ଲଖିମପୁର ହିଂସାକୁ 'ସ୍କ୍ୱିଡ୍‌ ଗେମ୍‌' ସହ ତୁଳନା କଲେ ମିସେସ୍‌ ଖିଲାଡି

ମୁମ୍ବାଇ: ବଲିଉଡର ମିସେସ୍‌ ଖିଲାଡି ଓରଫ୍‌ ଟ୍ୱିଙ୍କିଲ ଖନ୍ନା। ସେ ଲୋକଙ୍କ ସାମ୍ନାରେ ନିଜ ମତ ରଖିବାକୁ କେବେବି ପଛଘଞ୍ଚା ଦିଅନ୍ତି ନାହାନ୍ତି। ସେ ଦେଶ ବିଦେଶରେ ଘଟୁଥିବା ପ୍ରତିଟି ଘଟଣା ଉପରେ ନଜର ରଖନ୍ତି। ସେହି ପ୍ରସଙ୍ଗରେ ନିଜ ମନ୍ତବ୍ୟ ମଧ୍ୟ ଦିଅନ୍ତି। ଏନେ ଦେଶରେ ଚର୍ଚ୍ଚାରେ ଥିବା ଲଖିମପୁର ହିଂସା ଘଟଣାକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି। ସେ ଏହି ହିଂସାକୁ ‘ସ୍କ୍ୱିଡ୍‌ ଗେମ୍‌’ର ସ୍ୱଦେଶୀ ସଂସ୍କରଣ ବୋଲି ବର୍ଣ୍ଣନା କରିଛନ୍ତି। ସ୍କ୍ୱିଡ୍ ଗେମର […]

Twinkle khanna on-lakhimpur-violence

Madhupriya Mistry
  • Published: Tuesday, 19 October 2021
  • , Updated: 19 October 2021, 02:35 PM IST

ମୁମ୍ବାଇ: ବଲିଉଡର ମିସେସ୍‌ ଖିଲାଡି ଓରଫ୍‌ ଟ୍ୱିଙ୍କିଲ ଖନ୍ନା। ସେ ଲୋକଙ୍କ ସାମ୍ନାରେ ନିଜ ମତ ରଖିବାକୁ କେବେବି ପଛଘଞ୍ଚା ଦିଅନ୍ତି ନାହାନ୍ତି। ସେ ଦେଶ ବିଦେଶରେ ଘଟୁଥିବା ପ୍ରତିଟି ଘଟଣା ଉପରେ ନଜର ରଖନ୍ତି। ସେହି ପ୍ରସଙ୍ଗରେ ନିଜ ମନ୍ତବ୍ୟ ମଧ୍ୟ ଦିଅନ୍ତି। ଏନେ ଦେଶରେ ଚର୍ଚ୍ଚାରେ ଥିବା ଲଖିମପୁର ହିଂସା ଘଟଣାକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି। ସେ ଏହି ହିଂସାକୁ 'ସ୍କ୍ୱିଡ୍‌ ଗେମ୍‌'ର ସ୍ୱଦେଶୀ ସଂସ୍କରଣ ବୋଲି ବର୍ଣ୍ଣନା କରିଛନ୍ତି।

ସ୍କ୍ୱିଡ୍ ଗେମର ସମସ୍ତ ୬ଟି ଖେଳ ଉପରେ ପ୍ରତ୍ୟେକ ଘଟଣାର ଉଦାହରଣ ଦେଇ ସେ ଏହି ଖେରି ହିଂସା କାଣ୍ଡକୁ ସ୍କ୍ୱିଡ୍ ଗେମର ସ୍ୱଦେଶୀ ସଂସ୍କରଣ ବୋଲି କହିଛନ୍ତି। ସେ କହିଛନ୍ତି ଭାରତରେ ଆମେ ସମସ୍ତେ ନିଜେ ନିଜର ସ୍କ୍ୱିଡ୍‌ ଗେମ୍‌ ଖେଳୁଛେ। ରେଡ୍ ଲାଇଟ୍ ଗ୍ରୀନ୍ ଲାଇଟ୍ ଗେମ୍ ନେଇ ଟ୍ୱିଙ୍କିଲ କହିଛନ୍ତି, ଆମ ଝିଅମାନେ ବର୍ଷସାରା ରେଡ୍ ଲାଇଟ୍ ଜୋନ୍‌ରେ ବାସ କରନ୍ତି ଯେଉଁଠି ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥାଏ, ସେମାନଙ୍କୁ ଭଲ ପୋଷାକ ପିନ୍ଧିବାକୁ କୁହାଯାଏ ଏବଂ ପୁରୁଷଙ୍କ ସହ କଥାବାର୍ତ୍ତା ନିଷେଧ ଥାଏ।  କିନ୍ତୁ ନବରାତ୍ରୀରେ ଗ୍ରୀନ ଲାଇଟ ଜୋନ୍ ତିଆରି ହୋଇଥାଏ। ଏଠି ସେମାନେ ରାତିସାରା ବାହାରେ ବୁଲାବୁଲି କରିପାରିବେ।'

ଟ୍ୱିଙ୍କିଲ ଡାଲଗୋନା କ୍ୟାଣ୍ଡି ପାଇଁ ନିର୍ବାଚନ ଚିହ୍ନ ଏବଂ ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ଟାର୍ଗେଟ କରିଛନ୍ତି। ଟଗ ଅଫ୍‌ ୱାର ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ବିବାଦକୁ ଧ୍ୟାନ ଦେଇଛନ୍ତି। ଗ୍ଲାସ୍ ଷ୍ଟେପିଂ ଷ୍ଟୋନ ଖେଳ ପାଇଁ ସେ ବ୍ୟବସାୟ ଜଗତକୁ ଟାର୍ଗେଟ କରିଛନ୍ତି।

ସେହିପରି ମାର୍ବଲ ଗେମ୍‌ ପାଇଁ ସବୁଠାରୁ ଚର୍ଚ୍ଚିତ ଘଟଣା ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲା ଉପରେ ନିଜ ମନ୍ତବ୍ୟ ରଖିଛନ୍ତି ଟ୍ୱିଙ୍କିଲ। ଉକ୍ତ ଖେଳରେ ଖେଳାଳିଙ୍କୁ ତାଙ୍କର ସମସ୍ତ ପ୍ରକାରର ମାର୍ବଳ ହରାଇବା ପାଇଁ ପ୍ରବର୍ତ୍ତିତ କରାଯାଏ ବୋଲି ସେ କହିଛନ୍ତି।

'ଯେତେବେଳେ ମୁଁ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଗିରଫ ବିଷୟରେ ଶୁଣିଲି, ସେତେବେଳେ ମୋତେ ଏକ 'ମାର୍ବଲ ଗେମ' ଭଳି ଲାଗିଲା। ଆର୍ଯ୍ୟନଙ୍କ ବନ୍ଧୁଙ୍କ ଠାରୁ ୬ ଗ୍ରାମ ଡ୍ରଗ୍ସ ମିଳିଥିଲା, କିନ୍ତୁ ରିପୋର୍ଟ ଅନୁଯାୟୀ ଆର୍ଯ୍ୟନଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ। ତଥାପି ଏହି ଯୁବ ବାଳକକୁ ଦୁଇ ସପ୍ତାହ ଧରି ଆର୍ଥର ରୋଡ ଜେଲରେ ରଖାଯାଇଛି ବୋଲି ମିସେସ୍‌ ଖିଲାଡି କହିଛନ୍ତି।'

ଶେଷରେ ସେ 'ସ୍କ୍ୱିଡ୍‌ ଗେମ୍‌'ର ଶେଷ ପର୍ଯ୍ୟାୟ 'ସ୍କ୍ୱିଡ୍‌ ଗେମ୍‌' ସହ ଲଖିମପୁର ଖେରି ହିଂସାର ତୁଳନା କରିଛନ୍ତି। ଟ୍ୱିଙ୍କିଲ ଲେଖିଛନ୍ତି, 'ଏହା ଏକ ଏଭଳି ଖେଳ, ଯେଉଁଠି ଅନ୍ୟ ଖେଳାଳିଙ୍କୁ ଯନ୍ତ୍ରଣାଦାୟକ ମୃତ୍ୟୁ ମିଳେ।  ନିକଟରେ ଭାଇରାଲ ଭିଡିଓ କ୍ଲିପ ମାଧ୍ୟମରେ ଶସ୍ତ୍ରବିହୀନ ର୍ଭସନ ସହିତ ଲକ୍ଷ୍ମୀପୁର ଖେରୀ ମାମଲାକୁ ସମଗ୍ର ଦେଶ ଦେଖିଥିଲେ। ଯେଉଁଠାରେ ଗୋଟିଏ ଦଳ ଅନ୍ୟ ଦଳ ଉପରେ ଜିପ୍ ଏବଂ ଏସୟୁଭି ଚଢ଼ାଉ ସେମାନଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଥିଲା।'

 

View this post on Instagram

 

A post shared by Twinkle Khanna (@twinklerkhanna)

Related story