ବଞ୍ଚି ଥାଉ ଥାଉ ସ୍ୱରାଙ୍କ ମୃତ୍ୟୁ କାମନା କଲେ ୟୁଜର୍ସ

ମୁମ୍ବାଇ: ବଞ୍ଚି ଥାଉ ଥାଉ ଅଭିନେତ୍ରୀଙ୍କ ଆଗୁଆ ମୃତ୍ୟୁ କାମନା କଲେ ୟୁଜର୍ସ। ସୋଶାଲ ମିଡିଆରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ପାଇଁ ୟୁଜସର୍‌ ଲେଖିଲେ ରିପ୍‌ ଇନ୍‌ ଆଡଭାନ୍ସ। ଏନେଇ ଏହି ଟ୍ରୋଲର୍ସଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ସ୍ୱରା। ଅଭିନେତ୍ରୀ ସ୍ୱାରା ଭାସ୍କର ନିକଟରେ କରୋନାରେ ସଂକ୍ରମିତ ହୋଇଥିଲେ। ଏନେଇ ସ୍ୱରା ନିଜେ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ସୂଚନା ଦେଇଥିଲେ। ଯାହା ପରେ ତାଙ୍କ ପ୍ରଶଂସକ ଏବଂ ସହ-କଳାକାର ତାଙ୍କର ଶୀଘ୍ର ଆରୋଗ୍ୟ […]

Swara Bhaskar

Madhupriya Mistry
  • Published: Saturday, 08 January 2022
  • , Updated: 08 January 2022, 05:29 PM IST

ମୁମ୍ବାଇ: ବଞ୍ଚି ଥାଉ ଥାଉ ଅଭିନେତ୍ରୀଙ୍କ ଆଗୁଆ ମୃତ୍ୟୁ କାମନା କଲେ ୟୁଜର୍ସ। ସୋଶାଲ ମିଡିଆରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ପାଇଁ ୟୁଜସର୍‌ ଲେଖିଲେ ରିପ୍‌ ଇନ୍‌ ଆଡଭାନ୍ସ। ଏନେଇ ଏହି ଟ୍ରୋଲର୍ସଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ସ୍ୱରା।

ଅଭିନେତ୍ରୀ ସ୍ୱାରା ଭାସ୍କର ନିକଟରେ କରୋନାରେ ସଂକ୍ରମିତ ହୋଇଥିଲେ। ଏନେଇ ସ୍ୱରା ନିଜେ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ସୂଚନା ଦେଇଥିଲେ। ଯାହା ପରେ ତାଙ୍କ ପ୍ରଶଂସକ ଏବଂ ସହ-କଳାକାର ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ଗୁରୁବାର ବିଳମ୍ବିତ ରାତିରେ ପ୍ରଶଂସକଙ୍କୁ ସୂଚନା ଦେଇ ସ୍ବରା କହିଥିଲେ,'ମୁଁ ନିଜକୁ ଆଇସୋଲେଟ୍ କରିଛି। ମୋର ସାମାନ୍ୟ ଲକ୍ଷଣ ରହିଛି। କୌଣସି ଜିନିଷର ସ୍ୱାଦ ମଧ୍ୟ ଜାଣି ପାରୁ ନାହିଁ। ମୁଁ ଉଭୟ ଭ୍ୟାକ୍ସିନର ଡୋଜ ନେଇଛି, ତେଣୁ ଆଶା କରୁଛି ଶୀଘ୍ର ଭଲ ହୋଇଯିବି।'

ତେବେ ସ୍ୱରାଙ୍କ ଏଭଳି ପୋଷ୍ଟ ପରେ ତାଙ୍କୁ ଖୁବ୍‌ ଟ୍ରୋଲିଂର ଶିକାର ହେବାକୁ ପଡ଼ିଛି। ସ୍ୱରାଙ୍କ ଦ୍ୱାରା ଶେଆର ହୋଇଥିବା ପୋଷ୍ଟ ପଢିବା ପରେ ଲାଗୁଛି ଯେପରି ଟ୍ରୋଲରମାନେ ତାଙ୍କ କରୋନା ପଜିଟିଭ୍ ହେବା ନେଇ ଖୁସି ଅଛନ୍ତି। ସ୍ୱରାଙ୍କ ସେହି ଟ୍ୱିଟ୍‌ ଶେଆର କରି ଜଣେ ୟୁଜର ଲେଖିଛନ୍ତି, ‘ମୁଁ ୨୦୨୨ ମସିହାରେ ଶୁଣିଥିବା ସବୁଠାରୁ ଭଲ ଖବର। ଅନ୍ୟ ଜଣେ ସିଧା ସଳଖ ଲେଖିଛନ୍ତି 'RIP ଇନ୍ ଆଡଭାନ୍ସ'। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ଓମ୍ ଶାନ୍ତି ଇନ୍ ଆଡଭାନ୍ସ'।

ଏବେ ଏହି ଟ୍ରୋଲରଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ସ୍ୱରା। ସେ ସମସ୍ତ ୟୁଜର୍ସଙ୍କ କିଛି ପ୍ରତିକ୍ରିୟାର ସ୍କ୍ରିନ୍‌ ଶଟ୍‌ ଶେଆର କରି ଲେଖିଛନ୍ତି, 'ବନ୍ଧୁମାନେ ଦୟାକରି ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଯଦି ମୋର କିଛି ହୋଇଯାଏ, ତେବେ ଆପଣଙ୍କର ଜୀବିକା ବିପଦରେ ପଡ଼ିଯିବ। ଆପଣ ନିଜ ଘରକୁ କିପରି ଚଳାଇବେ? ଯେଉଁମାନେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ସେମାନଙ୍କୁ ଧନ୍ୟବାଦ।'

ଗତବର୍ଷ ସ୍ୱରା ଭାସ୍କର ସୋଶାଲ ମିଡିଆ ଟ୍ରୋଲିଂକୁ ବିରୋଧ କରି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ନିଜ ବୟାନ ରେକର୍ଡ କରିଥିଲେ। ଜଣେ ୟୁଜର୍ସ ଟ୍ୱିଟ୍‌ର ଜରିଆରେ ତାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣି କରିଥିବା ଅଭିଯୋଗ ଆଣିଥିଲେ। ଏଥିସହ ସେ ବସନ୍ତ କୁଞ୍ଜ ପୁଲିସ ଷ୍ଟେସନ୍‌ରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ।

https://twitter.com/ReallySwara/status/1479458826977873923?s=20

Related story