ବରଫ ଭିତରେ ବୁଡ ପକାଇଲେ ବିଦ୍ୟୁତ୍‌

ମୁମ୍ବାଇ: ସାଧାରଣତଃ ଶୀତ ଦିନେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଗଲେ ପାଣି ଦେଖିଲେ ଭୟ ଲାଗେ। ଅଉ ଯଦି ତାପାମାତ୍ରା ବିଯୁକ୍ତ ଡିଗ୍ରୀ ହୁଏ ତେବେ ବରଫ ପଡିବା ଆରମ୍ଭ ହୋଇଯାଏ। ଏଭଳି ସ୍ଥିତିରେ ଲୋକେ ଘରୁ ବାହାରିବା ମୁସ୍‌କିଲ ହୋଇପଡେ। କିନ୍ତୁ ବଲିଉଡର ଆକ୍ସନ ଷ୍ଟାର ବିଦ୍ୟୁତ ଜାମୱାଲ ସମସ୍ତଙ୍କୁ ଚକିତ କରି ବିଯୁକ୍ତ -୮ ଡିଗ୍ରୀ ତାପମାତ୍ରାରେ ବରଫ ଭିତରେ ପକାଇଛନ୍ତି ବୁଡ। କେବଳ ସେତିକି ନୁହେଁ ବରଫ ପାଣି ଭିତରେ ରହି […]

vidyut-jammwal

Madhupriya Mistry
  • Published: Saturday, 26 February 2022
  • , Updated: 26 February 2022, 01:59 PM IST

ମୁମ୍ବାଇ: ସାଧାରଣତଃ ଶୀତ ଦିନେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଗଲେ ପାଣି ଦେଖିଲେ ଭୟ ଲାଗେ। ଅଉ ଯଦି ତାପାମାତ୍ରା ବିଯୁକ୍ତ ଡିଗ୍ରୀ ହୁଏ ତେବେ ବରଫ ପଡିବା ଆରମ୍ଭ ହୋଇଯାଏ। ଏଭଳି ସ୍ଥିତିରେ ଲୋକେ ଘରୁ ବାହାରିବା ମୁସ୍‌କିଲ ହୋଇପଡେ। କିନ୍ତୁ ବଲିଉଡର ଆକ୍ସନ ଷ୍ଟାର ବିଦ୍ୟୁତ ଜାମୱାଲ ସମସ୍ତଙ୍କୁ ଚକିତ କରି ବିଯୁକ୍ତ -୮ ଡିଗ୍ରୀ ତାପମାତ୍ରାରେ ବରଫ ଭିତରେ ପକାଇଛନ୍ତି ବୁଡ। କେବଳ ସେତିକି ନୁହେଁ ବରଫ ପାଣି ଭିତରେ ରହି ସେ କରିଛନ୍ତି ଆରାମ।

ନିଜ ଫିଟ୍‌ନେସ୍‌କୁ ନେଇ ସର୍ବଦାରେ ଚର୍ଚ୍ଚାରେ ରୁହନ୍ତି ବିଦ୍ୟୁତ ଜାମୱାଲ। ତାଙ୍କୁ ‘କଣ୍ଟ୍ରି ବୟ’ ବୋଲି ମଧ୍ୟ କୁହାଯାଏ। ସେ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ସେ ପ୍ରାୟତଃ ନିଜର ଫଟୋ ଏବଂ ଭିଡିଓ ନିଜ ଫ୍ୟାନ୍‌ମାନଙ୍କ ସହ ଶେଆର କରନ୍ତି। ନିକଟରେ ଏଭଳି ଏକ ଭିଡିଓ ଶେଆର କରିଛନ୍ତି ବିଦ୍ୟୁତ, ଯାହାକୁ ଦେଖି ଫ୍ୟାନ୍‌ମାନଙ୍କ ହୋସ ଉଡିଯାଇଛି।

ନିକଟରେ ବିଦ୍ୟୁତ ବରଫ ଜମି ରହିଥିବା ଏକ ନଦୀରେ ବୁଡ ପକାଇଛନ୍ତି। ଚାରିଆଡେ ବରଫ ଓ ମଝିରେ ପାଣି। ସେହି ପାଣି ଭିତରେ ବୁଡ ପକାଇ ବିଦ୍ୟୁତ କିଛି ସମୟ ଆରାମ ମଧ୍ୟ କରୁଥିବା ନଜର ଆସିଛନ୍ତି। ବରଫର ମୋଟା ଚାଦର ଭିତରେ ଜମି ରହିଥିବା ପାଣିରେ ପହଁରୁଛନ୍ତି ବିଦ୍ୟୁତ। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

ଏହି ଭିଡିଓରେ ବିଦ୍ୟୁତ କହୁଛନ୍ତି, ‘ଏଠାର ତାପମାତ୍ରା ବିଯୁକ୍ତ ୮ ଡିଗ୍ରୀ ରହିଛି। ଯଦ କେହି କୁହନ୍ତି ଏହା ବେଶ କଷ୍ଟକର କାମ ତେବେ ତାହା ଭୁଲ୍। ଅଭିଜ୍ଞତା ନଥାଇ ଏହା କେବଳ ଆପଣଙ୍କ ମନର ଚିନ୍ତାଧାରା। ଏହା କରିବା ବେଶୋ ସହଜ...ଶୀଘ୍ର ମୋ ଭଳି କରନ୍ତୁ, ଏବଂ ନିଜ ବାଧାବିଘ୍ନକୁ ଭାଙ୍ଗି ଦିଅନ୍ତୁ।’ କେବେଳ ସେତିକି ନୁହେଁ ଭିଡିଓକୁ ଟ୍ୟାଗ୍‌ କରି ବିଦ୍ୟୁତ୍‌ ‘ପୁନର୍ଜନ୍ମ’ ବୋଲି ଲେଖିଛନ୍ତି। ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଏଥିରେ ଫ୍ୟାନ୍‌ମାନେ ଜୋରଦାର କମେଣ୍ଟ କରିଛନ୍ତି। ଜଣେ ୟୁଜର୍‌ ଲେଖିଛନ୍ତି,‘ତୁମେ ରିଆଲ୍‌ ହିରୋ।’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି,‘ଏହି ଭିଡିଓକୁ ଦେଖି ଲୋମ ଟାଙ୍କୁରି ଉଠିଛି।’

ସୂଚନା ଯୋଗ୍ୟ ଯେ, ଅଭିନେତା ବିଦ୍ୟୁତ ଜାମୱାଲ ମାର୍ଶଲ ଆର୍ଟ ସାଙ୍ଗକୁ କଲରୀପାୟଟ୍ଟୁରେ ମାହିର। କଲରୀପାୟଟ୍ଟୁ ମାର୍ଶଲ ଆର୍ଟରେ ସବୁଠାରୁ କଷ୍ଟକର ଟ୍ରେନିଂ। ଏହି ବିଦ୍ୟାର ଟ୍ରେନିଂ ବେଳେ ଅନେକ ଗୁଡିଏ ଭିନ୍ନ ଭିନ୍ନ ଶୈଳୀରେ ତାଲିମ ଦିଆଯାଏ। ଏଥିପାଇଁ ବିଦ୍ୟୁତଙ୍କ ପାଇଁ ଏଭଳି ବରଫରେ ବୁଡ ପକାଇବା ସାଧାରଣ କଥା। ସାଉଥ ଫିଲ୍ମରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିବା ଅଭିନେତା ବିଦ୍ୟୁତ ଜାମୱାଲ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

 

View this post on Instagram

 

A post shared by Vidyut Jammwal (@mevidyutjammwal)

Related story