ପରଲୋକରେ ବଲିଉଡର ଭେଟେରାନ୍ ଅଭିନେତା କିଶୋର

ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତା କିଶୋର ନନ୍ଦଲାସ୍କରଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବା କିଶୋରଙ୍କର ମଙ୍ଗଳବାର ୧୨.୩୦ ମିନିଟରେ ଦେହାନ୍ତ ହୋଇଛି। କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଥାନେସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ନେଇ ନାତି ଅନିଶ ଘୋଷଣା କରିଛନ୍ତି। ଅନିଶ କହିଛନ୍ତି, ‘ଏପ୍ରିଲ୍ ୧୪ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ମୋ ଜେଜେ […]

kishore

kishore

Ranjit Kumar Jena
  • Published: Tuesday, 20 April 2021
  • Updated: 20 April 2021, 05:27 PM IST

ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତା କିଶୋର ନନ୍ଦଲାସ୍କରଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବା କିଶୋରଙ୍କର ମଙ୍ଗଳବାର ୧୨.୩୦ ମିନିଟରେ ଦେହାନ୍ତ ହୋଇଛି। କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଥାନେସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କ ଦେହାନ୍ତ ନେଇ ନାତି ଅନିଶ ଘୋଷଣା କରିଛନ୍ତି। ଅନିଶ କହିଛନ୍ତି, 'ଏପ୍ରିଲ୍ ୧୪ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ମୋ ଜେଜେ ଥାନେସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା। ଏହାଛଡ଼ା ତାଙ୍କର ଅକ୍ସିଜେନ୍ ସ୍ତର ମଧ୍ୟ ଧିରେ ଧିରେ କମିବାରେ ଲାଗିଥିଲା। ଯେଉଁକାରଣରୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ।'

କିଶୋର ବଲିଉଡ୍ ବ୍ୟତୀତ ମରାଠୀ ଜଗତର ଜଣାଶୁଣା ଅଭିନେତା। ସେ ବାସ୍ତବ, ଖାକି, ସିଙ୍ଘମ, ସିମ୍ବା ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରି ଖୁବ୍ ପ୍ରଶଂସା ସାଉଁଣ୍ଟିଥିଲେ। କିଶୋର ମଧ୍ୟ ଗୋବିନ୍ଦାଙ୍କ ଫିଲ୍ମ 'ଜିସ୍ ଦେଶ ମେ ଗଙ୍ଗା ରେହତେ ହୈ'ରେ ଦମଦାର ରୋଲ୍ ତୁଲାଇଥିଲେ।

୧୯୮୦ରେ ମରାଠୀ ଫିଲ୍ମ 'ଇନା ମୀନା ଡିକା' ଜରିଆରେ ବଡ଼ ପରଦାରେ ପାଦ ଥାପିଥିଲେ। କିଶୋର ନିଜ କ୍ୟାରିୟରରେ ୪୦ଟି ଫିଲ୍ମରେ କାମ କରିଛନ୍ତି। ହିନ୍ଦୀ ବ୍ୟବୀତ ସେ ମରାଠୀ, ଗୁଜରାଟୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କିଶୋରଙ୍କର ଜୀବନ ଖୁବ୍ ବିଳାସପୂର୍ଣ୍ଣ ଥିଲା। ମୁମ୍ବାଇର ନାଗପାଡ଼ାରେ ତାଙ୍କର ଏକ ଆଲିଶାନ୍ ବଙ୍ଗଳା ରହିଛି। ସେଠାରେ ସେ ନିଜ ପରିବାର ସହ ରହୁଥିଲେ।

କେବଳ ଏତିକି ନୁହେଁ, ତାଙ୍କର ଆଉ ଦୁଇଟି ବଙ୍ଗଳାକୁ ସେ ଭଡ଼ାରେ ଲଗାଇଛନ୍ତି। କିଶୋର ମହଙ୍ଗା କାରର ସୌକିନ ଥିଲେ। ତାଙ୍କ ପାଖରେ ଫର୍ଚ୍ୟୁନର୍, ଇନୋଭା ଭଳି ବିଳାସପୂର୍ଣ୍ଣ କାର୍ ଥିଲା। ମରାଠୀ ଫିଲ୍ମ ଜଗତର ଏହି ଜଣାଶୁଣା କଳାକାରଙ୍କ ପରଲୋକରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos