ସୁୁଶାନ୍ତଙ୍କୁ ପଦ୍ମଶ୍ରୀ ଦେବାକୁ ଦାବି

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ତାଙ୍କ ମୃତ୍ୟୁକୁ ୧ ବର୍ଷରୁ ଅଧିକ ହେଲାଣି। ହେଲେ ଆଜି ବି ସେ ଲୋକଙ୍କ ମନରୁ ଯାଇ ନାହାନ୍ତି। ଆଜି ବି ଲୋକେ ତାଙ୍କୁ ସେମିତି ଭଲ ପାଉଛନ୍ତି। ଏବେବି ଅନେକ ଲୋକେ ସୁଶାନ୍ତ ପାଇଁ ନ୍ୟାୟ ଦାବି କରୁଛନ୍ତି। ପ୍ରଶଂସକମାନେ ସୁଶାନ୍ତଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଉ ବୋଲି ଦାବି ଉଠାଇଛନ୍ତି। କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ହ୍ୟାସଟ୍ୟାଗ୍ ପଦ୍ମଶ୍ରୀ ଫର୍ ସୁଶାନ୍ତ ଟ୍ରେଣ୍ଡ […]

Sushant singh rajput

Madhupriya Mistry
  • Published: Saturday, 03 July 2021
  • , Updated: 03 July 2021, 04:49 PM IST

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ତାଙ୍କ ମୃତ୍ୟୁକୁ ୧ ବର୍ଷରୁ ଅଧିକ ହେଲାଣି। ହେଲେ ଆଜି ବି ସେ ଲୋକଙ୍କ ମନରୁ ଯାଇ ନାହାନ୍ତି। ଆଜି ବି ଲୋକେ ତାଙ୍କୁ ସେମିତି ଭଲ ପାଉଛନ୍ତି। ଏବେବି ଅନେକ ଲୋକେ ସୁଶାନ୍ତ ପାଇଁ ନ୍ୟାୟ ଦାବି କରୁଛନ୍ତି। ପ୍ରଶଂସକମାନେ ସୁଶାନ୍ତଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଉ ବୋଲି ଦାବି ଉଠାଇଛନ୍ତି। କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ହ୍ୟାସଟ୍ୟାଗ୍ ପଦ୍ମଶ୍ରୀ ଫର୍ ସୁଶାନ୍ତ ଟ୍ରେଣ୍ଡ ମଧ୍ୟ କରୁଛି।

ସୂଚନା ଅନୁଯାୟୀ, ପଦ୍ମଶ୍ରୀ ପୁରଷ୍କାରର ୱେବସାଇଟରେ ସୁଶାନ୍ତଙ୍କ ଫ୍ୟାନ୍ ଅଭିନେତାଙ୍କ ନାମାଙ୍କନ ପୂରଣ କରିଛନ୍ତି। ଯାହାର ସ୍କ୍ରିନସଟ୍ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ଏହାବ୍ୟତୀତ ୟୁଜରମାନେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ଭାରତ ସରକାରଙ୍କୁ ଆବେଦନ କରି ୟୁଜରମାନେ ବିହାରର ପୁତ୍ର ସୁଶାନ୍ତ ସିଂ ରାଜପୁତଙ୍କୁ ପଦ୍ମଶ୍ରୀ ଦେବାକୁ ଦାବି କରିଛନ୍ତି। ୟୁଜରଙ୍କ ଅନୁଯାୟୀ, ଜଣେ ମହାନ ଅଭିନେତା ହୋଇଥିବାରୁ ସୁଶାନ୍ତ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି। ଏଥର ସରକାର ତାଙ୍କ ନାମ ପୁରସ୍କାର ତାଲିକାରେ ଅନ୍ତର୍ଭୁକ୍ତ କରିବା ଉଚିତ୍ ବୋଲି ସେମାନେ କହିଛନ୍ତି।

ସୂଚନା ମୁତାବକ ଗତ ବର୍ଷ ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ମୁମ୍ବାଇ ସ୍ଥିତ ତାଙ୍କ ବାନ୍ଦ୍ରା ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ ଖବର ସାମ୍ନାକୁ ଆସିଥିଲା। ଏହି ମାମଲାରେ ତାଙ୍କର କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଏବଂ ଭାଇ ସୌଭିକକୁ ଏନ୍‌ସିବି ଗିରଫ କରିଥିଲା। ସେପଟେ ବଲିଉଡରେ ଡ୍ରଗ୍ସ କାରବାର ନେଇ ଅନେକ ଅଭିନେତା ଓ ଅଭିନେତ୍ରୀ ଏନ୍‌ସିବି ପ୍ରଶ୍ନର ସାମ୍ନା ମଧ୍ୟ କରିଥିଲେ। ତେବେ ସବୁ ସତ୍ତ୍ୱେ ଆଜି ବି ସୁଶାନ୍ତ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠି ନାହିଁ।

https://twitter.com/Wonderz96/status/1410987308308787201?s=20

https://twitter.com/Wonderz96/status/1410986650658742274?s=20

Related story