ମୁମ୍ବାଇ: ଫସିଯିବେ କି ରାଜ କୁନ୍ଦ୍ରା? ପର୍ଣ୍ଣ ଫିଲ୍ମ ମାମଲାରେ ବଢ଼ିଲା ରାଜଙ୍କ ଅଡୁଆ। ତାଙ୍କ ନିଜ ସହଯୋଗୀ ହିଁ କରିବେ ରାଜଙ୍କ ଖୁଲାସା। ରାଜଙ୍କ କଳା କାରବାର ବିରୋଧରେ ଓଗାରିବେ ସତ। ଡାର୍ଟି ପିକଚର ବିଷୟରେ ମୁହଁ ଖୋଲିବେ ରାଜଙ୍କ ସହଯୋଗୀ।
ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଭିଡିଓ ମାମଲାରେ ପ୍ରତିଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି। ଏବେ ରାଜ କୁନ୍ଦ୍ରାଙ୍କ କମ୍ପାନୀର ୪ଜଣ ସହଯୋଗୀ ପାଲଟି ଯାଇଛନ୍ତି ରାଜସାକ୍ଷୀ। ମୁମ୍ବାଇ ପୁଲିସ ଆଗରେ ସେମାନେ ସତ କହିବାକୁ କୁଆଡେ ରାଜି ହୋଇଯାଇଛନ୍ତି।
କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ ଏହି ଚାରିଜଣ କର୍ମଚାରୀ ଏହି ମାମଲାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ। ରାଜ କୁନ୍ଦ୍ରା ଏବଂ ଅନ୍ୟମାନେ ଏହି ମାମଲା ସହ ଜଡିତ କଥା ଗୁଡିକର ଭଲଭାବେ ଖୁଲାସା କରୁନାହାନ୍ତି। ଏଭଳି ପରିସ୍ଥିତିରେ ତାଙ୍କ କମ୍ପାନୀର ଏହି ଚାରିଜଣ କର୍ମଚାରୀଙ୍କ ଠାରୁ କେସ୍ ସହ ଜଡିତ ଜରୁରୀ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି।
ଏହି ଚାରି ଜଣ କର୍ମଚାରୀଙ୍କ ଠାରୁ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ବିଜନେସ୍ ଡିଲ୍ ବିଷୟରେ ତଥ୍ୟ ହାସଲ କରିବ। କିପରି ଅଶ୍ଳୀଳ ର୍ୟାକେଟ୍ ଚାଲୁଥିଲା, ଆର୍ଥୀକ କାରବାର ଏବଂ ଅନ୍ୟାନ୍ୟ ଦିଗକୁ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ। ରାଜ କୁନ୍ଦ୍ରା କିପରି ତାଙ୍କ ଟଙ୍କା ପରିଚାଳନା କରୁଥିଲେ ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଏବେ ଚେଷ୍ଟା କରୁଛି।
ସେପଟେ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ପୂର୍ବରୁ ଗିରଫ ହୋଇସାରିଥିବା ଅଭିନେତ୍ରୀ ଗେହନା ବଶିଷ୍ଟଙ୍କୁ ମଧ୍ୟ ମୁମ୍ବାଇ ପୁଲିସ ପଚରାଉଚରା କରିବ। ଏଥିପାଇଁ ତାଙ୍କୁ ସମନ ପଠାଇଛି । ମୁମ୍ବାଇ ପ୍ରପର୍ଟି ସେଲ୍ ଆସିବା ପାଇଁ ତାଙ୍କୁ କୁହାଯାଇଛି।