତରେ ଏକ ସ୍କ୍ରିପ୍ଟ ଧରି ବସିଛନ୍ତି। ସେ ପୁଣିଥରେ ୯୦ ଦଶକର ଫିଲ୍ମ 'ଦାମିନୀ'ର ଫେମସ ଡାଏଲଗ 'ତାରିଖ ପେ ତାରିଖ' କହୁଛନ୍ତି। ଏହା ଶୁଣି ତାଙ୍କ ସାମ୍ନାରେ ବସିଥିବା ବ୍ୟକ୍ତି ତାଙ୍କୁ ଏହି ଡାଏଲଗ ପୁଣିଥରେ ଭଲଭାବେ କହିବାକୁ କହୁଛନ୍ତି। ଏହାପରେ ସେ ପୁଣିଥରେ ଏହି ଡାଏଲଗକୁ କହୁଛନ୍ତି। କିନ୍ତୁ ବାରମ୍ବାର ସନ୍ନିଙ୍କୁ ବ୍ୟକ୍ତି ଜଣକ ମଜା ଆସିଲାନି ପୁଣିଥରେ କୁହନ୍ତି କହିବାପରେ, ସେ ରାଗି ଯାଉଛନ୍ତି। ସେ ରାଗି ଯାଇ ମୁଁ କ'ଣ ଇନ୍ଦିରାନଗର ଗୁଣ୍ଡା କି ବୋଲି ପ୍ରଶ୍ନ ପଚାରୁଛନ୍ତି। ଏଥିସହ ଧରିଥିବା ସ୍କ୍ରିପ୍ଟକୁ ଚିରି ଫୋପାଡି ଦେଉଛନ୍ତି।

ଏହି ଭିଡିଓକୁ ସନ୍ନି ନିଜେ ତାଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଭିଡିଓକୁ ସେଆର କରି କ୍ୟାପସନରେ ସନ୍ନି ଲେଖିଛନ୍ତି, 'ମୁଁ ଭାଇରାଲ ହେବାକୁ ଚାହୁଁନି'। ସନ୍ନିଙ୍କ ଏଭଳି ଆଙ୍ଗ୍ରି ମ୍ୟାନ୍‌ ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ତାଙ୍କ ଭିଡିଓଟି ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।

ସୂଚନାମୁତାବକ, ୧୯୯୩ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ 'ଦାମିନୀ'କୁ ପ୍ରଶଂସକମାନେ କଦାପି ଭୁଲି ପାରିବେ ନାହିଁ। ବହୁ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ଏବେ ବି ଲୋକଙ୍କ ହୃଦୟରେ ରାଜ କରୁଛି।  ଯଦିଓ ରିଷି କପୁର ଏବଂ ମୀନାକ୍ଷୀ ଶେଶାଦ୍ରି ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ, ତଥାପି ଯିଏ ଏହି ଫିଲ୍ମରୁ ଲାଇମ ଲାଇଟ୍‌କୁ ଆସିଥିଲେ ସେ ହେଉଛନ୍ତି ଅଭିନେତା ସନ୍ନି ଦେଓଲ୍। ସନ୍ନି ଏହି ଫିଲ୍ମରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଦମଦାର ଅଭିନୟ ସମସ୍ତଙ୍କ ହୃଦୟ ଜିତି ନେଇଥିଲା।

ଖୁବଶୀଘ୍ର ଫିଲ୍ମ ଅପନେ-୨ରେ ପୁଣିଥରେ ପରଦାରେ ନଜର ଆସିବେ ସନ୍ନି ଦେଓଲ। ଏଥିରେ ପୁରା ଦେଓଲ ପରିବାରକୁ ଦେଖିବାକୁ ମିଳିବ। ସନ୍ନିଙ୍କ ସହ ବାପା ଧର୍ମେନ୍ଦ୍ର ଓ ସାନ ଭାଇ ବବି ଦେଓଲ ମଧ୍ୟ ନଜର ଆସିବେ।

 

View this post on Instagram

 

A post shared by Sunny Deol (@iamsunnydeol)

Related story