ସୋନମଙ୍କ ଘରୁ ଚୋରି, ନେଇଗଲେ ଅଢ଼େଇ କୋଟି

ନୂଆଦିଲ୍ଲୀ: ବଲିଉଡ ଅଭନେତ୍ରୀ ସୋନମ କପୁରଙ୍କ ଘରେ ଚୋରି। କଳାକନା ବୁଲାଇଲେ ଚୋର। ସୋନମ କପୁର ଓ ଆନନ୍ଦ ଅହୁଜାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ କଥିତ ରୂପେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଠାରୁ ପ୍ରାୟ ଅଢ଼େଇ କୋଟିର ସୁନା ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ସୋନମ। ଘଟଣା ପରେ ଅଭିନେତ୍ରୀଙ୍କ ତରଫରୁ ଦିଲ୍ଲୀସ୍ଥିତ ତୋଗଲକ ରୋଡ ଥାନାରେ ଅଭିଯୋଗ ହୋଇଛି। ଚୋରି ନେଇ ସୋନମଙ୍କ ଘରେ ରହୁଥିବା ଅନ୍ୟ କର୍ମଚାରୀଙ୍କ […]

Sonam Kapoor

Madhupriya Mistry
  • Published: Saturday, 09 April 2022
  • , Updated: 09 April 2022, 01:55 PM IST

ନୂଆଦିଲ୍ଲୀ: ବଲିଉଡ ଅଭନେତ୍ରୀ ସୋନମ କପୁରଙ୍କ ଘରେ ଚୋରି। କଳାକନା ବୁଲାଇଲେ ଚୋର। ସୋନମ କପୁର ଓ ଆନନ୍ଦ ଅହୁଜାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ କଥିତ ରୂପେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଠାରୁ ପ୍ରାୟ ଅଢ଼େଇ କୋଟିର ସୁନା ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ସୋନମ।

ଘଟଣା ପରେ ଅଭିନେତ୍ରୀଙ୍କ ତରଫରୁ ଦିଲ୍ଲୀସ୍ଥିତ ତୋଗଲକ ରୋଡ ଥାନାରେ ଅଭିଯୋଗ ହୋଇଛି। ଚୋରି ନେଇ ସୋନମଙ୍କ ଘରେ ରହୁଥିବା ଅନ୍ୟ କର୍ମଚାରୀଙ୍କ ଉପରେ ସୋନମ ସନ୍ଦେହ କରୁଛନ୍ତି। ପୁଲିସ ଏହି ମାମଲାର ଯାଞ୍ଚ ପାଇଁ ଏକ ଟିମ ଗଠନ କରିଥିବା ଜଣାପଡିଛି। ତୋଗଲକ ଥାନା ପୁଲିସ ସୋନମଙ୍କ ଘରେ ରହୁଥିବା ୨୫ ଜଣ କର୍ମଚାରୀ, ୯ ଜଣ କେୟାରଟେକର, ଡ୍ରାଇଭର, ମାଳି ଓ ଅନ୍ୟ କର୍ମଚାରୀଙ୍କୁ ପଚରା ଉଚରା କରୁଛି। ଦିଲ୍ଲୀ ପୁଲିସ ସମତେ ଏଫ୍‌ଏସ୍‌ଏଲ୍‌ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି।

ସୋନମ କପୁରଙ୍କ ଶ୍ୱଶୁର ହରିଶ ଅହୁଜା ଏବଂ ଶାଶୂ ପ୍ରିୟା ଅହୁଜା, ଆନନ୍ଦଙ୍କ ଜେଜେ ମା' ସରଲା ଅହୁଜାଙ୍କ ସହ ଅମୃତା ଶେରଗିଲ ମାର୍ଗସ୍ଥିତ ଦିଲ୍ଲୀ ବାସଭବନରେ ରହୁଥିଲେ। ପୁଲିସରେ ଅଭିଯୋଗ କରିବା ବେଳେ ଜେଜେ ମା' ଶାଶୁ ସରଳା ଆହୁଜା କହିଛନ୍ତି, ଆଲମୀରାରେ ଥିବା ୨.୪ କୋଟି ଟଙ୍କାର ଗହଣା ସହ ନଗଦ ଟଙ୍କା ନେଇଯାଇଛନ୍ତି ଚୋର। ୨ ବର୍ଷ ହେବ ଆଲମୀରାରେ ଏହି ଗହଣା ଥିଲା ହେଲେ ଏବେ ଦେଖିବା ବେଳକୁ ତାହା ଚୋରି ହୋଇଥିବା ଜଣାପଡିଛି।

୧୧ ଫେବ୍ରୁଆରୀ ଦିନ ତାଙ୍କ ଆଲମୀରାରୁ ଗହଣା ଓ ଟଙ୍କା ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ଫେବ୍ରୁଆରୀ ୨୩ରେ ସେ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଆଖପାଖରେ ଥିବା ସିସିଟିଭିର ଫୁଟେଜ ଯାଞ୍ଚ କରୁଛି। ସେପଟେ ପୁଲିସ ଫରେନସିକ ଟିମ୍ ସହାୟତାରେ ଯାଞ୍ଚ କରିପାରେ ବୋଲି ଅନୁମାନ କରାଯାଉଛି।

ଗତମାସରେ ପ୍ରକାଶିତ ପାଇଥିବା ଏକ ରିପୋର୍ଟ ଅନୁସାରେ ସୋନମ କପୁରଙ୍କ ଶ୍ୱଶୁରର ୨୭ କୋଟି ଟଙ୍କା ଠକେଇର ଶିକାର ହୋଇଥିଲେ। ଏହି ମାମଲାରେ ପୁଲିସ ପ୍ରାୟ ୧୦ ଜଣଙ୍କୁ ଗିରଫ କରିଥିଲା। ସୋନମ ଏବଂ ଆନନ୍ଦ ଏବେ ମୁମ୍ବାଇରେ ଅଛନ୍ତି।

Related story