ପରଲୋକରେ ବଲିଉଡ ଅଭିନେତ୍ରୀ ଶଶିକଳା

ମୁମ୍ୱାଇ: ବର୍ଷୀଆନ୍ ଅଭିନେତ୍ରୀ ଶଶିକଳା ଓମ୍ ପ୍ରକାଶ ସୈଗଲଙ୍କର ପରଲୋକ ହୋଇଛି। ରବିବାର ତାଙ୍କର ମୃତ୍ୟୁ ହୋଇଛି। ସେ ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲେ। କେଉଁ କାରଣରୁ ମୃତ୍ୟୁ ହୋଇଛି ସେ ନେଇ ସୂଚନା ମିଳିପାରିନାହିଁ। ତାଙ୍କ ପରିବାର ଲୋକ ମଧ୍ୟ ଏବାବଦରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ହେଲେ ବାର୍ଦ୍ଧକ୍ୟ କାରଣରୁ ତାଙ୍କର ବିୟୋଗ ହୋଇଥିବା କୁହାଯାଉଛି। ୨୦୦୭ରେ ଶଶିକଳା ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନୀତ […]

SASHIKALA

Subhransu Sekhar
  • Published: Sunday, 04 April 2021
  • , Updated: 04 April 2021, 04:38 PM IST

ମୁମ୍ୱାଇ: ବର୍ଷୀଆନ୍ ଅଭିନେତ୍ରୀ ଶଶିକଳା ଓମ୍ ପ୍ରକାଶ ସୈଗଲଙ୍କର ପରଲୋକ ହୋଇଛି। ରବିବାର ତାଙ୍କର ମୃତ୍ୟୁ ହୋଇଛି। ସେ ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲେ। କେଉଁ କାରଣରୁ ମୃତ୍ୟୁ ହୋଇଛି ସେ ନେଇ ସୂଚନା ମିଳିପାରିନାହିଁ। ତାଙ୍କ ପରିବାର ଲୋକ ମଧ୍ୟ ଏବାବଦରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ହେଲେ ବାର୍ଦ୍ଧକ୍ୟ କାରଣରୁ ତାଙ୍କର ବିୟୋଗ ହୋଇଥିବା କୁହାଯାଉଛି।

୨୦୦୭ରେ ଶଶିକଳା ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଶଶିକଳା ମହାରାଷ୍ଟ୍ରର ସୋଲାପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଫିଲ୍ମ ବ୍ୟତୀତ ଅନେକ ହିନ୍ଦୀ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି। ସୋନ ପରୀ ଏବଂ ଜିନା ଇସି କା ନାମ ହୈ ଭଳି କିଛି ସିରିଏଲରେ ସେ ଅଭିନୟ କରିଥିବା ବେଳେ ଡାକୁ, ଭି. ଶାନ୍ତାରମଙ୍କ ତିନ ବତୀ ଚାର ରାସ୍ତା, ବିମଲ ରୟଙ୍କ ସୁଜାତା, ତାରାଚନ୍ଦ ବରଜାତ୍ୟାଙ୍କ ଆରତୀ, ବାଦଶାହ, କଭି ଖୁସି କଭି ଗମ୍, ମୁଝସେ ସାଦୀ କରୋଗୀ ଭଳି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ।

 

Related story