ସିଦ୍ଧାର୍ଥ ମୋର ବେଷ୍ଟ ଫ୍ରେଣ୍ଡ… କହି ଭାବୁକ ହୋଇ ପଡ଼ିଲେ ବିଦ୍ୟୁତ୍‌

ମୁମ୍ବାଇ: ଦୁଃଖ ଦେଇଗଲା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ। ସିଦ୍ଧାର୍ଥଙ୍କ ହଠାତ୍‌ ମୃତ୍ୟୁ ତାଙ୍କୁ ଦେଇଛି ଶକ୍ତ ଆଘାତ। ନିଜର ସବୁଠାରୁ ଭଲ ବନ୍ଧୁଙ୍କୁ ହରାଇଦେଛନ୍ତି ଅଭିନେତା ବିଦ୍ୟୁତ ଜାମୱାଲ। ସୋଶାଲ ମିଡିଆରେ ଲାଇଭ୍‌ ଭିଡିଓ ଶେଆର କରି ସେ ଭାବୁକ ହୋଇପଡିଛନ୍ତି। ସିଦ୍ଧାର୍ଥଙ୍କୁ ନେଇ ସେ କହିଛନ୍ତି ମନର କଥା। ବିଦ୍ୟୁତ ଜାମୱାଲ ଏବଂ ସିଦ୍ଧାର୍ଥ ଶୁକ୍ଳା ଉଭୟ ଭଲ ବନ୍ଧୁଥିଲେ। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏବେ ବିଦ୍ୟୁତ ଦୁଃଖିତ ହୋଇପଡିଛନ୍ତି। ସେ ନିଜ ମନ […]

Vidut and sidharh

Madhupriya Mistry
  • Published: Wednesday, 08 September 2021
  • , Updated: 08 September 2021, 05:12 PM IST

ମୁମ୍ବାଇ: ଦୁଃଖ ଦେଇଗଲା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ। ସିଦ୍ଧାର୍ଥଙ୍କ ହଠାତ୍‌ ମୃତ୍ୟୁ ତାଙ୍କୁ ଦେଇଛି ଶକ୍ତ ଆଘାତ। ନିଜର ସବୁଠାରୁ ଭଲ ବନ୍ଧୁଙ୍କୁ ହରାଇଦେଛନ୍ତି ଅଭିନେତା ବିଦ୍ୟୁତ ଜାମୱାଲ। ସୋଶାଲ ମିଡିଆରେ ଲାଇଭ୍‌ ଭିଡିଓ ଶେଆର କରି ସେ ଭାବୁକ ହୋଇପଡିଛନ୍ତି। ସିଦ୍ଧାର୍ଥଙ୍କୁ ନେଇ ସେ କହିଛନ୍ତି ମନର କଥା।

ବିଦ୍ୟୁତ ଜାମୱାଲ ଏବଂ ସିଦ୍ଧାର୍ଥ ଶୁକ୍ଳା ଉଭୟ ଭଲ ବନ୍ଧୁଥିଲେ। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏବେ ବିଦ୍ୟୁତ ଦୁଃଖିତ ହୋଇପଡିଛନ୍ତି। ସେ ନିଜ ମନ କଥା ଫ୍ୟାନ୍ସ ଆଗରେ ରଖିଛନ୍ତି। ଜୁଲାଇ ମାସରେ ସେ ସିଦ୍ଧାର୍ଥଙ୍କୁ ଭେଟିଥିଲେ। ଦିବଙ୍ଗତ ଅଭିନେତା ପ୍ରାୟତଃ ବିଦ୍ୟୁତ୍‌ଙ୍କୁ ଫୋନ କରି ତାଙ୍କ ଘରକୁ ଆସୁଥିଲେ। ସିଦ୍ଧାର୍ଥ ତାଙ୍କର ବେଷ୍ଟ ଫ୍ରେଣ୍ଡ ଥିଲେ ବୋଲି କହିଛନ୍ତି ବିଦ୍ୟୁତ୍‌।

ବିଦ୍ୟୁତ ଆହୁରି କହିଛନ୍ତ, 'ସିଦ୍ଧାର୍ଥ ଯାହା ଚିନ୍ତା କରୁଥିଲେ ତାହା କହୁଥିଲେ। ମୁଁ ବହୁତ ଭାଗ୍ୟବାନ ଯେ ସେ ମୋର ବନ୍ଧୁ ଥିଲେ। ମୁଁ ଶୁକ୍ଲାକୁ ବହୁତ ବ୍ୟବହାର କରିଛି। ଲୋକମାନେ ସାଧାରଣତଃ ଝିଅମାନଙ୍କ ସହିତ ସେମାନଙ୍କର ପ୍ରଥମ ସାକ୍ଷାତକୁ ଭୁଲନ୍ତି ନାହିଁ, କିନ୍ତୁ ମୁଁ ସିଦ୍ଧାର୍ଥଙ୍କ ସହ ମୋର ପ୍ରଥମ ସାକ୍ଷାତ ଭୁଲିନି।'

ବିଦ୍ୟୁତ୍‌ ଓ ସିଦ୍ଧାର୍ଥ ଉଭୟ ଜିମ୍‌ ପାଟର୍ନର ଥିଲେ।  ଦୁହେଁ ଏକାଠି ଜିମ୍ କିପରି କରୁଥିଲେ ତାହା ମଧ୍ୟ କହିଛନ୍ତି ଅଭିନେତା। ସେ କହିଛନ୍ତି, ମୁଁ ସିଦ୍ଧାର୍ଥଙ୍କୁ ନେଇ ଗର୍ବ ଅନୁଭବ କରୁଛି। ମୁଁ ହୃଦୟରୁ ତାଙ୍କୁ ଭଲପାଏ।'

ଲାଇଭ୍‌ ଭିଡିଓରେ ବିଦ୍ୟୁତ୍‌ ସିଦ୍ଧାର୍ଥଙ୍କୁ ମନେ ପକାଇ ଅନେକଥର ଭାବୁକ ହୋଇପଡିଛନ୍ତି। ଏପରିକି ହସି ହସି ସେ ନିଜ କାନ୍ଦକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି। ସିଦ୍ଧାର୍ଥଙ୍କ ଭିତରେ କିଛି ବି ନେଗେଟିଭିଟି ନଥିଲା। ସେ ସମସ୍ତଙ୍କୁ ସମ୍ମାନ କରୁଥିଲେ। ବୋଲି ବିଦ୍ୟୁତ କହିଛନ୍ତି।

ସୂଚନା ମୁତାବକ, ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଗଷ୍ଟ ୨ ତାରିଖରେ ଦେହାନ୍ତ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଡାକ୍ତର କହିଛନ୍ତି। ତାଙ୍କ ମୃତ୍ୟୁ ସମସ୍ତଙ୍କୁ ବଡ ଝଟ୍‌କା ଦେଇଛି। ଏବେବି ଲୋକେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

 

View this post on Instagram

 

A post shared by Vidyut Jammwal (@mevidyutjammwal)

Related story