ବିକ୍କିଙ୍କ ବଢ଼ିଲା ଅଡୁଆ, ଚୋରି ଅଭିଯୋଗରେ ମାମଲା ରୁଜୁ

ମୁମ୍ବାଇ: ନିକଟରେ ବିବାହ କରିଥିବା ବଲିଉଡ ଅଭିନେତା ବିକ୍କି କୌଶଲଙ୍କ ବଢ଼ିଲା ଅଡୁଆ। ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ କୁଆଡେ ଚୋର ବୋଲି ଜଣେ ବ୍ୟକ୍ତି ଅଭିଯୋଗ ଆଣିଛନ୍ତି। ଏହି ମାମଲା ଏବେ ଥାନାରେ ପହଞ୍ଚିଛି। ପୁଲିସ ବିକ୍କିଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛି।
କିଛି ଦିନ ପୂର୍ବରୁ ବିକ୍କି କୌଶଲ ଓ ସାରା ଅଲ୍ଲି ଖାନଙ୍କ ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋରେ ଦୁହେଁ ବାଇକରେ ବସି ଇନ୍ଦୌରର ରାସ୍ତାରେ ବୁଲୁଥିବା ନଜର ଆସିଥିଲେ। ଉଭୟ ସେଲିବ୍ରିଟ ସେମାନଙ୍କ ଆଗାମୀ ଫିଲ୍ମ ‘ଲୁକା ଛୁପି ୨’ର ଶୁଟିଂ କରୁଥିଲେ। ତେବେ ବିକ୍କି ଓ ସାରା ଯେଉଁ ବାଇକ୍ରେ ବୁଲୁଥିଲେ, ସେଥିରେ ଚୋରା ନମ୍ବର ପ୍ଲେଟ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି।
ବିକ୍କି କୌଶଲଙ୍କ ବିରୋଧରେ ମଧ୍ୟପ୍ରଦେଶ ଇନ୍ଦୌରରେ ମାମଲା ରୁଜୁ ହୋଇଛି। ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, କିଛି ଦିନ ପୂର୍ବରୁ ଭିକି କୌଶଲ ଓ ସାରା ଅଲ୍ଲି ଖାନ୍ ଯେଉଁ ନମ୍ବର ବାଇକରେ ବୁଲୁଥିବାର ଦେଖିବାକୁ ମିଳିଥିଲା, ତାହା ତାଙ୍କ ସ୍କୁଟିର ନମ୍ବର। କିନ୍ତୁ ବିନା ଅନୁମତିରେ ସେମାନେ ତାଙ୍କ ସ୍କୁଟିର ନମ୍ବର ବ୍ୟବହାର କରିଥିଲେ। ଏହି ମାମଲାକୁ ନେଇ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗକାରୀ ଜୟ ସିଂହ ଯାଦବ କହିଛନ୍ତି ଯେ, ‘ଫିଲ୍ମର ଏକ ଦୃଶ୍ୟରେ ମୋ ଗାଡ଼ି ନମ୍ବର ବ୍ୟବହୃତ ହୋଇଛି। ଫିଲ୍ମ ୟୁନିଟକୁ ଏ ବିଷୟରେ ଜଣା ଅଛି କି ନାହିଁ ମୁଁ ଜାଣିନି, କିନ୍ତୁ ଏହା ବେଆଇନ୍। ବିନା ଅନୁମତିରେ ସେମାନେ ମୋ ନମ୍ବରକୁ ବ୍ୟବହାର କରିପାରିବେ ନାହିଁ। ମୁଁ ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।
ଅନ୍ୟପଟେ ନମ୍ବର ପ୍ଲେଟକୁ ବେଆଇନ ଭାବେ ବ୍ୟବହାର କରାଯାଇଛି କି ନାହିଁ, ସେନେଇ ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି। ପୁଲିସ କହିଛି, ବିକ୍କି କୌଶଲଙ୍କ ନାଁରେ ଅଭିଯୋଗ ହୋଇଛି। ମୋଟର ଯାନ ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନମ୍ବର ପ୍ଲେଟର ଅପବ୍ୟବହାର ହୋଇଛି କି ନାହିଁ ତାହା ଦେଖାଯିବ। ଯଦି ଫିଲ୍ମ ୟୁନିଟ୍ ଇନ୍ଦୋରରେ ଅଛି, ତେବେ ସେମାନଙ୍କୁ ମଧ୍ୟ ଯାଞ୍ଚ ପାଇଁ ଡକାଯିବ।
Bollywood Actors Vicky Kuashal And Sara Ali Khan Spotted On A Bike In Roads Of Indore: Video Goes Viral On The Internet#SaraAliKhan #VickyKaushal #Indore #lukachuppi2 #MadhyaPradesh https://t.co/1u8ZOjQtg5 pic.twitter.com/MS3UotBOmh
— TheNewzTub (@thenewztub) December 27, 2021
Vehicle number used in the movie sequence is mine; don't know if the film unit is aware of it…This is illegal, can't use my number plate without permission. I have given a memorandum at the station. Action should be taken in the matter: Complainant Jai Singh Yadav (1.1.22) pic.twitter.com/CkpZBVUndu
— ANI (@ANI) January 1, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।