ସ୍ୱରାଙ୍କ ମୁହଁରେ ପାକିସ୍ତାନୀ ଭାଷା, ଇସ୍ରାଏଲକୁ କହିଲେ ଆତଙ୍କୀ ଦେଶ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ଉତ୍ତେଜନା ଏବେ ହିଂସାର ରୂପ ନେଇଛି । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୩୫ ଫିଲିସ୍ତାନୀ (ପାଲେଷ୍ଟାଇନ୍) ଓ ୫ ଇସ୍ରାଏଲୀଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଏହି ରକ୍ତାକ୍ତ ସଂଘର୍ଷକୁ ନେଇ ଟ୍ୱିଟରରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର। ଯାହା ପରେ ଲୋକେ ସ୍ୱରାଙ୍କୁ ଲଗାତର ଟ୍ରୋଲ୍ କରୁଛନ୍ତି। ସ୍ୱରାଙ୍କ ପୂର୍ବରୁ ପାକିସ୍ତାନ କ୍ରିକେଟର ଉମର ଅକମଲ୍ […]

swara bhaskar

swara bhaskar

Ranjit Kumar Jena
  • Published: Wednesday, 12 May 2021
  • Updated: 12 May 2021, 08:03 PM IST

Sports

Latest News

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ଉତ୍ତେଜନା ଏବେ ହିଂସାର ରୂପ ନେଇଛି । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୩୫ ଫିଲିସ୍ତାନୀ (ପାଲେଷ୍ଟାଇନ୍) ଓ ୫ ଇସ୍ରାଏଲୀଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଏହି ରକ୍ତାକ୍ତ ସଂଘର୍ଷକୁ ନେଇ ଟ୍ୱିଟରରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର। ଯାହା ପରେ ଲୋକେ ସ୍ୱରାଙ୍କୁ ଲଗାତର ଟ୍ରୋଲ୍ କରୁଛନ୍ତି। ସ୍ୱରାଙ୍କ ପୂର୍ବରୁ ପାକିସ୍ତାନ କ୍ରିକେଟର ଉମର ଅକମଲ୍ ମଧ୍ୟ ଇସ୍ରାଏଲକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଉମର ଇସ୍ରାଏଲକୁ ଆତଙ୍କବାଦୀ ରାଷ୍ଟ୍ର କହିଛନ୍ତି। ଏବେ ସ୍ୱରା ମଧ୍ୟ ଠିକ୍ ସେହି ମନ୍ତବ୍ୟ ଦେଇଛନ୍ତି ।

https://twitter.com/ReallySwara/status/1391891267752185863?s=20

ସ୍ୱରା ଟ୍ୱିଟରରେ ଦୁଇଟି ପୋଷ୍ଟ କରିଛନ୍ତି। ଗୋଟିଏ ପୋଷ୍ଟରେ ସେ ଲେଖିଛନ୍ତି, ଇସ୍ରାଏଲ ଓ ବର୍ଣ୍ଣବୈଷମ ରାଷ୍ଟ୍ର। ଇସ୍ରାଏଲ ଏକ ଆତଙ୍କବାଦୀ ରାଷ୍ଟ୍ର। ଏହା ପରେ ସେ ଦୁଇଟି ହାଶଟ୍ୟାଗ୍ କରିଛନ୍ତି। ଅନ୍ୟଏକ ଟ୍ୱିଟରେ ସେ ଲେଖିଛନ୍ତି, ପାଲେଷ୍ଟାଇନ୍ ଓ ପାଲେଷ୍ଟାଇନ୍ ପାଇଁ ନ୍ୟାୟ ଏକ ଇସଲାମିକ୍ ମାମଲା ନୁହେଁ। ଏପରିକି ଏହା କେବଳ ଏକ ଇସଲାମିକ ମାମଲା ହେବା ଦରକାର ନୁହେଁ। ସର୍ବପ୍ରଥମେ ଏହା ସାମ୍ରାଜ୍ୟବାଦ ବିରୋଧୀ, ଔପନିବେଶିକ ବିରୋଧୀ, ବର୍ଣ୍ଣବୈଷମ ମାମଲା। ଏଥିପାଇଁ ଏହା କେବଳ ଆମ ସମସ୍ତଙ୍କ ପାଇଁ ଓ ଅଣ ମୁସଲିମଙ୍କ ଚିନ୍ତାର ବିଷୟ ହେବା ଦରକାର।

https://twitter.com/ReallySwara/status/1391896472216489985?s=20

ଏହି ପୋଷ୍ଟ ପରେ ସ୍ୱରାଙ୍କୁ ଲଗାତର ବିରୋଧର ସାମ୍ନା କରିବାକୁ ପଡ଼ିଛି। ଜଣେ ବ୍ୟକ୍ତି ଲେଖିଛନ୍ତି, ଚାଚୀ ଜି ପ୍ରଣାମ। ଭାରତ ସହ ସବୁ ପରିସ୍ଥିତିରେ ଛିଡ଼ା ହେଉଥିବା ଦେଶକୁ ଏବେ କାହିଁକି ଏମିତି ଗାଳି ଦେଉଛ ଏବଂ କଶ୍ମୀର ମାମଲାରେ ସର୍ବଦା ପାକିସ୍ତାନର ସାଥ୍ ଦେଉଥିବା ଏବେ ପାଲେଷ୍ଟାଇନର ସମର୍ଥନ କାହିଁକି କରୁଛି। ଏହାର ଜବାବରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଚାଚୀ ପାଗଳ ହୋଇଯାଇଛନ୍ତି, କିଛି ବି କହୁଛନ୍ତି। ଆଉ ଜଣେ ଲେଖିଛନ୍ତି, ୟାଙ୍କୁ ପ୍ରତିଟି ଟ୍ୱିଟରେ କେବଳ ଟଙ୍କା ଦରକାର।

 

View this post on Instagram

 

A post shared by Umar Akmal (@u_akmal)

ଏହା ପୂର୍ବରୁ ପାକିସ୍ତାନ କ୍ରିକେଟର୍ ଉମର ଅକମଲ୍ ସୋଶାଲ ମିଡିଆରେ ଲେଖିଥିଲେ, ପାଲେଷ୍ଟାଇନ୍ ତୁମେ ଏକା ନୁହେଁ। ଆମେ ମୁସଲିମ୍ ସମ୍ପ୍ରଦାୟ ତୁମ ସହ ଅଛୁ। ଇସ୍ରାଏଲ୍ ତୁମେ ଏକ ଆତଙ୍କବାଦୀ ଦେଶ। ପାଲେଷ୍ଟାଇନ୍ ମୁସଲିମଙ୍କୁ ମାରିବା ବନ୍ଦ କର। ତଥାକଥିତ ମାନବାଧିକାର ଚାମ୍ପିୟନ୍ ଏବେ କେଉଁଠି ଅଛ।

ସୂଚନାଯୋଗ୍ୟ, ମ୍ୟାଚ୍ ଫିକ୍ସିଂ ମାମଲାରେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ୍ ଉମର ଅକମଲଙ୍କ ଉପରେ ୧୨ ମାସର ବାସନ୍ଦାଦେଶ ଲଗାଯାଇଛି ଏବଂ ଏହାସହ ୪୨.୫ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos