ହୋସ୍‌ ଉଡାଇଲେ ଉର୍ବଶୀ, ପିନ୍ଧିଲେ ୪୦ କୋଟିର ଡ୍ରେସ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା। ସର୍ବଦା ନିଜ ଗ୍ଲାମରସ ଲୁକ୍‌ ଆଉ ଅନ୍ଦାଜରେ ସମସ୍ତଙ୍କୁ କରନ୍ତି ଦିୱାନା। ତାଙ୍କ ଲୁକ୍‌ ଦେଖି ଫ୍ୟାନ୍‌ମାନଙ୍କ ହୋସ୍‌ ଉଡିଯାଏ। ସେ ଫ୍ୟାଶନ୍‌ ୱାର୍ଲ୍ଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଲ୍ମରେ ଏତେଟା ସଫଳ ହୋଇନଥିବା ଉର୍ବଶୀ ଫ୍ୟାଶନ୍‌ ୱାର୍ଲ୍ଡରେ କିନ୍ତୁ ବେଶ୍‌ ସଫଳତା ହାସଲ କରିଛନ୍ତି। ତାଙ୍କୁ ପ୍ରାୟତଃ ଭିନ୍ନ ଭିନ୍ନ ଫ୍ୟାଶନ୍‌ ଶୋ’ରେ କେତେବେଳେ ଜଜ୍‌ ରୂପେ ନଜର ଆସନ୍ତି ତ ଆଉ କେତେବେଳେ […]

urvashi-rautela

Madhupriya Mistry
  • Published: Tuesday, 01 February 2022
  • , Updated: 01 February 2022, 05:27 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା। ସର୍ବଦା ନିଜ ଗ୍ଲାମରସ ଲୁକ୍‌ ଆଉ ଅନ୍ଦାଜରେ ସମସ୍ତଙ୍କୁ କରନ୍ତି ଦିୱାନା। ତାଙ୍କ ଲୁକ୍‌ ଦେଖି ଫ୍ୟାନ୍‌ମାନଙ୍କ ହୋସ୍‌ ଉଡିଯାଏ। ସେ ଫ୍ୟାଶନ୍‌ ୱାର୍ଲ୍ଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଲ୍ମରେ ଏତେଟା ସଫଳ ହୋଇନଥିବା ଉର୍ବଶୀ ଫ୍ୟାଶନ୍‌ ୱାର୍ଲ୍ଡରେ କିନ୍ତୁ ବେଶ୍‌ ସଫଳତା ହାସଲ କରିଛନ୍ତି। ତାଙ୍କୁ ପ୍ରାୟତଃ ଭିନ୍ନ ଭିନ୍ନ ଫ୍ୟାଶନ୍‌ ଶୋ'ରେ କେତେବେଳେ ଜଜ୍‌ ରୂପେ ନଜର ଆସନ୍ତି ତ ଆଉ କେତେବେଳେ ଶୋ' ଟପର ରୂପେ। ନିକଟରେ ଏଭଳି ହିଁ ଏକ ଅରବ ଫ୍ୟାଶନ୍‌ ୱିକ୍‌ରେ ତାଙ୍କୁ ଦେଖିବାକୁ ମିଳିଛି। ଏଠାରେ ତାଙ୍କୁ ଲକ୍‌ ଦେଖି ସମସ୍ତ ହୋସ୍‌ ଉଡିଯାଇଛି।

ଅରବ ଫ୍ୟାଶନ ଶୋ'ରେ ରାମ୍ପ ୱାକ୍‌ କରିଛନ୍ତି ଉର୍ବଶୀ। ପ୍ରଥମ ଭାରତୀୟ ମହିଳା ରୂପେ ଉର୍ବଶୀ ଏହି ଶୋ'ରେ ଦୁଇ ଥର ସାମିଲ ହୋଇ ସାରିଲେଣି। ତେବେ ଏହି ଫ୍ୟାଶନ ଶୋ'ରେ ସବୁଠାରୁ ମୁଖ୍ୟ ଥିଲା ଉର୍ବଶୀଙ୍କୁ ଡ୍ରେସ୍‌ ଓ ତାଙ୍କ ଲୁକ୍‌। ୪୦ କୋଟି ଟଙ୍କାର ଡ୍ରେସ୍‌ ପିନ୍ଧି ରାମ୍ପ ୱକ୍‌ କରିଥିଲେ ଉର୍ବଶୀ।

ଉର୍ବଶୀ ପିନ୍ଧିଥିବା ଏହି ୪୦ କୋଟିର ରୟାଲ ଆଉଟ୍‌ଫିଟ୍‌ରୁ ସୁନା ଓ ହୀରା ତିଆରି। ଡ୍ରେସ୍‌ରେ ସୁନାର ଚେନ୍‌ ଝୁଲି ରହିଥିବା ବେଳେ ହୀରା ଖଚିତ ହୋଇଛି। ତେବେ ସବୁଠାରୁ ଆକର୍ଷଣୀୟ ଥିଲା ଉର୍ବଶୀ ନିଜ ମୁଣ୍ଡ ପିନ୍ଧିଥିବା ମୁକୁଟ। ଏହା ମଧ୍ୟ ପୁରା ସୁନାରେ ତିଆରି। ଏହି ହାଇ ସ୍ଲିଟ୍‌ ଗୋଲ୍ଡେନ୍‌ ଗାଉନ୍‌କୁ ଫର୍ଣ୍ଣେ ୱନ୍‌ ଅମାଟୋ ଡିଜାଇନ୍‌ କରିଥିଲେ। ଏହାପୂର୍ବରୁ ଓମେଟା ପ୍ରସିଦ୍ଧ ହଲିଉଡ ପପ୍‌ ଗାୟିକା ବିୟୋନ୍ସେ, ଜେନିଫର ଲୋପେଜ୍‌ଙ୍କ ପାଇଁ ମଧ୍ୟ ଡ୍ରେସ୍‌ ଡିଜାଇନ୍‌ କରିସାରିଛନ୍ତି।

 

View this post on Instagram

 

A post shared by URVASHI RAUTELA 🇮🇳 (@urvashirautela)

 

View this post on Instagram

 

A post shared by CineRiser (@cineriserofficial)

Related story