କାହିଁକି ହେଲା ବ୍ରେକ୍‌ଅପ୍‌? ଯନ୍ତ୍ରଣା ବଖାଣିଲେ ସୁସ୍ମିତା

ମୁମ୍ବାଇ: ପ୍ରେମରେ ପୁଣି ବିଫଳ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌। ଦୀର୍ଘ ଦିନର ବୟଫ୍ରେଣ୍ଡ ରେହମନ ସଲ୍‌ଙ୍କ ସହ ତାଙ୍କ ବ୍ରେକ୍‌ ହୋଇସାରିଛି। ଏନେଇ ନିକଟରେ ସେ ଘୋଷଣା କରିଥିଲେ। ଏହି ଖବର ତାଙ୍କ ଫ୍ୟାନ୍‌ମାନଙ୍କୁ ଶକ୍ତ ଝଟ୍‌କା ଦେଇଥିଲା। କାହିଁକି ଉଭୟ ଅଲଗା ହୋଇଗଲେ, ସେ ନେଇ ସୋଶାଲ ମିଡିଆରେ ଫ୍ୟାନ୍‌ମାନେ ସୁସ୍ମିତାଙ୍କୁ ପ୍ରଶ୍ନ କରିଥିଲେ। ଏବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ସୁସ୍ମିତା। କାହିଁକି ହେଲା ବ୍ରେକ୍‌ଅପ୍‌? […]

Sushmita

Madhupriya Mistry
  • Published: Thursday, 30 December 2021
  • , Updated: 30 December 2021, 07:02 PM IST

ମୁମ୍ବାଇ: ପ୍ରେମରେ ପୁଣି ବିଫଳ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌। ଦୀର୍ଘ ଦିନର ବୟଫ୍ରେଣ୍ଡ ରେହମନ ସଲ୍‌ଙ୍କ ସହ ତାଙ୍କ ବ୍ରେକ୍‌ ହୋଇସାରିଛି। ଏନେଇ ନିକଟରେ ସେ ଘୋଷଣା କରିଥିଲେ। ଏହି ଖବର ତାଙ୍କ ଫ୍ୟାନ୍‌ମାନଙ୍କୁ ଶକ୍ତ ଝଟ୍‌କା ଦେଇଥିଲା। କାହିଁକି ଉଭୟ ଅଲଗା ହୋଇଗଲେ, ସେ ନେଇ ସୋଶାଲ ମିଡିଆରେ ଫ୍ୟାନ୍‌ମାନେ ସୁସ୍ମିତାଙ୍କୁ ପ୍ରଶ୍ନ କରିଥିଲେ। ଏବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ସୁସ୍ମିତା। କାହିଁକି ହେଲା ବ୍ରେକ୍‌ଅପ୍‌? ଏନେଇ ସେ କରିଛନ୍ତି ଖୁଲାସା।

ହିନ୍ଦୁସ୍ତାନ ଟାଇମ୍ସକୁ ନିକଟରେ ଦେଇଥିବା ଏକ ସାକ୍ଷାତକାର୍‌ରେ ସୁସ୍ମିତା କହିଛନ୍ତି, ଯଦି କେହି ଜଣେ ପବ୍ଲିକ୍‌ ଫିଗର ହୋଇଥାନ୍ତି, ସେତେବେଳେ ତାଙ୍କ ସହ ଜଡିତ ଅନ୍ୟ ଲୋକମାନେ ମଧ୍ୟ ସର୍ବସାଧାରଣକୁ ଆସନ୍ତି। ସେହି ବ୍ୟକ୍ତି ସେଠାକୁ ଏଥିପାଇଁ ଆସନ୍ତି, କାରଣ ତୁମେ ତାଙ୍କୁ ଆଣିଛ। ତାଙ୍କ ଜୀବନ ପାଇଁ ସେହି ସ୍ଥାନ ଠିକ୍‌ ନୁହେଁ।

ସୁସ୍ମିତା ଆହୁରି କହିଛନ୍ତି, ଉଭୟ ଜୀବନରେ ନିଜ ନିଜ ରାସ୍ତାରେ ଅଲଗା ହୋଇଯିବା ଦୁହିଁଙ୍କ ପାଇଁ ଜରୁରୀ। ତେବେ ଅଲଗା ହେଲେ ମଧ୍ୟ ବନ୍ଧୁତା କିନ୍ତୁ ସର୍ବଦା ରୁହେ। ମୋ ବୟସରେ, ଯଦି ମୁଁ ବସି ଭୟଙ୍କର ଜିନିଷ ବିଷୟରେ ଚିନ୍ତା କରିବା ଆରମ୍ଭ କରେ, ତେବେ ମୁଁ ନିଶ୍ଚିତ ଭାବରେ ମୋ ଜୀବନକୁ ନଷ୍ଟ କରିଦେଇଛି ବୋଲି କହିବି।

ସୁସ୍ମିତା ଆଗକୁ କହିଛନ୍ତି, ସେ ତାଙ୍କ ପ୍ରତିଟି ରିଲେସନ୍‌ସିପ୍‌ରେ ଅଗ୍ରଗତି କରିଛନ୍ତି। ଏହା ଏକ ସୁନ୍ଦର ଜିନିଷ। ସେ ଜଣେ ଶହେ ପ୍ରତିଶତ ବ୍ୟକ୍ତିତ୍ୱ ବୋଲି ସ୍ୱୀକାର କରିଛନ୍ତି। ଯେତେବେଳେ ସେ ପ୍ରେମରେ ଥାଆନ୍ତି ସେତେବେଳେ ସେ ତାଙ୍କର ଶହେ ପ୍ରତିଶତ ଦିଅନ୍ତି। ସେହିପରି ଯେତେବେଳେ ବ୍ରେକ୍‌ଅପ୍‌ ହୁଏ ସେତେବେଳେ ବି ଶହେ ପ୍ରତିଶତ ଦେବା ଉଚିତ। ଆପଣଙ୍କ ଜୀବନ କୌଣସି ରିପିଟ୍‌ ମୋଡ୍‌ ନୁହେଁ ବୋଲି ଏହି ଅଭିନେତ୍ରୀ ଜଣକ କହିଛନ୍ତି।

ସୁସ୍ମିତା ଓ ରେହମନଙ୍କୁ ବଲିଉଡର ମୋଷ୍ଟ ଆଡୋରେବଲ କପଳ ଭାବେ ଗଣା ଯାଉଥିଲା। ଦୁହିଁଙ୍କ ଯୋଡି ଏବଂ  କେମେଷ୍ଟ୍ରିକୁ ଲୋକେ ଖୁବ୍‌ ପସନ୍ଦ କରୁଥିଲେ। ପ୍ରାୟତଃ ସୁସ୍ମିତା ଏବଂ ରେହମନ ସୋସିଆଲ ମିଡିଆରେ ନିଜର ପ୍ରେମ ବ୍ୟକ୍ତ କରନ୍ତି। ରୋମାଣ୍ଟିକ୍ ଫଟୋ ଶେଆର କରନ୍ତୁ। ପବ୍ଲିକ ପ୍ଲେସ ହେଉ ଅବା କୌଣସି ପାର୍ଟି, ସବୁଠି ଦୁହେଁ ଏକାଠି ନଜର ଆସନ୍ତି। ଫ୍ୟାନ୍‌ମାନେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖି କେବେ ବିବାହ କରିବେ ସେ ନେଇ ପ୍ରଶ୍ନ କରୁଥିଲେ। ହେଲେ ତା’ ପୂର୍ବରୁ ଭାଙ୍ଗିଗଲା ଯୋଡ଼ି।

ଚଳିତ ବର୍ଷ ଆରମ୍ଭରେ ସୁସ୍ମିତା ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରିଥିଲେ। ଯେଉଁଥିରେ ଏକ ବ୍ୟର୍ଥ ସମ୍ପର୍କରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଥିବା କହିଥିଲେ। ଏହି ପୋଷ୍ଟକୁ ଦେଖି ସୁସ୍ମିତାଙ୍କ ବ୍ରେକ୍‌ ଅପ୍‌ ହୋଇଯାଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲେ। କିନ୍ତୁ କିଛି ସମୟ ପରେ ସୁସ୍ମିତା ଓ ରେହମନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ହେଲେ ଏଥର ନିଜେ ସୁସ୍ମିତା ବ୍ରେକଅପ୍‌ ଖବର ଉପରେ ମୋହର ମାରିଥିଲେ।

 

View this post on Instagram

 

A post shared by Sushmita Sen (@sushmitasen47)

Related story