ବିବାହ ପୂର୍ବରୁ ସମୁଦ୍ରକୁ ଡେଇଁଲେ, ଜୀଅନ୍ତା କଙ୍କଡ଼ା ଖାଇଲେ ବିକ୍କି

ମୁମ୍ବାଇ: ଆଉ ଅଳ୍ପ ଦିନ ପରେ ହାତକୁ ଦି ହାତ ହେବେ ହାଓ ଇଜ୍‌ ଦା ଜୋସ୍‌ ବୟ ବିକ୍କି କୌଶାଲ। ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଧରିବେ ହାତ। ତେବେ ବିବାହ ପୂର୍ବରୁ ବିକ୍କି ଦେଖାଇଛନ୍ତି ରିଆଲ୍‌ ଷ୍ଟଣ୍ଟ। ଗଭୀର ସମୁଦ୍ରକୁ ଡେଇଁଛନ୍ତି। ତା’ ସହ ଖାଇଛନ୍ତି ଜୀଅନ୍ତା କଙ୍କଡା। ନିକଟରେ ଆଡଭେଞ୍ଚର ଶୋ’ ‘ଇନ୍‌ଟୁ ଦ ୱାଇଲ୍ଡ ୱିଥ ବେଅର ଗ୍ରିଲ୍ସ’ରେ ସେ ଦେଖାଇଛନ୍ତି ଜୋରଦାର ଷ୍ଟଣ୍ଟ।  ଶୋ’ର ହୋଷ୍ଟ ବେଅର ଗ୍ରିଲ୍ସଙ୍କ ସହ ମିଶି […]

vicky kaushal

Madhupriya Mistry
  • Published: Thursday, 11 November 2021
  • , Updated: 11 November 2021, 04:55 PM IST

ମୁମ୍ବାଇ: ଆଉ ଅଳ୍ପ ଦିନ ପରେ ହାତକୁ ଦି ହାତ ହେବେ ହାଓ ଇଜ୍‌ ଦା ଜୋସ୍‌ ବୟ ବିକ୍କି କୌଶାଲ। ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଧରିବେ ହାତ। ତେବେ ବିବାହ ପୂର୍ବରୁ ବିକ୍କି ଦେଖାଇଛନ୍ତି ରିଆଲ୍‌ ଷ୍ଟଣ୍ଟ। ଗଭୀର ସମୁଦ୍ରକୁ ଡେଇଁଛନ୍ତି। ତା' ସହ ଖାଇଛନ୍ତି ଜୀଅନ୍ତା କଙ୍କଡା।

ନିକଟରେ ଆଡଭେଞ୍ଚର ଶୋ' 'ଇନ୍‌ଟୁ ଦ ୱାଇଲ୍ଡ ୱିଥ ବେଅର ଗ୍ରିଲ୍ସ'ରେ ସେ ଦେଖାଇଛନ୍ତି ଜୋରଦାର ଷ୍ଟଣ୍ଟ।  ଶୋ'ର ହୋଷ୍ଟ ବେଅର ଗ୍ରିଲ୍ସଙ୍କ ସହ ମିଶି ଷ୍ଟଣ୍ଟ ଦେଖାଇଛନ୍ତି ବିକ୍କି।

ଏହି ଶୋ'ରୁ ବିକ୍କିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ବିକ୍କି ଗଭୀର ସମୁଦ୍ର ଭିତରକୁ ଡେଇଁ ଆଡଭେଞ୍ଚର ଦେଖାଉଛନ୍ତି ତ ଆଉ କେତେବେଳେ ଜୀବନ୍ତ କଙ୍କଡା ଖାଉଛନ୍ତି। ସେହିପରି ଆଉ କେତେବେଳେ ଶାର୍କ ମାଛଠାରୁ ବଞ୍ଚିବା ପାଇଁ ପାଣି ଭିତରେ ଦୌଡି ପଳାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ନିଜେ ବିକ୍କି ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, 'ଜୀବନରେ ଥରୁଟିଏ ଦୁଃସାହସିକ କାମ କରି ରୋମାଞ୍ଚକର ଅନୁଭବ ନେବା, ସେ ମଧ୍ୟ ଅନ୍ୟ ଜଣଙ୍କ ସହ ମିଶି। ବେଅର ଗ୍ରିଲ୍ସଙ୍କ ସହ ଆସନ୍ତୁ ଦେଖିବା, ସେ ମୋ ପାଇଁ କ’ଣ ଯୋଜନା କରିଛନ୍ତି?'

ବିକ୍କି ଏବଂ ବେଅର ଗ୍ରିଲ୍ସଙ୍କ ଏହି ଶୋ' ଅସନ୍ତାକାଲି ଡିଜିଟାଲ ପ୍ଲାଟଫର୍ମ ଡିସକଭରୀ ପ୍ଲସରେ ପ୍ରସାରିତ ହେବ। ଡିସ୍‌କଭରୀ ପ୍ଲସ ତରଫରୁ 'ଇନ୍‌ ଟୁ ଦା ୱାଇଲ୍ଡ ୱିଥ ବେଅର ଗ୍ରିଲ୍ସ' ଏପିସୋଡର ଫାଷ୍ଟ ଲୁକ୍‌ ଶେଆର ମଧ୍ୟ କରାଯାଇଛି।

ବିକ୍କି କୌଶାଲଙ୍କ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନ ମଧ୍ୟ ବେଅର ଗ୍ରିଲ୍ସଙ୍କ ସହ ଏହି ଶୋ'ରେ ଷ୍ଟଣ୍ଟ ଦେଖାଇ ସାରିଛନ୍ତି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମ୍ୟାନ୍‌ ଭର୍ସେଜ ୱାଇଲ୍ଡ ୱିଥ ବେଅର ଗ୍ରିଲ୍ସ'ର ଏକ ଏପିସୋଡରେ ମଧ୍ୟ ନଜର ଆସିଥିଲେ।

 

View this post on Instagram

 

A post shared by Vicky Kaushal (@vickykaushal09)

Related story