ବରୁଣଙ୍କ ସହ ଠୁମକା ଲଗାଇଲେ ପଲକ୍‌, ଭିଡିଓ ଭାଇରାଲ

ମୁମ୍ବାଇ: ପୁଣି ଚର୍ଚ୍ଚାର ଟେଲିଭିଜନର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ। ହାର୍ଡି ସନ୍ଧୁଙ୍କ ଗୀତ ବିଜଲି ବିଜଲି…ରେ ଧମାଲ କରିବା ପରେ ପଲକ ତିୱାରୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ନିକଟରେ ପଲକ ତିୱାରୀଙ୍କ ନାଁ ସୈଫ ଅଲ୍ଲି ଖାନ୍‌ଙ୍କ ପୁଅ ଇବ୍ରାହିମ ଅଲ୍ଲି ଖାନ୍‌ଙ୍କ ସହ ଯୋଡି ହୋଇଥିଲା। ଏହାରି ଭିତରେ ଏବେ ପଲକଙ୍କୁ ଅଭିନେତା ବରୁଣ ଧୱନଙ୍କ ସହ ଦେଖିବାକୁ ମିଳିଛି। ସେ ବରୁଣଙ୍କ ସହ ମିଶି ଲଗାଇଛନ୍ତି ଜୋରଦାର ଠୁମ୍‌କା। […]

Palak and Varun

Madhupriya Mistry
  • Published: Wednesday, 02 February 2022
  • , Updated: 02 February 2022, 01:26 PM IST

ମୁମ୍ବାଇ: ପୁଣି ଚର୍ଚ୍ଚାର ଟେଲିଭିଜନର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ। ହାର୍ଡି ସନ୍ଧୁଙ୍କ ଗୀତ ବିଜଲି ବିଜଲି…ରେ ଧମାଲ କରିବା ପରେ ପଲକ ତିୱାରୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ନିକଟରେ ପଲକ ତିୱାରୀଙ୍କ ନାଁ ସୈଫ ଅଲ୍ଲି ଖାନ୍‌ଙ୍କ ପୁଅ ଇବ୍ରାହିମ ଅଲ୍ଲି ଖାନ୍‌ଙ୍କ ସହ ଯୋଡି ହୋଇଥିଲା। ଏହାରି ଭିତରେ ଏବେ ପଲକଙ୍କୁ ଅଭିନେତା ବରୁଣ ଧୱନଙ୍କ ସହ ଦେଖିବାକୁ ମିଳିଛି। ସେ ବରୁଣଙ୍କ ସହ ମିଶି ଲଗାଇଛନ୍ତି ଜୋରଦାର ଠୁମ୍‌କା। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ବରୁଣ ଧୱନ୍‌ ଓ ପଲକ ତିୱାରୀଙ୍କୁ ଖୁବ୍‌ଶୀଘ୍ର ଏକ ମ୍ୟୁଜିକ ଭିଡିଓ ଆଲବମରେ ଏକାଠି ଦେଖିବାକୁ ମିଳିବ। ଏହି ପ୍ରୋଜେକ୍ଟର ଶୁଟିଂ ସେଟ୍‌ରୁ ପଲକ ତିୱାରୀ ଓ ବରୁଣଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ବରୁଣ ଓ ପଲକଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ଭିଡିଓରେ ପଲକ ମରୁନ ରଙ୍ଗର ଗାଉନ୍‌ ପିନ୍ଧିଥିବା ବେଳେ ବରୁଣ ନୀଳ ରଙ୍ଗର ଟି-ସାର୍ଟ ଏବଂ ଜ୍ୟାକେଟ ସହ କଳା ରଙ୍ଗର ଡେନିମ ପିନ୍ଧିଛନ୍ତି। ଗୀତର ଧୁନ୍‌ରେ ଦୁହେଁ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

ସୂଚନା ମୁତାବକ, ଖୁବଶୀଘ୍ର ବରୁଣ ଧୱନଙ୍କୁ ତାଙ୍କ ଅପ୍‌କମିଂ ଫିଲ୍ମ 'ଭେଡିଆ'ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ କ୍ରିତି ସେନନ ଅଛନ୍ତି। ଏହା ବ୍ୟତୀତ ବରୁଣ ଧୱନ ଫିଲ୍ମ 'ଜୁଗ ଜୁଗ ଜିଓ'ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିବ। ଏହାବ୍ୟତୀତ ନୀତୁ କପୁର ଓ ଅନୀଲ କପୁର ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି। ସେପଟେ ପଲକ ତିୱାରୀଙ୍କ ହାତରେ ଏବେ ଅନେକ ପ୍ରୋଜେକ୍ଟ ରହିଛି। ଖୁବଶୀଘ୍ର ସେ ଫିଲ୍ମ 'ରୋଜି' ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

 

View this post on Instagram

 

A post shared by bollywood 24 (@bollywoodbuzz24)

Related story